ଖୋର୍ଦ୍ଧା,୧୧।୨ : ଏକ ବ୍ରାଉନସୁଗାର ମାମଲାର ରାୟ ବିଚାର କରି ପ୍ରଥମ ଅତିରିକ୍ତ ଜିଲା ଦୌରା ଜଜ୍ ରଞ୍ଜୁଲତା ଲେଙ୍କା ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ, ଏକ ଲକ୍ଷ ଟଙ୍କା ଜରିମାନା ଅଣାଦେୟ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସଗ୍ନେଶ୍ବର ସାହିର ମାନସ ସାହୁ(୨୬) ।

ମାମଲାରୁ ପ୍ରକାଶ ଗତ ୨୦୨୧ ମସିହା ଏପ୍ରିଲ ୬ ତାରିଖରେ କଟକ ଅବକାରୀ ମୋବାଇଲ ୟୁନିଟ୍ ମହିଳା ମହାବିଦ୍ୟାଳୟ ରାସ୍ତା ନିକଟରୁ ମାନସଙ୍କୁ ଧରିଥିଲା I ତାଙ୍କ ଠାରୁ ୩୨୫ ଗ୍ରାମ ବ୍ରାଉନସୁଗାର ଏବଂ ନଗଦ ୧୫ହଜାର ଟଙ୍କା ଜବତ କରିଥିଲା । ଏନଡିପିଏସ ଆକ୍ଟରେ ଅବକାରୀ ବିଭାଗ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥଲା । ଖୋର୍ଦ୍ଧା କୋର୍ଟରେ ତାଙ୍କ ମାମଲା ବିଚାରଧନ ରହିଥଲା । ଆଜି ଏହି ମାମଲାର ବିଚାର କରି କୋର୍ଟ ସାକ୍ଷ୍ୟ ପ୍ରମାଣକୁ ସାକ୍ଷ୍ୟପ୍ରମାଣ ଭିତି କରି ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସତନ୍ତ୍ର ଓ ଅତିରିକ୍ତ ପ୍ଳବିକ ପ୍ରସିକ୍ୟୁଟ ରଜନୀକାନ୍ତ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
