ବୋଲଗଡ ମାଟି ର ସ୍ୱାଭିମାନ ପାଇଁ ଜନ ପ୍ରତିନିଧି ଙ୍କ  ଗଣ ଧାରଣା ଦ୍ଵିତୀୟ ଦିନରେ ଯୋଗଦେଲେ ରାଜେନ୍ଦ୍ର

ବିଡ଼ିଓ ହଟାଓ ବୋଲଗଡ ବଞ୍ଚାଅ ଅଭିଯାନ ରେ ଗଣ ଧାରଣା ଜାରି

ଖୋର୍ଦ୍ଧା, (୧୧/୦୨);-  ବୋଲଗଡ ପଞ୍ଚାୟତ ସମିତି ସମ୍ମୁଖ ରେ  ର ସମସ୍ତ ଜନ ପ୍ରତିନିଧି ସାମୁହିକ ଗଣ ଧାରଣା ଓ ବିକ୍ଷୋଭ ର ଦ୍ଵିତୀୟ ଦିନ ରେ ଙ୍କ ସହ ଦଳଗତ ନିର୍ବିଶେଷରେ ବିଭିନ୍ନ ସାମାଜିକ ସଂଗଠନ ର କର୍ମକର୍ତ୍ତା, ବିଭିନ୍ନ ପଞ୍ଚାୟତ ର ଜନ ପ୍ରତିନିଧି ,ସଚେତନ ନାଗରିକ, ଗଣ ଧାରଣା ରେ ଯୋଗଦେଇ ବୋଲଗଡ ର ସମ୍ମାନ, ସ୍ୱାଭିମାନ, ଅସ୍ମିତା କୁ କୁଠରାଘାତ କରି ବହୁବର୍ଷ ରୁ ଚାଲି ଆସୁଥିବା ଜନରାଜ୍ୟ ଦିବସ ରେ ସମ୍ମିଳିତ ପ୍ୟାରେଡ ବନ୍ଦ କରିବା ନିଜେ ବିଡ଼ିଓ ଅନୁପସ୍ଥିତ ରହିବା ସହ ପ୍ରଶାସନ ଅନୁପସ୍ଥିତ ରହିବା ବୋଲଗଡ ପାଇଁ ଏକ କଳାଦିବସ ବୋଲି କହି ସମସ୍ତ ନେତୃମଣ୍ଡଳୀ ବିଡ଼ିଓ ବିରୋଧ ରେ ନାରାବାଜି କରି ରେ ପ୍ଲା କାର୍ଡ ଧରୀ ବ୍ଲକ୍ ସମ୍ମୁଖ ରେ ଗଣଧାରଣା ରେ ବସିଛନ୍ତି ।

Advertisement



ପର୍ଯ୍ୟନ୍ତ ସରକାର ବିଡ଼ିଓ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେଇଛନ୍ତି ସେ ପର୍ଯ୍ୟନ୍ତ ଏ ଗଣ ଧାରଣା ଜାରି ରହିବ ବୋଲି କହିଛନ୍ତି ।


ବୋଲଗଡ ର ସମ୍ମାନ, ସ୍ୱାଭିମାନ, ଅସ୍ମିତା ଉଦ୍ଦେଶ୍ୟରେ ଏହାକୁ ସମର୍ଥନ କରି ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ବୋଲଗଡ ଅଞ୍ଚଳ ବାସି ଙ୍କ ସ୍ୱାଭିମାନ , ସ୍ଥାନୀୟ ଜନ ପ୍ରତିନିଧି ଙ୍କୁ ସମ୍ମାନ,ମନମୁଖୀ ଶାସନ କରୁଥିବା ବିଡ଼ିଓ ଙ୍କ ବିରୋଧ ରେ   ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନ ସାଧାରଣ ଙ୍କ ତରଫରୁ ସରକାରଙ୍କୁ ନିବେଦନ କରିଛନ୍ତି ।



ଅନ୍ୟ ମାନଙ୍କ ମଧ୍ୟରେ ବୋଲଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁଲାଶ ପ୍ରଧାନ,  ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଛୋଟରାୟ, ସୁବାସ ଚନ୍ଦ୍ର ରାୟଗୁରୁ, ସୁନନ୍ଦିତା ସାହୁ,ଯୁବ ବିଜେଡି ରାଜ୍ୟ ଉପ ସଭାପତି ଅବ୍ୟକ୍ତ ହରିହର ଖଡାଙ୍ଗ ବଡକୁମାରି  ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ,ବ୍ଲକ ବିଜେଡି ସଭାପତି ବାନାମ୍ୱର ମାଝି, ପୂର୍ବତନ ଜିଲ୍ଲା ପରିଷଦ ଅଶ୍ଵିନୀ ପଟ୍ଟନାୟକ,ଆଇନଜୀବୀ ବିର ଦାସ ଙ୍କ ସମେତ ବହୁ ସାମାଜିକ ଅନୁଷ୍ଠାନ ର କର୍ମକର୍ତ୍ତା , ବିଭିନ୍ନ ପଞ୍ଚାୟତ ର ୩୦ ରୁ ଉର୍ଦ୍ଧ ସରପଞ୍ଚ ,ସମିତି ସଭ୍ୟ/ ସଭ୍ୟା ଯୋଗଦେଇ ନିଜ ନିଜ ଅଭିଭାଷଣ ରେ ବିଡ଼ିଓ ବିରୋଧ ରେ ବର୍ଷିଥିଲେ ଓ ଏହି ଗଣ ଧାରଣା ଚାଲୁ ରହିବ ଯେ ପର୍ଯ୍ୟନ୍ତ ବିଡ଼ିଓ ଙ୍କ ବିରୋଧ ରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ବଦଳି କିମ୍ବା ନିଲମ୍ବିତ ନ କରିଛନ୍ତି  ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *