ବି.ଜେ.ବି ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଖୋର୍ଦ୍ଧା,(୨୮/୨):- ବିଜେବି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।ଏହି ଦିବସ ଅବସରରେ ପିଲାମାନଙ୍କ ମଧ୍ୟରେ ଏକ  ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ସେଥ୍‌ରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନବୀନ ଓ ସୃଜନଶୀଳ ପ୍ରକଳ୍ପଗୁଡିକ ପ୍ରଦର୍ଶିତ ହୋଇଥିଲା।ଏହା ବ୍ୟତୀତ ପିଲାମାନଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷାକୁ ଆଧାର କରି ଏକ ଚିତ୍ରାଙ୍କନ ଏବଂ ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ବେଶ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା, ଯେଉଁଥରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବୈଜ୍ଞାନିକ  ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ଆକର୍ଷିତ କରିଥିଲେ।

Advertisement


ପ୍ରତିଯୋଗିତା ଶେଷରେ ବିଦ୍ୟାଳୟ ସଭାଗୃହରେ ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି ତାଙ୍କ ବକ୍ତବ୍ୟ ରେ ସି.ଭି.ରମଣଙ୍କ ଅମୂଲ୍ୟ ଅବଦାନ ସମ୍ବନ୍ଧରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ମନସ୍କ ହେବାକୁ ପ୍ରେରଣା ଦେବାସହ, ଜିଜ୍ଞାସା ଓ ପ୍ରୟାଗମୂଳକ ଶିକ୍ଷା ହେଉଛି ସଫଳତାର ମୂଳମନ୍ତ୍ର ବୋଲି କହିଥିଲେ।

ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ, ବିଭୁ ପ୍ରସାଦ ପଣ୍ଡା,ସବିତା  ଦାସ, ରୋଜାଲିନ ରାଉତରାୟ, ପ୍ରିୟଦର୍ଶିନୀ ସାହୁ, ସବୁଜିମା ସାହୁ ଏବଂ ରାହୁଲ ମହାରଣା ସେମାନଙ୍କ ବକ୍ତବ୍ୟରେ ବିଜ୍ଞାନର ଆବଶ୍ୟକତା ଓ ଆଧୁନିକ ଯୁଗରେ ତାହାର ଭୂମିକା ବିଷୟରେ କହିଥିଲେ। ଶେଷରେ ବିଜ୍ଞାନ
ପ୍ରଦର୍ଶନୀ, ଚିତ୍ରାଙ୍କନ ଓ ବୈଜ୍ଞାନିକ ବେଶଭୂଷା ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *