ଜଳ ନିଷ୍କାସନ ପାଈଁ ସ୍ଥାୟୀ ଡ୍ରେନ ନିର୍ମାଣ ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ  ଗ୍ରାମବାସୀ


ଖୋର୍ଦ୍ଧା (06/07):- ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଉଇଲ କିଶନ ନଗର ଗ୍ରାମ ଟି ଖାଲୁଆ ଅଞ୍ଚଳ ହୋଇଥିବାରୁ ଅସରାଏ ବର୍ଷା ହେଲେ ଗ୍ରାମ ର ଜଳ ବାହାରକୁ ଯିବା କଷ୍ଟକର ହୋଇପଡ଼ୁଛି, ଯେହେତୁ ଗ୍ରାମର ଜଳ ନିଷ୍କାସନ ପାଇଁ ମୁଖ୍ୟ ଡ୍ରେନ ନାହିଁ ତେଣୁ ବର୍ଷା ହେଲେ ବର୍ଷା ଜଳ ଓ  ବିଭିନ୍ନ ଲୋକଙ୍କ ଘରୁ ବାହାରୁଥିବା ଅବ୍ୟବହୃତ ଜଳ ବିଭିନ୍ନ ସ୍ଥାନରେ ଜମି ରହି ମଶା ମାଛି ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଗତ ଦିନ ରେ ଝାଡା ବାନ୍ତି ଭଳି ରୋଗ ଦେଖା ଯାଇଥିଲା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କ୍ୟାମ୍ପ କରି ଏହି ରୋଗ କୁ ଆୟତ୍ତ କରିଥିଲା।

Advertisement

ସେହିପରି ଗ୍ରାମର ଦେଉଳ ସାହି ବାରିତଳ ରାସ୍ତାରେ ପୂର୍ବରୁ ଡ୍ରେନ ଥିବା ବେଳେ ତାହା ରକ୍ଷାଣବେକ୍ଷଣ ଅଭାବ ରୁ ପୋତି ହୋଇଯାଇଥିବାରୁ ସାହିର ଲୋକଙ୍କ ଘରୁ ବାହାରୁଥିବା ଜଳ ଓ ବର୍ଷା ଜଳ ଏକ ହୋଇ ଏକ ପ୍ରକାର ଦୁର୍ଗନ୍ଧ ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି, ଏମିତିକି ସେହି ପରିତ୍ୟକ୍ତ ଡ୍ରେନ ରେ କିଛି ଛୋଟ ପିଲା ପଡି ଆହତ ମଧ୍ୟ ହେଉଛନ୍ତି ଏ ନେଇ ଗ୍ରାମବାସୀ  ପୂର୍ବରୁ ସ୍ଥାନୀୟ ପ୍ରଶାସନ କୁ ଜଣାଇଲେ ମଧ୍ୟ ଏହାର ସମାଧାନ ପାଇଁ କେହି କିଛି ପଦକ୍ଷେପ ନେଉ ନାହାନ୍ତି l  ତେଣୁ ଦେଉଳ ସାହି ରାସ୍ତା କଡ଼ ଡ୍ରେନ ନିର୍ମାଣ ସହିତ ଗ୍ରାମ ର ସାମୁହିକ ଜଳ ନିଷ୍କାସନ ପାଇଁ ଦୀର୍ଘସ୍ଥାୟୀ ଡ୍ରେନ ନିର୍ମାଣ କରାଯିବାକୁ ଗ୍ରାମ ର ଗ୍ରାମବାସୀ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ରେ ଦାବିପତ୍ର ଦେଇଛନ୍ତି।

ଏହି ଦାବିପତ୍ର ପାଇବା  ପରେ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଜ୍ୟୋତି ଶଙ୍କର ସାହୁ ଦରଖାସ୍ତ କୁ ତର୍ଜମା କରି ଖୋର୍ଦ୍ଧା ବିଡ଼ିଓ ସିଦ୍ଧାର୍ଥ ପଟ୍ଟନାୟକ ଓ ତହସିଲଦାର ଖୋର୍ଦ୍ଧା ବିଭାସ କୁମାର ପାଣିଗ୍ରାହୀ ଙ୍କୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ ନିର୍ଦେଶ ଦେଇ ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ଗ୍ରାମବାସୀଙ୍କୁ  ପ୍ରତିଶୃତି ଦେଇଛନ୍ତି  l

ଆଜିର ଏହି ଦାବିପତ୍ର ପ୍ରଦାନ ଅବସରରେ ଗ୍ରାମର ଆକାଶ କୁମାର ବିଶ୍ୱାଳ, ମମତା ସାହୁ, ଶରତ ବଳିୟାରସିଂ, ବିଚିତ୍ରାନନ୍ଦ ବିଶ୍ୱାଳ,ନିର୍ମଳ ବିଶ୍ୱାଳ, ତପନ ସାହୁ,, ଗୌରାଙ୍ଗ ବିଶ୍ୱାଳ, ମନୋରଞ୍ଜନ ପ୍ରଧାନ, ମନ୍ମଥ ବିଶ୍ୱାଳ,ସତ୍ୟବାନ ବିଶ୍ୱାଳ,ପପୁନି ବିଶ୍ୱାଳ ପ୍ରମୁଖ ଙ୍କ ସହିତ ଗ୍ରାମର ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *