ଶନିଶ୍ଚରଦେବ ଙ୍କ ୧୦ ମ ବାର୍ଷିକ ଉତ୍ସବ ସ୍ଥଗିତ



ଖୋର୍ଦ୍ଧା,(୨୮/୦୨) :- ମଲ୍ଲିପୁର ଗ୍ରାମପଞ୍ଚଯାତ ଅନ୍ତର୍ଗତ ମୁକ୍ତାପୁର ଗ୍ରାମର ଦଳବେହେରା ସାହିରେ ଶନିଶ୍ଚରଙ୍କ ୧୦ ମ ବାର୍ଷିକ ଉତ୍ସବ ଅବସରରେ କଳସ ଯାତ୍ରା ଚାଲୁଥିବା ସମୟରେ ଏକ ଅଭାବନୀୟ ଘଟଣା  ଘଟିଥିଲା।

Advertisement

ଏହି ଅଭାବନୀୟ ଘଟଣାକୁ ନେଇ ଗ୍ରାମବାସୀ ସ୍ଥବ୍ଧ। ଶନିଶ୍ଚରଙ୍କ ଯଂଜ୍ଞର କଳସ ଯାତ୍ରାରେ ୪୦ ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ କଳସ ଧରି ଯଂଜ୍ଞ ମଣ୍ଡପକୁ ଆସୁଥିବା ସମୟରେ ଦଳବେହେରାସାହିର ତାରିଣୀ ରଣା, ବୟସ (୩୦) ନିଶା ଶକ୍ତ ଅବସ୍ଥାରେ ଏକ ଟାଟା ମ୍ୟାଜିକ ଗାଡି ଆଣି ବ୍ରତାଧାରୀ କଳସ ଯାତ୍ରୀ ୭ ଜଣଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ମହିଳା ବ୍ରତୀ ପ୍ରତିମା ବିଶ୍ୱାଳ ବୟସ (୫୫) ପ୍ରାଣବାୟୁ ଚାଲିଯାଇଥିଲେ ମଧ୍ୟ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ନିଆ ଯାଇଥିଲା। ବହୁ ଜନସମାଗମକୁ ଲକ୍ଷ୍ୟ କରି ଖୋର୍ଦ୍ଧା ଚିକିତ୍ସାଳୟ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କଲେ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ମିଲି ସ୍ୱାଇଁ (୨୮), ରଶ୍ମିତା ସ୍ୱାଇଁ (୩୦), ସାରିଆ ବିଶ୍ୱାଳ (୪୫),ଲିପି ସ୍ୱାଇଁ (୨୫)ରାଜୀବ ରାଉତ (୩୫)ରଶ୍ମିତା ରାଉତ (୩୫)  ଆଘାତ ହୋଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ  ଭର୍ତ୍ତୀ ହୋଇଛନ୍ତି।

ଶନିଶ୍ଚରଙ୍କ ୧୦ ମ୍ ବାର୍ଷିକ ଉତ୍ସବ ଆଜି ମୁକ୍ତାପୁର ଗ୍ରାମରେ ଶୋକାକୁଳ ପରିବେଶ ଆଜି ଦେଖିବାକୁ ମିଳିଛି। ତେଣୁ ୧୦ ମ ବାର୍ଷିକ ଉତ୍ସବ ସ୍ଥଗିତ ହୋଇଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *