ଖୋର୍ଦ୍ଧା, (୮/୯ ):- କ୍ୟାପିଟାଲ ଚିକିତ୍ସାଳୟରେ ଥାଲାସେମିଆ ଓ ସିକିଲସେଲ୍ ରୋଗୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ନେଇ ଭାରତ ସରକାରଙ୍କ ଜନଜାତି ଜାତୀୟ କମିଶନ ଙ୍କ ଅଧ୍ୟକ୍ଷତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି।
ସଭାରେ ସିକିଲସେଲ୍ ରୋଗୀଙ୍କ ଚିକିତ୍ସା, ରୋଗ ନିରାକରଣ ଓ ସଚେତନତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ଅବସରରେ ଥାଲାସେମିଆ ଏଣ୍ଡ ସିକିଲସେଲ୍ ସୋସାଇଟି ଓଡ଼ିଶାର ସଭାପତି, ସଦସ୍ୟ ଏବଂ ରୋଗୀଙ୍କ ଅଭିଭାବକମାନେ କାପିଟାଲ ରକ୍ତ ଭଣ୍ଡାରକୁ ନେଇ ଅଭିଯୋଗ ଉଠାଇଥିଲେ।ରୋଗୀଙ୍କୁ ଆବଶ୍ୟକ ସମୟରେ ଠିକ୍ ଭାବେ ରକ୍ତ ମିଳୁନଥିବା ଏବଂ ପ୍ରତିମାସ ରେ ରକ୍ତଦାତା ଯୋଗାଡ଼ କରି ରକ୍ତ ଦାନ କରିବାକୁ ପଡୁଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଥିଲେ।

ସୋସାଇଟିର ରାଜ୍ୟ ସଭାପତି ନିରାକାର ପଣ୍ଡା କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଗୀଙ୍କ ପାଇଁ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଥିଲେ ମଧ୍ୟ ତାହା ରୋଗୀଙ୍କ ଆବଶ୍ୟକତା ତୁଳନାରେ ବହୁତ କମ ।
ଥାଲାସେମିଆ ଓ ସିକିଲସେଲ୍ ରୋଗୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ସହ ନିୟମିତ ରକ୍ତ ଯୋଗାଣ, ଉନ୍ନତ ଚିକିତ୍ସା ଓ ଅଧିକ ସଚେତନତା ଉପରେ ଗୁରୁତ୍ୱ ଦେବା ଓ ଓଡ଼ିଶାର ପ୍ରତି ଜିଲ୍ଲାର ମୁଖ୍ୟ ଚିକତ୍ସାଳୟର ଡି.ଏଚ.ଏଚ. ରେ ସ୍ୱତନ୍ତ୍ର କମ୍ପୋନେଟ ର ସୁବିଧା ସହିତ ଉନ୍ନତ ଔଷଧି ମିଳିବାର ସୁବିଧା କୁ ନେଇ ସଭାରେ ଆଲୋଚନା ହୋଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
