ଆଇଓସିଏଲ ପାଇପଲାଇନ୍ସ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ପାଇଁ ମକ୍ ଡ୍ରିଲ

ରଣପୁର ,(୧୯/୩)  :-  ଇଣ୍ଡିୟାନ ଅଏଲ କର୍ପୋରେସନ ଲିମିଟେଡ଼, ପାଇପ ଲାଇନ ବିଭାଗ  ଓ ଜିଲା ପ୍ରଶାସନ ମିଳିତ ସହଯୋଗରେ ଗୁରୁବାର ନୟାଗଡ ଜିଲ୍ଲା ରଣପୁର ବ୍ଲକ ଦର୍ପନାରାୟଣ ପୁର କାକଲମା  ପଡ଼ିଆରେ ବିପର୍ଯ୍ୟୟ ମୁକାବିଲା ପାଇଁ  ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି ।

Advertisement

ତେବେ ଏହା  ଗ୍ରାମାଞ୍ଚଳରେ  ଜନସାଧାରଣ ମାନଙ୍କୁ ସଚେତନ କରାଇବା ଏହି ମକ୍ ଡ୍ରିଲର ଲକ୍ଷ୍ୟ ବୋଲି ଆଇଓସିଏଲ କମ୍ପାନୀ ପକ୍ଷରୁ କୁହାଯାଇଛି । ଆଇଓସିଏଲ୍  ପକ୍ଷରୁ ବିଭିନ୍ନ ସ୍ଥାନରେ ପାଇପ ଲାଇନ  ବିଛା ଯାଇଛି । ତେବେ ଯଦି ସେହି ପାଇପ ଲାଇନ କୌଣସି ସ୍ଥାନରେ ଲିକେଜ କରେ ବା ନିଆଁ ଲାଗେ ତେବେ ସେସବୁକୁ କିପରି ଆୟତ୍ତ କରାଯାଇ ପାରିବ ଓ କୌଣସି ଧନଜୀବନ ନଷ୍ଟ ନହେବ ସେଥିପାଇଁ ଆଇଓସିଏଲ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା ।ଜିଲ୍ଲା ଅଗ୍ନିଶମ ବିଭାଗ, ଓଡ୍ରାଫ୍ଟ ଓ ଆଇଓସିଏଲ କର୍ମଚାରୀ ମାନେ ଅଂଶ ଗ୍ରହଣ କରିବା ସହିତ ମକ୍ ଡ୍ରିଲ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିଥିଲେ । ତେବେ ଯେ କୌଣସି ସ୍ଥାନରେ ଯଦି କୌଣସି ଅସୁବିଧା ହୁଏ ପାଇପ ଚୋରି, ତେଲ ଲିକ ବା ପାଇପ କ୍ଷତି ହୁଏ ତେବେ ତୁରନ୍ତ କମ୍ପାନୀ କୁ ଖବର ଦେବା ସହିତ ନିଜେ ସତର୍କ ରହିବାକୁ କମ୍ପାନୀ ପକ୍ଷରୁ ପରାମର୍ଶ ଦେଇଥିଲେ । ଏହା ସହିତ ଗ୍ରାମାଞ୍ଚଳ ଜନସାଧାରଣ ମାନଙ୍କୁ ସଚେତନ କରାଇବା ଏବଂ ପ୍ରଶାସନ ଓ କମ୍ପାନୀର କର୍ମଚାରୀ ପ୍ରସୂତି ରହିବା ଏହି ମକଡ୍ରିଲର ମୁଖ୍ୟ ଲକ୍ଷ୍ୟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।  ଯାହାଦ୍ୱାରା ବିପଦ ସମୟରେ କ୍ଷୟ କ୍ଷତି କୁ ରୋକାଯାଇ ପାରିବ ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଡେପୁଟି କଲେକ୍ଟର ନୟାଗଡ,ଡିପିଓ ନୟାଗଡ, ଡାକ୍ତର ଦେବାଶିଷ ପରିଡା, ରଣପୁର ଅଗ୍ନିଶମ ବିଭାଗ ସୋମ୍ୟରଞ୍ଜନ ସେଠି, ଗଦାଧର ନାୟକ, ସ୍ଥାନୀୟସରପଞ୍ଚ ଓ ସମିତି ସଭ୍ୟ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ପରିଚାଳକ ଭି ସୁଧାକର ଭେଉରୀ, ପୋଲିସ୍ ଅଧିକାରୀ ଦୁର୍ଯ୍ୟଧନ ପଲେଇ ଉପସ୍ଥିତ ରହି ଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *