ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ  ସ୍ବାଗତ କଲା ପ୍ରାଥମିକ ଶିକ୍ଷକ ସଂଘ


ଖୋରଧା -୧୭/୨ – ପଞ୍ଚାୟତ ସମିତି, କାର୍ଯ୍ୟାଳୟ ପରିସରରେ ପ୍ରାଥମିକ ଶିକ୍ଷକ ସଂଘ,ଖୋରଧା ଜିଲ୍ଲା ସଭାପତି ଯୁଧୁଷ୍ଠିର ସାହୁଙ୍କ ନେତୃତ୍ବରେ ୧୦ ଜଣ ପ୍ରତିନିଧି ମଣ୍ଡଳୀ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖୋରଧା ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ଭେଟି  ସ୍ଵାଗତ କରିବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ । ସେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଉପଶାସନ ସଚିବ ସହିତ  ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମନ୍ତ୍ରୀଙ୍କ ଓ.ଏସ୍.ଡ଼ି.ଭାବେ  କାର୍ଯ୍ୟରତ ଥିଲେ । ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ତୁଲାଇଥିଲେ । ସେ ଜଣେ ସଛୋଟ, କର୍ମଯୋଗୀ, ନିର୍ଭିକ, ସାହାସୀ ଓ ଶିକ୍ଷକମାନଙ୍କୁ ଭଲ ପାଉଥିବା ବ୍ୟକ୍ତିତ୍ଵ ଅଟନ୍ତି । ଡ଼ିସେମ୍ବର ୫ ରେ ଶିକ୍ଷକମାନଙ୍କର  ଆନ୍ଦୋଳନରେ ସରକାରଙ୍କ ସହିତ ଆଲୋଚନା କରାଇବା ଓ ସମାଧାନ ଦିଗରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା । ପ୍ରାଥମିକ ଶିକ୍ଷକ ସଂଘ ସରକାରଙ୍କର ଉତ୍ତମ ବୁଝାମଣାରେ କିପରି ସମାଧାନ ହୋଇପାରିବ ସେ ବହୁତ ଉଦ୍ୟମ କରିଛନ୍ତି । ଖୋରଧାର ଶିକ୍ଷା ଓ ବ୍ଲକର ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ବଳିଷ୍ଠ ଭୂମିକା ରହିବ ବୋଲି ସଂଘ ଆଶାବାଦୀ ଅଛି ।

ଅନ୍ୟମାନଙ୍କ  ମଧ୍ୟରେ ବ୍ଲକ ସମ୍ପାଦକ ଅମୀୟ କୁମାର ପରିଡ଼ା, ଉପସଭାପତି ରଶ୍ମି ଦାସ, ସହ-ସମ୍ପାଦକ ଜ୍ୟୋତିମୟୀ ନାୟକ, ରବି ନାରାୟଣ ପଣ୍ଡା, ପ୍ରଭାସିନି ବେହେରା, ପ୍ରତିମା ବେହେରା, ରାମଚନ୍ଦ୍ର ବ୍ରହ୍ମା,ରାଜୀବ ଲୋଚନ ମହାପାତ୍ର, ମାଧବ ଚନ୍ଦ୍ର ରଣା, ପ୍ରତାପ ଚନ୍ଦ୍ର ସ୍ଵାଇଁ ପ୍ରମୁଖ ଉପସ୍ଥିତଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *