ଖୋରଧା,(୧୧/୦୨):- ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ଆର୍ଯ୍ୟ ସମାଜର ୩୭ ତମ ତ୍ରିଦିବସୀୟ ବାର୍ଷିକ ଯଜ୍ଞ ମହୋତ୍ସବ ବେଦ ମନ୍ଦିର ନିକଟରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବରେ ସ୍ବାମୀ ଆତ୍ମା ନନ୍ଦ ସରସ୍ଵତୀ, ବେଦ ବିଦ୍ୟା ଗୁରୁକୁଳ ଆଶ୍ରମ ,ତପୋବନ,କନ୍ଧମାଳ ସମାଜର ବର୍ତ୍ତମାନର ସାଂପ୍ରତିକ ପରିସ୍ଥିତିରେ ବେଦର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ ।ମୁଖ୍ୟ ଅତିଥି ଭାବରେ ଗାୟକ ଆହ୍ଲାଦ ଶ୍ରୀ ସୁରେନ୍ଦ୍ର କୁମାର ଛୋଟରାୟ, ସମ୍ମାନିତ ଅତିଥିରୂପେ ସରପଞ୍ଚ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା ,ସରପଞ୍ଚ ଡିଙ୍ଗର ଗ୍ରାମ ପଞ୍ଚାୟତ ଓ ନବକିଶୋର ବିଧାର ଯୋଗଦେଇଥିଲେ ଓ ଶିବାନନ୍ଦ ତପୋଭୂମି ମାଣିକମରା ଢେଙ୍କାନାଳର ବ୍ରହ୍ମଚାରୀ ଶ୍ରୀକାନ୍ତ ଜୀ ଙ୍କ ଦ୍ଵାରା ଯଜ୍ଞ ପରିଚାଳନା କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ଶେଷଦେବ ବେହେରା,ସଭାପତି ନବକିଶୋର ରଣା,ଉପ ସଭାପତି ଦେବେନ୍ଦ୍ର କୁମାର ବିଷୋୟୀ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡିତରାୟ, କାର୍ତିକେଶ୍ୱର ସାହୁ, ଶିବ ପ୍ରସାଦ ଦାସ,ଡମ୍ବରୁଧର ବେହେରା, ବସନ୍ତ ଭୂୟାଁ,ପଦ୍ମାବତୀ ରଣା, ସଂଯୁକ୍ତା ବେହେରା, ରୁନୁବାଳା ପଣ୍ଡିତରାୟ , ଲକ୍ଷ୍ମୀଧର ବେହେରା,ଗୋବିନ୍ଦ ମହାରଣା, ଗୋବିନ୍ଦ ମାର୍ଥା,ରାମଚନ୍ଦ୍ରସାହୁ,ଦେବରାଜ ସାହୁ,ମଦନ ମାର୍ଥା , ଗଗନ ବିହାରୀ ମାର୍ଥା , ଅଭିନ୍ନ ବିଶ୍ବାଳ ସୂଚାରୁ ରୂପେ ପରିଚାଳିତ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now