ନିଜ ଶିଶୁଙ୍କୁ ଭାରତବର୍ଷ ର ଗୌରବମୟ ଗାଥା, ଐତିହ୍ୟ ସଂସ୍କୃତି, ପରମ୍ପରା ସମ୍ପର୍କରେ ଶିକ୍ଷା ଦିଅନ୍ତୁ : ମୁଖ୍ୟ ଅତିଥି

ଆରଏସଏସ ର “ବିଶିଷ୍ଟ ନାଗରିକ ସଂଗୋଷ୍ଠୀ

ଖୋଦ୍ଧ,୨୬/୪: ରାଷ୍ଟ୍ରୀୟ ସୟଂସେବକ ସଂଘ,(ଆରଏସଏସ) ଶତାବ୍ଦୀ ବର୍ଷ ପାଳନ ଅବସରରେ ଆରଏସଏସ ଖୋର୍ଦ୍ଧା ଜିଲା ପକ୍ଷରୁ ସ୍ଥାନୀୟ ଜୟୀରାଜଗୁରୁ ଭବନ ପରିସରରେ ସଂଘର ଶତାବ୍ଦୀ ବର୍ଷରେ “ବିଶିଷ୍ଟ ନାଗରିକ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

Advertisement

ଜିଲା ସଂଘଚାଳକ ଶିକ୍ଷାବିତ ନିରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆରଏସଏସ ଓଡ଼ିଶା ପୂର୍ବ ପ୍ରାନ୍ତର ସହ କାର୍ଯ୍ୟବାହ ଇଂ ସୁଦର୍ଶନ ଦାସ ଆରଏସଏସର ଶହେବର୍ଷ ର ଯାତ୍ରା ସାମାଜିକ ପୃଷ୍ଟଭୂମି ଉପରେ ଆଲୋକପାତ କରିଥିଲେ । ସଂଘ ସମାଜରେ ପରିବର୍ତନର ବାର୍ତା ରଖୁଛି I ସାମାଜିକ ସମରସତା,ସଦେଶୀ ବିଚାର, ପର୍ଯ୍ୟାବରଣ ସୁରକ୍ଷା, ପରିବାର ସ୍ବ ବୋଧ ଏବଂ ନାଗରିକ ଦାୟିତ୍ଵ ଓ କର୍ତବ୍ୟ । ସଂଘ ଏବଂ ସମାଜ ଅଲଗା ନୁହଁ I ସମାଜରେ ସମନତା ଆଣିବା, ହିନ୍ଦୁତ୍ବ ବିଚାରଧାରା, ସ ଆଧାରିତ ଭାରତୀୟ ସଂସ୍କୃତି, ପରମ୍ପରା, ଭେଷରୁଷା, ଖାଦ୍ୟପାନୀୟ ପ୍ରକୃତି ମାତାର ସୁରକ୍ଷା, ଜଳ ସଂରକ୍ଷଣ ପାଇଁ ସଂଘ ଏହି ଶତାବ୍ଦୀ ବର୍ଷରେ ଆହ୍ବାନ ଦେଇଛି ।

ଭାରତବର୍ଷରେ ବିଭିନ୍ନ ବର୍ଗର ଲୋକଙ୍କୁ ସାମାଜିକ କାର୍ଯ୍ୟରେ ସାମିଲ ଉଦ୍ଦେଶ୍ୟରେ ଆବଶ୍ୟକ‌ତା ଅନୁସାରେ ବିବିଧ କ୍ଷେତ୍ର କାର୍ଯ୍ୟ କରୁଛି । ଏହାର ଲକ୍ଷ୍ୟ ଉଦ୍ଦେଶ୍ୟ ହେଉଛି ହିନ୍ଦୁ ସଂସ୍କୃତିର ସୁରକ୍ଷା । ରାଷ୍ଟ୍ରକୁ ଆଗକୁ ନେବା ପାଇଁ ସାମୁହିକ ପ୍ରୟାସ ଜରୁରୀ । ନିଜ ସଂସ୍କୃତି ପରମ୍ପରାକୁ ନେଇ ଗର୍ବ କରିବା ସହ ଆଗାମୀ ପିଢି ପାଇଁ ଏହାକୁ ବଂଚାଇ ରଖିବା ଆମର ଦାୟିତ୍ଵ । ଦେଶର ଭବିଷ୍ୟତ ଶିଶୁଙ୍କ ମନରେ ରାଷ୍ଟୟୀୟତାର ଭାବ, ରାମାୟଣ, ଭାଗବତ ଗୀତା ହନୁମାନ ଚାଳିଶା ପାଠ କରିବା ପାଇଁ ପ୍ରେରଣା ଦିଅନ୍ତୁ । ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ମାର୍ଗଦର୍ଶନ କରିବା ଦାୟିତ୍ବ ମାତାପିତାଙ୍କ ରହିଛି । ନିଜ ଶିଶୁଙ୍କୁ ଭାରତବର୍ଷ ର ଗୌରବମୟ ଗାଥା, ଐତିହ୍ୟ ସଂସ୍କୃତି, ପରମ୍ପରା ସମ୍ପର୍କରେ ଶିକ୍ଷା ଦିଅନ୍ତୁ । ଶିଶୁର ଜନ୍ମ ଦିନରେ କେକ ନୁହଁ, ଗଛଟିଏ ଲଗାଇ ଅଥବା ପ୍ରୀତି ଉପହାର ସରୂପ ଗଛଟିଏ ଦିଅନ୍ତୁ । ପ୍ଲାଷ୍ଟିକ ବୋତଲ ପାଣି ପିଇବା ଅପେକ୍ଷା ମାଠିଆ ପାଣି ବ୍ୟବହାର କରନ୍ତୁ । ସଦେଶୀ ଭାବ ଜାଗରଣ କରନ୍ତୁ । ନିଜ ମାତୃଭାଷାକୁ ନେଇ ଗର୍ବ କରିବା ସହ ଶିଶୁ, ପିଲାଙ୍କୁ ମଧ ଆଗ୍ରହ କରନ୍ତୁ । ଆରଏସଏସ ଖୋର୍ଦ୍ଧା ଜିଲା ସହ ସଂଘଚାଳକ ଲଳିତମୋହନ ମହାପାତ୍ର ମଂଚାସୀନ ଥିଲେ । ଖୋର୍ଦ୍ଧା ଜିଲା ଏବଂ ସ୍ଥାନୀୟ ଅଂଚଳରୁ ବହୁ ବୁଦ୍ଧିଜିବୀ, ଶିକ୍ଷାବିତ, ବଭିନ୍ନ ସାମାଜିକ ଅନୁଷ୍ଠାନ, କର୍ମକର୍ତା ଉପସ୍ଥିତ ଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *