ଖୋର୍ଦ୍ଧା, (01/04):- ବେଗୁନିଆ ଶ୍ରୀଜଗନ୍ନାଥ ମନ୍ଦିର ସଲଗ୍ନ ଆମ୍ରକାନନ ପରିସରରେ ଆଦର୍ଶ କ୍ଳବ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଆଦର୍ଶ କ୍ଳବ ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ପୌରୋହିତ୍ୟରେ ବିଶିଷ୍ଟ ସାମ୍ବାଦିକ,ସୁସାହିତ୍ୟିକ ଓ ସମ୍ଭକାର କେଦାର ମିଶ୍ର ମୁଖ୍ୟ ଅତିଥି, ଡାକ୍ତର ଅମରେନ୍ଦ୍ର ମହାପାତ୍ର ମୁଖ୍ୟ ଵକ୍ତା, ଡ଼ଃ ହରିପ୍ରସାଦ ଦାସ ସଂମ୍ମାନିତ ଅତିଥିଭାବେ ଯୋଗଦେଇ ଉତ୍କଳ ଦିବସ ଉପରେ ମତବ୍ୟକ୍ତ କରିଥିଲେ ।

ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଏବଂ କାର୍ଯ୍ୟକ୍ରମରେ ଶତାଧିକ ଗୁଣି ଜ୍ଞାନୀ,ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
