ଅକିକ ୱେଲଫ୍ୟାର ଫାଉଣ୍ଡେସନ ତରଫରୁ  ଇଫ୍ତାର ପାର୍ଟି


ଖୋର୍ଦ୍ଧା-୧୫/୩-ରମଜାନ ମାସ ସରି ସରି ଆସୁଥିବା ବେଳେ ଖୋର୍ଦ୍ଧା ଅଞ୍ଚଳର  ସରଧାପୁର ଗ୍ରାମ ସ୍ଥିତ  ଅକିକ ୱେଲଫ୍ୟାର୍  ଫାଉଣ୍ଡେସନର ପବିତ୍ର ରମଜାନ ମାସ ଅବସରରେ ଅସହାୟ ବ୍ୟକ୍ତି ହିନ୍ଦୁ ଏବଂ ମୁସଲିମ ଭାଇ ଭଉଣୀ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ  କରାଯାଇଛି।

Advertisement

ଏହି ରମଜାନ ମାସରେ ପ୍ରତେକ ମୁସଲିମ ସମ୍ପ୍ରଦାୟ ର ବ୍ୟକ୍ତି ନିଜର ଅର୍ଜିତ ସମ୍ପତିରୁ କିଛି ଅଂଶ ନିଜର ପୁଣ୍ୟ ଅର୍ଜନ କରିବା ପାଇଁ ଏହି ମାସରେ ଦାନ ଧର୍ମ କରିଥାନ୍ତି। ଏହାର ମୂଳ ଲକ୍ଷ କେହି ଲୋକ ନିଜ ଆର୍ଥିକ  ଅଭାବରୁ ଭଲ ଖାଇବା ଏବଂ ଇଦ ପାଇଁ ନୂତନ ବସ୍ତ୍ର ପିନ୍ଧି ଖୁସି ମନେଇ ପାରିବେ ସେହି ଲକ୍ଷ୍ୟରେ ସମସ୍ତ ମୁସଲିମ ମାନେ ଏହି ରମଜାନ ମାସରେ ଦାନଧର୍ମ କରିଥାନ୍ତି। ସେହି ଲକ୍ଷ ରଖି ଅକିକ ୱେଲଫ୍ୟାର ଫାଉଣ୍ଡେସନର ସମ୍ପାଦକ ମହମ୍ମଦ ରଫିକ ଜରାର,  ଏହି କାର୍ଯ୍ୟକ୍ରମରେ ସରଧାପୁର, ତରତୁଆ, ଅଟ୍ରି , ବେଣାପଞ୍ଜୁରୀ,  ଘୋରଡ଼ିଆ, ତରାବୋଇ , ପାରୀକ୍ଷେତା , ରଥିପୁର ,ଓ ଅଣ୍ଡା ବାଜପୁର ଅଞ୍ଚଳର ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରିଥିବାବେଳେ ସରଧାପୁର ଓ କବାରି ସାହିର ଅସହାୟ ହିନ୍ଦୁ ସମ୍ପ୍ରଦାୟ ର ବ୍ୟକ୍ତି ମାନଙ୍କୁ  ବସ୍ତ୍ର ଏବଂ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏଥି ସହ ଏହି କାର୍ଯ୍ୟକ୍ରମରେ ଉପବାସ ରଖିଥିବା  ୧୦୦ରୁ ଉର୍ଦ୍ଧ  ଲୋକମାନେ ଏକତ୍ରିତ ବସି ଇଫତାର ପାର୍ଟି ର ମଧ୍ୟ ଆୟଜନ କରାଯାଇଥିଲା।  


ଏହି ମହତ କାର୍ଯ୍ୟକ୍ରମ ରେ ମହମ୍ମଦ ରଫିକ ତରାର  ସରଧାପୁର, ମହମ୍ମଦ ହାଜି , ମହମ୍ମଦ ସାଦାତ ଅଲ୍ଲି, ମହମ୍ମଦ ସଲିମ, ଓହୀଦ ଖାଁ, ସୟଦ ଅଫସର ଅଲ୍ଲି , ମହମ୍ମଦ ଇଲିଆସ , ଜାଫର ଖାନ , ମହମ୍ମଦ ସିଦ୍ଦିକୁତୁଲ୍ଲା, ମହମ୍ମଦ ସାଇଫୁର ରହମାନ , ମହମ୍ମଦ ସବୀର, ମହମ୍ମଦ, ଓବେଦୁର, ମହମ୍ମଦ, ସଫିଉଲ୍ଲା,  ମୌଲାନା ସ୍ୱାଲେହୁଷ ଜମାହା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *