ବୀଣାପାଣି ଶିଶୁ ବିଦ୍ୟାମନ୍ଦିର ର ୩୬ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
ଖୋର୍ଦ୍ଧା,୯ା୪ : ସ୍ଥାନୀୟଗାନ୍ଧୀ ପଡ଼ିଆସ୍ଥିତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବୀଣାପାଣି ଶିଶୁ ବିଦ୍ୟା ମନ୍ଦିରର ୩୬ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ତଥା ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ବିରଂଚି କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେ୍ଦବ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତମ ଚରିତ୍ର ଗଠନ ପାଇଁ ବିଦ୍ୟାଳୟ ହେଉଛି ଏକ ପ୍ରମୁଖ ମାଧ୍ୟମ । କଠିନ ପରିଶ୍ରମ ହିଁ ସଫଳତା ଆଣେ । ବିଦ୍ୟାଳୟ ରେ କେବଳ ପାଠ ପଢାଯାଏ ନାହିଁ ବରଂ ଅନୁଶାସନ, ସତ୍ୟ ଏବଂ ଭଲ ମଣିଷ ହେବା ର ଶିକ୍ଷା ଦେଇଥାଏ ବୋଲି କହିଥିଲେ । ତେବେ ବିଦ୍ୟାଳୟରେ ପିଲାଙ୍କ ଜ୍ଞାନର ବୃଦ୍ଧି ଲାଗି ପାଠାଗାର, ବିଜ୍ଞାନଗାର ଓ ଆବଶ୍ୟକୀୟ ଶ୍ରେଣୀ ଗୃହ ନିର୍ମାଣ ଲାଗି ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ ।

ମୁଖ୍ୟବକ୍ତା ଭାବେ ଶିକ୍ଷକ ନେତା ସୁରେଶ ଚନ୍ଦ୍ର ବିଶ୍ୱାଳ ଯୋଗଦେଇ ବାର୍ଷିକ ଉତ୍ସବ କେବଳ ପୁରସ୍କାର ବିତରଣ ର ଦିନ ନୁହେଁ,ଏହା ବର୍ଷ ସାରାର କଠିନ ପରିଶ୍ରମ, ସୃଜଶୀଳତା ଏବଂ ଏକତାକୁ ପାଳନ କରିବାର ଦିନ । ବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କୁ ପାଠ ପଢା ବ୍ୟତୀତ ନୃତ୍ୟ, ଗୀତ, ବକ୍ତୃତା କଳାରେ ନିଜର ପ୍ରତିଭା ଦେଖାଇବାର ସୁଯୋଗ ଦେଇଥାଏ । ଶିକ୍ଷକ ଶିକ୍ଷୟତ୍ରୀ ମାନେ କେବଳ ପାଠ ପଢ଼ାନ୍ତି ନାହିଁ ବରଂ ଜୀବନ ର ସଠିକ ମାର୍ଗ ଦେଖାଇଥାନ୍ତି ।

ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, କାଉନସିଲର ଅମୀୟ ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଜ୍ୟୋସ୍ନାମୟୀ ପ୍ରଧାନ, କାଇପଦର କଲେଜ୍ ର ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ମାନସିଂ ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନଶିକ୍ଷକ ରେଣୁକା ମହାନ୍ତି ବାର୍ଷିକ ବୀବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ୧୬୫ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।

କାର୍ଯ୍ୟକ୍ରମକୁ ନୃସିଂହ କୁମାର ମହାପାତ୍ର ପରିଚାଳନା କରିଥିବାବେଳେ ପ୍ରତିଷ୍ଠାତା ତଥା ବରିଷ୍ଠ ଶିକ୍ଷକ ନିରାକାର ପ୍ରଧାନ, ପ୍ରକାଶ ଚନ୍ଦ୍ର ଦାସ, ପ୍ରଶାନ୍ତ କୁମାର ସାମନ୍ତରାୟ, ସନ୍ତୋଷ କୁମାର ଦାସ, ସାଧନା ମହାନ୍ତି, ସୁରେଶ ଚନ୍ଦ୍ର ନାୟକ, ସ୍ୱର୍ଣ୍ଣଲତା ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

ଶେଷରେ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ ସୁନ୍ଦରରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ପରିବେଷଣ କରଯାଇଥିଲା ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
