ଖୋର୍ଦ୍ଧା,(ଶୁଭ ଖବର):- ଓଡ଼ିଶା ସର୍ଭିସ ସେଣ୍ଟର ଫର୍ ଦି ଦିବ୍ୟାଙ୍ଗ ପିପୁଲ୍ସ, ପୁରୀ ଆନୁକୂଲ୍ୟରେ ବିଶ୍ୱହିନ୍ଦୁ ପରିଷଦ ଖୋର୍ଦ୍ଧା ସହଯୋଗରେ ଚାଲିଛି ଶ୍ରୀଜଗନ୍ନାଥଙ୍କ ୩୨ବେଶ ମହୋତ୍ସବ ଭଜନ ସମାରୋହ ସହ ମହାପ୍ରଭୁଙ୍କ କଥାମୃତ । ସ୍ଥାନୀୟ ହାବେଳି ପଡିଆ ରେ ଚାଲିଥିବା ଏହି ମହୋତ୍ସବ
ଦ୍ବିତୀୟ ଦିବସରେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମହାପ୍ରଭୁଙ୍କ ଜୟଘୋଷ, ମନ୍ତ୍ରୀଧ୍ବନୀରେ ପ୍ରକମ୍ପିତ ହୋଇଥିଲା ପରିବେଶ। ଅନୁଷ୍ଠାନ ର ସଭାପତି ଭବାନୀଚରଣ ପାଢୀ ଙ୍କ ତତ୍ତ୍ଵାବଧାନ ରେ ଦୃଷ୍ଟିବାଧିତ ଭାଇ ଭଉଣୀ ମାନେ ମହାପ୍ରଭୁଙ୍କ ଅତି ଚମକୃତ ଭଜନ ପରିବେଷଣ କରି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲେ। ଅନୁଷ୍ଠାନ ଟାଇଟଲ ସଙ୍ଗୀତ ଆମେ ଓଡ଼ିଆ ଆମ ଭାବ ଓଡିଆ ପରିବେଷଣ କରି ଉତ୍କଳୀୟ କଳା ସଂସ୍କୃତିର ବାତ୍ତା ଦେଇଥିଲେ।

ଆଜିର ସନ୍ଧ୍ୟାରେ ପୌରାଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି ମୁଖ୍ଯଅତିଥି, ପୌରାଧ୍ୟକ୍ଷ ସୌର୍ଯ୍ଯ ରଞ୍ଜନ ମହାନ୍ତି, ବରିଷ୍ଠ କାଉନସିଲର ଅମୀୟ ମହାନ୍ତି, ସାମାଜିକ କର୍ମୀ ସୁଚିସ୍ମିତା ବଡଜେନା, ବିଏଚପି ଖୋର୍ଦ୍ଧା ପ୍ରଖଣ୍ଡ ସଭାପତି ରଶ୍ମିରଞ୍ଜନ ମିଶ୍ର, ସମ୍ପାଦକ ଜିତେନ୍ଦ୍ର ବେହେରା, ବଜରଙ୍ଗ ଦଳ ସହ ଜିଲ୍ଲା ସଂଯୋଜକ ଏସଏମ ଦିବ୍ଯ ପ୍ରକାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାପ୍ରଭୁଙ୍କ ମହିମା ଗାନ ସହ ଅନୁଷ୍ଠାନ ଏହି ଭବ୍ଯ ଆୟୋଜନ ପ୍ରଶଂସା କରିଥିଲେ।
ଶ୍ରୀଜଗନ୍ନାଥଙ୍କ ହେଉଛନ୍ତି ଉତ୍କଳ ର ରାଷ୍ଟ୍ର ଦେବତା, କୋଟି କୋଟି ଓଡିଆଙ୍କ ମଉଡମଣି। ମହାପ୍ରଭୁଙ୍କ ଟିକିଏ ଦର୍ଶନ ପାଇଁ ଭକ୍ତ ମନ ବ୍ୟାକୁଳ। ମହାପ୍ରଭୁଙ୍କ ଚକାଆଖି ଥରେ ଦର୍ଶନ କରିଦେଲେ ଭକ୍ତ ନିଜ ଆନନ୍ଦ ପ୍ରଫୁଲ୍ଲିତ ହୋଇଯାଏ। ଓଡିଆ ଙ୍କ ହୃଦୟର ସ୍ପନ୍ଦନ, ସବୁକିଛି ହେଉଛନ୍ତି କାଳିଆ ସାଆନ୍ତ ବୋଲି ଅତିଥି ମାନେ କହିଥିଲେ।
ସମ୍ମାନିତ ଅତିଥି ବଡଜେନା କହିଲେ ମହାପ୍ରଭୁଙ୍କ ନିକଟରେ ଉଚ୍ଚ ନିଚ୍ଚ ଭେଦଭାବ ନାହି, ସେ ହେଉଛନ୍ତି ଭକ୍ତଙ୍କ ଭଗବାନ, ଭକ୍ତଙ୍କ ପାଇଁ ପୁରୁଷୋତ୍ତମ କ୍ଷେତ୍ର ରେ ବିଜେ କରିଛନ୍ତି। ସବୁ ତତ୍ତ୍ବ ଜ୍ଞାନ ବିଜ୍ଞାନ ଠୁ ଉର୍ଦ୍ଧ୍ବ ରେ ମହାପ୍ରଭୁ ଶ୍ରୀଜଗନ୍ନାଥ।
କେବଳ ଭକ୍ତି ଓ ସମର୍ପଣରେ ପ୍ରାପ୍ତି କରିହେବ। ନେପାଳ ର ଭୁ ସ୍କଖଳନ ରେ ପ୍ରାଣ ହରାଇଥିବା ବ୍ଯକ୍ତି ବିଶେଷ ଙ୍କୁ ସମବେଦନା ଜଣାଇବା ସହ ଆତ୍ମା ସଦଗତି ତଥା ନିଖୋଜ ଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ମହାପ୍ରଭୁଙ୍କ ନିକଟରେ ପାର୍ଥନା କରିଥିଲେ। ପ୍ରଭାତ ପାଣିଗ୍ରାହୀ ମଞ୍ଚ ସଂଯୋଜନା କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
