ବିଜେଡି ରାଜ୍ୟ ଆଦିବାସୀ ସେଲ୍ ପୁନର୍ଗଠିତ, ସୁଦାମ ମାରାଣ୍ଡି ସଭାପତି


ଭୁବନେଶ୍ୱର, ୨୪/୦୯: ବିଜୁ ଜନତା ଦଳ (ବିଜେଡି)ର ରାଜ୍ୟ ଆଦିବାସୀ ସେଲ୍‌କୁ ପୁନର୍ଗଠନ କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଜାରି ହୋଇଥିବା ଅଫିସ୍ ଅର୍ଡରରେ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏହି ଆଦେଶ ୨୪ ସେପ୍ଟେମ୍ବର ୨୦୨୬ରେ ଜାରି ହୋଇଥିବା ଦଲିଲରେ ଉଲ୍ଲେଖ ରହିଛି।


ନୂତନ କମିଟିର ସଭାପତି ଭାବେ ସୁଦାମ ମାରାଣ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି। ମଙ୍ଗଳା କିସାନ, ରମେଶ ମାଝୀ ଓ ସାଲୁଗା ପ୍ରଧାନଙ୍କୁ ଉପଦେଷ୍ଟା ଭାବେ ସାମିଲ କରାଯାଇଛି। ପ୍ରଦୀପ ମାଝୀ ଓ ନିରଞ୍ଜନ ବିଶି କାର୍ଯ୍ୟକାରୀ ସଭାପତି ରହିଛନ୍ତି।

Advertisement


ସେହିପରି ଜଗନ୍ନାଥ ସାରକା, ମନୋହର ରନ୍ଧାରୀ, ପ୍ରଦୀପ ଦିଶାରୀ, ମାନସ ମାଡକାମୀ, ଯୋଗେଶ ସିଂହ, ବାସନ୍ତୀ ହେମ୍ବ୍ରମ୍, ମାଧବ ସର୍ଦ୍ଦାର, ବର୍ଷା ସିଂ ବରିହା, ସାନନ୍ଦା ମାରାଣ୍ଡି ଓ ପଦ୍ମିନୀ ଦିଆନ୍ଙ୍କୁ ଉପସଭାପତି ଦାୟିତ୍ୱ ମିଳିଛି।
କମିଟିରେ ୧୮ ଜଣ ସାଧାରଣ ସମ୍ପାଦକ ଏବଂ ୨୧ ଜଣ ସମ୍ପାଦକଙ୍କୁ ମଧ୍ୟ ସାମିଲ କରାଯାଇଛି। ସାଧାରଣ ସମ୍ପାଦକମାନଙ୍କ ମଧ୍ୟରେ ଜଗନ୍ନାଥ ନାଏକ, କିଶୋର ଚନ୍ଦ୍ର ନାଏକ, ଦେବାଶିଷ ମାରାଣ୍ଡି, ଶ୍ରୀନାଥ ସୋରେନ୍, ପ୍ରିୟବ୍ରତ ମାଝୀ, ରଘୁନାଥ ଗମାଙ୍ଗ, ଭାନୁପ୍ରତାପ ସିଂ ମାଝୀ, କୌଶଲ୍ୟା ହିକକା, ସସ୍ମିତା ମେଲକା, କୁମୁଦ ସାଉଁତାଙ୍କ ସମେତ ବିଭିନ୍ନ ଜିଲ୍ଲାର ନେତାମାନେ ରହିଛନ୍ତି।


ନୂତନ ରାଜ୍ୟ ଆଦିବାସୀ ସେଲ୍‌ରେ ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନୂଆପଡ଼ା, ଗଜପତି, ସୁନ୍ଦରଗଡ଼, କନ୍ଧମାଳ, ନବରଙ୍ଗପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ନେତାଙ୍କୁ ସ୍ଥାନ ଦିଆଯାଇଛି। ପୂର୍ବତନ ସମସ୍ତ ଆଦେଶକୁ ଅଧିକ୍ରମଣ କରି ଏହି ପୁନର୍ଗଠିତ କମିଟି ତତ୍କାଳ ପ୍ରଭାବରୁ କାର୍ଯ୍ୟକାରୀ ହେବ ବୋଲି ଅଫିସ୍ ଅର୍ଡରରେ ଉଲ୍ଲେଖ ରହିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *