ସାମନ୍ତରାପୁର ସ୍କୁଲରେ ସଡ଼କ ସୁରକ୍ଷା ସଚେତନତା ଶିବିର


ବକ୍ତୃତା, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତାରେ ଭାଗନେଲେ ଛାତ୍ରଛାତ୍ରୀ


ଖୋର୍ଦ୍ଧା: – ସଡ଼କ ସୁରକ୍ଷା ହିଁ ଜୀବନ ସୁରକ୍ଷା। ଟ୍ରାଫିକ୍ ନିୟମ ପାଳନ ସହ ଦୁର୍ଘଟଣା ରୋକିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଖୋର୍ଦ୍ଧା ଆଦର୍ଶ (ଟାଉନ୍) ଥାନା ପକ୍ଷରୁ ସମନ୍ତରାପୁର ସରକାରୀ ବିଦ୍ୟାଳୟ ପରିସରରେ ଏକ ସଡ଼କ ସୁରକ୍ଷା ସଚେତନତା ଶିବିର ଓ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।

Advertisement


ଖୋର୍ଦ୍ଧା ଆଦର୍ଶ ଥାନା ଇନ୍ସପେକ୍ଟର ରମେଶ କୁମାର ଦେବତାଙ୍କ ନେତୃତ୍ୱରେ ପୋଲିସ ଅଧିକାରୀମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷାର ବିଭିନ୍ନ ନିୟମ ସମ୍ପର୍କରେ ସଚେତନ କରିଥିଲେ। ଗାଡ଼ି ଚଳାଇବା ସମୟରେ ହେଲମେଟ୍ ଓ ସିଟ୍ ବେଲ୍ଟ ବ୍ୟବହାର, ଦ୍ରୁତଗତିରେ ଗାଡ଼ି ନ ଚଳାଇବା, ନାବାଳକଙ୍କ ଗାଡ଼ି ଚାଳନାରୁ ନିବୃତ୍ତ ରହିବା, ଜେବ୍ରା କ୍ରସିଂରେ ରାସ୍ତା ପାର ହେବା ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।


ଏହି ଅବସରରେ ସଡ଼କ ସୁରକ୍ଷା ଉପରେ ବକ୍ତୃତା, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏଥିରେ ଭାଗ ନେଇଥିବା ବେଳେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଦେଇ ଉତ୍ସାହିତ କରାଯାଇଥିଲା।


କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତେ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ଶପଥ ନେଇଥିଲେ। ଏଥିସହ ଏକ ସଚେତନତା ରାଲି ମାଧ୍ୟମରେ ସାଧାରଣ ଲୋକଙ୍କୁ ଟ୍ରାଫିକ୍ ନିୟମ ପାଳନ ପାଇଁ ବାର୍ତ୍ତା ଦିଆଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ଶିବିର ଧନ୍ୟବାଦ ଅର୍ପଣ ସହ ଶେଷ ହୋଇଥିଲା।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *