ଖୋର୍ଦ୍ଧା, (ଶୁଭ ଖବର ) :- ପବିତ୍ର ଜନ୍ମାଷ୍ଟମୀ ରେ ପ୍ରଭୁ ଶ୍ରୀ କୃଷ୍ଣ ଧରାପୃଷ୍ଠରେ ଜନ୍ମ ଗ୍ରହଣ କରିଥିଲେ। ଶ୍ରୀ କୃଷ୍ଣଙ୍କ ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ପୋଡ଼ାଡିହ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାରତୀୟ ବିଦ୍ୟା ନିକେତନ ପରିସରରେ ଧାର୍ମିକ ପରିବେଶରେ ଏହି ଉତ୍ସବ ପାଳିତ ହୋଇ ଯାଇଛି ।

ସ୍କୁଲ ସଭା ଗୃହରେ ଭଗବାନ ଶ୍ରୀକୃଷ୍ଣ ଓ ରାଧା ରାଣୀ ଶିଶୁ ଅବତାର ମାନେ ଶ୍ରୀକୃଷ୍ଣ ଓ ରାଧା ବେଶ ରେ ଆକର୍ଷଣୀୟ ବେଶରେ ସଜ୍ଜିତ ହୋଇଥିଲେ। ଓ ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ। ସୁକାନ୍ତି ଜେନା ଓ ଜ୍ୟୋଷ୍ମମୟୀ ଜେନା ଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଅତିଥି ରୂପେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ପାଇକରାୟ ,ଗାୟକ ଅଳଙ୍କାର ତଥା ପ୍ରବଚକ ଶ୍ୟାମ ସୁନ୍ଦର ତ୍ରିପାଠୀ ଯୋଗ ଦେଇ କହିଥିଲେଯେ, ଯେ, “ ଜନ୍ମାଷ୍ଟମୀ ଆମ ପରମ୍ପରାର ଗୌରବ ।

ଏହି ଉତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମନରେ ଭକ୍ତି,ସଂସ୍କାର ଓ ନୈତିକତାର ସଂଚାର ହୋଇଥାଏ ବୋଲି ଅଶ୍ରୁବଚନ ରଖିଥିଲେ।ଶିଶୁ ଭାଇ ଭଉଣୀ ମାନେ ଶ୍ରୀକୃଷ୍ଣ ଓ ରାଧା ମା ବେଶରେ ଅଭିନୟ କରିଥିଲେ। ଏହି ଉତ୍ସବ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅତିଥୁ ତଥା ବିଚାରକ ମଣ୍ଡଳୀ ଦ୍ୱାରା ରାଧା କୃଷ୍ଣ ବେଶରେ ସଜ୍ଜିତ କୃତି ପ୍ରତିଯୋଗୀଙ୍କୁ ଔପଚାରିକତା ଦୃଷ୍ଟିରୁ ଅତିଥି ମାନଙ୍କ ଦ୍ୱାରା ପୁ ରସ୍କୃତ କରାଯାଇଥିଲା।

ସମସ୍ତ ପ୍ରତିଯୋଗୀ ଙ୍କ ବେଶ ଓ ଅଭିନୟ ବେଶ ଚିତ୍ତାକର୍ଷକ ଥିଲା । ସ୍କୁଲର ପରିବେଶ ଶ୍ରୀକୃଷ୍ଣ ଓ ରାଧାମୟ ହୋଇଉଠିଥିଲା । ତତ୍ପରେ କୀର୍ତନ, ଘଣ୍ଟ, ଗିନି ବାଦନ ରେ ପ୍ରକମ୍ପିତ ହୋଇଉଠିଥିଲା ସ୍କୁଲର ପରିବେଶ । ଗରୁମ । ଗୀତାଞ୍ଜଳି ପ୍ରଧାନ, ସୁଜାତା ପାଣିଗ୍ରାହୀ, ସୁଜାତା ମହାନ୍ତି, ମୋନାଲିସା ପଟ୍ଟନାୟକ, ବିଷ୍ଣୁପ୍ରିୟା ତ୍ରିପାଠୀ, ସୁଦ୍ଧା ଲତା ପାତ୍ର, ରୁପଶ୍ରି ବେହେରା, ଚିନ୍ମ ଚିନ୍ମୟୀ ମହାପାତ୍ର, ସୁପ୍ରିନା ବେହେରା ଓ ବହୁ ଅଭିଭାବକ ମାନଙ୍କର ସହଯୋଗରେ କାର୍ଯ୍ୟକ୍ରମଟିସଫଳ ହୋଇଥିଲା ।

ପରିଶେଷରେ ଅନୁଷ୍ଠାନର ଗୁରୁମା ଭାରତୀ ପ୍ରହରାଜ ଆଜିର କାର୍ଯ୍ୟକ୍ରମକୁ ସଫଳ କରିଥିବା ଅତିଥୁ, ପ୍ରତିଯୋଗୀ, ଗୁରୁ ମା ବୃନ୍ଦ ଓ ବିଶେଷ କରି ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Subha Khabar is now on Whatsapp
Join and get latest news update delivered to you via whatsapp
Join Now
