ଖୋରଧା -(୧୩/୪):- ସବୁବେଳେ ବିବାଦ ରେ ଫସି ରହିଥିବା ଖୋରଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ନିକଟରେ କେତେକ ବୈଦ୍ୟୁତିକ ଗଣମାଧ୍ୟମ ରେ ଦିବଙ୍ଗତ କୁନ୍ତଳା ଦେବୀ ଙ୍କୁ ବାୟାଣୀ ବୋଲି ମନ୍ତବ୍ୟ ଦେବା ପ୍ରତିବାଦ ରେ ଆଜି ତାଙ୍କ ବଡ ପୁଅ ଭଗବାନ ଦଳବେହେରା ଖୋରଧା ସାମନ୍ତରାପୁର ସ୍ଥିତ ଆୟୁଷ କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଖୋରଧା ବିଧାୟକ ଙ୍କ ଉପରେ ବର୍ଷିଛନ୍ତି ଭଗବାନ l

ସେ ତାଙ୍କ ବକ୍ତବ୍ୟ ରେ, ମା ର ସ୍ଥାନ ବହୁ ଉଚ୍ଚ ରେ, ମା ର ସ୍ଥାନ କେହି କେବେ ପୁରଣ କରି ପାରିବେନି,ତାଙ୍କ ମା ଜଣେ ସମ୍ଭ୍ରାନ୍ତ ପରିବାର ଝିଅ ଏବଂ ବୋହୁ l ବହୁ ପ୍ରତିଭାର ଅଧିକାରୀ, ମୋ ମା କେବେ ବାୟାଣୀ ନ ଥିଲେ କି କୌଣସି ମାନସିକ ରୋଗ ବିଶେଷଜ୍ଞ ଙ୍କ ନିକଟରେ ଚିକିତ୍ସିତ ହେଉନଥିଲେ l ମୋ ମା ଙ୍କ ବିରୁଦ୍ଧ ରେ ସର୍ବ ସାଧାରଣ ରେ ଏଭଳି ଅପମାନ ସୂଚକ ମନ୍ତବ୍ୟ ଦେବା ପାଇଁ ତାଙ୍କୁ ଅଧିକାର କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି l ତାଙ୍କ ର ବି ମା ଏବଂ ଭଉଣୀ ଥିବେ, ଏ ସବୁ କହିବା ପୁର୍ବରୁ ସେ ତାଙ୍କ ମା ଓ ଭଉଣୀ ଙ୍କ କଥା ମନେ ପକାଇବାର ଥିଲା, ଯେଉଁ ବ୍ୟକ୍ତି ମା କୁ ସମ୍ମାନ ଦେବା ଶିଖିନି ତାର ବିଧାୟକ ହେବାର କୌଣସି ଯୋଗ୍ୟତା ନାହିଁ l
ଯଦି ତୁରନ୍ତ ଏହି ମନ୍ତବ୍ୟ କୁ ବିଧାୟକ ପ୍ରତ୍ୟାହାର କରିବା ସହିତ ନିଃସର୍ତ୍ତ ରେ ଏଭଳି ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା ନ କରନ୍ତି, ତାହାହେଲେ ବିଧାୟକ ଙ୍କ ଏଭଳି ଆଚରଣ ପାଇଁ ସେ ମୁଖ୍ଯମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିବା ସହିତ, ଆଇନ ଅନୁଯାୟୀ ପଦକ୍ଷେପ ନେବେ ବୋଲି ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି ପୁଅ ଭଗବାନ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
