ଖୋର୍ଦ୍ଧା, (୧୦/୦୨):- ବୋଲଗଡ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଥିବା ୭୭ତମ ସାଧାରଣତନ୍ତ୍ର ଦିବସରେ ବୋଲଗଡ଼ ବିଡ଼ିଓ ସୁମନ ସୁଦ୍ଧା କୁଣ୍ଡୁଙ୍କ ଅନୁପସ୍ଥିତି ଏବଂ ବ୍ଲକପ୍ରଶାସନ ପକ୍ଷରୁ ଅସହଯୋଗ ହୋଇଥିବାର ଅଭିଯୋଗ ହେଉଥିବା ସହିତ ସାଧାରଣ ରେ ଅସନ୍ତୋଷ ଦେଖୁବାକୁ ମିଳିଛି l

ଏଥି ନେଇ ବିଡ଼ିଓଙ୍କ ବିରୋଧରେ ବୋଲଗଡ଼ ରେ ସ୍ଥାନୀୟ ସିଭିଲସୋସାଇଟିର ଜନସାଧାରଣ ମାନେ ଏକ ବିଡ଼ିଓ ଙ୍କ ନିଲମ୍ବନ ଓ ବଦଳି ଦାବୀ ରେ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ସ୍ଥାନୀୟ ତହସିଲଦାର ଙ୍କୁ ପ୍ରଦାନ କରିବା ସହ ପଞ୍ଚାୟତ ସମିତି ର ସମସ୍ତ ଜିଲ୍ଲା ପରିଷଦ,ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମିଳିତ ହୋଇ ଜିଲ୍ଲାପାଳ ଙ୍କୁ ସରକାର ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ଦେଇଥିଲେ , ସେଥିରେ ଉଲ୍ଲେଖ ଥିଲା ଯେ ଯଦି ୦୯ଫେବୃଆରୀ ସୁଦ୍ଧା ଉପଯୁକ୍ତ ତଦନ୍ତ କରି ବିଡ଼ିଓ ଙ୍କ ବିରୋଧ ରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରା ସହ ବ୍ଲକ୍ ସମ୍ମୁଖ ରେ ଏକ ଗଣ ଧାରଣା ଦିଆଯିବ ।

ସୂଚନା ଯୋଗ୍ୟ ଯେ ଆଜି ପୂର୍ବାହ୍ନ ରୁ ବୋଲଗଡ ପଞ୍ଚାୟତ ସମିତି ର ସମସ୍ତ ଜନ ପ୍ରତିନିଧି ଙ୍କ ସହ ଦଳଗତ ନିର୍ବିଶେଷରେ ବିଭିନ୍ନ ସାମାଜିକ ସଂଗଠନ ର କର୍ମକର୍ତ୍ତା, ବିଭିନ୍ନ ପଞ୍ଚାୟତ ର ହଜାର ହଜାର ସଚେତନ ନାଗରିକ, ବିଭିନ୍ନ ପଞ୍ଚାୟତ ର ସଚେତନ ମା ମାନେ ଯୋଗଦେଇ ଗୋପବନ୍ଧୁ ଙ୍କୁ ମାଲ୍ୟାର୍ପଣ କରି ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବୋଲଗଡ ର ସମ୍ମାନ, ସ୍ୱାଭିମାନ, ଅସ୍ମିତା କୁ କୁଠରାଘାତ କରି ବହୁବର୍ଷ ରୁ ଚାଲି ଆସୁଥିବା ଜନରାଜ୍ୟ ଦିବସ ରେ ସମ୍ମିଳିତ ପ୍ୟାରେଡ ବନ୍ଦ କରିବା ନିଜେ ବିଡ଼ିଓ ଅନୁପସ୍ଥିତ ରହିବା ସହ ପ୍ରଶାସନ ଅନୁପସ୍ଥିତ ରହିବା ବୋଲଗଡ ପାଇଁ ଏକ କଳାଦିବସ ବୋଲି କହି ସମସ୍ତ ନେତୃମଣ୍ଡଳୀ ବିଡ଼ିଓ ବିରୋଧ ରେ ନାରାବାଜି କରି ଶୋଭାଯାତ୍ରା ରେ ପ୍ଲା କାର୍ଡ ଧାରୀ ବ୍ଲକ୍ ସମ୍ମୁଖ ରେ ଗଣଧାରଣା ରେ ବସିଥିଲେ ।

ଯେ ପର୍ଯ୍ୟନ୍ତ ସରକାର ବିଡ଼ିଓ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେଇଛନ୍ତି ସେ ପର୍ଯ୍ୟନ୍ତ ଏ ଗଣ ଧାରଣା ଜାରି ରହିବ ବୋଲି କହିଛନ୍ତି ।

ବୋଲଗଡ ର ସମ୍ମାନ, ସ୍ୱାଭିମାନ, ଅସ୍ମିତା ଉଦ୍ଦେଶ୍ୟରେ ଏହାକୁ ସମର୍ଥନ କରି ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ ବୋଲଗଡ ଅଞ୍ଚଳ ବାସି ଙ୍କ ସ୍ୱାଭିମାନ ମନମୁଖୀ ଶାସନ କରୁଥିବା ବିଡ଼ିଓ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନ ସାଧାରଣ ଙ୍କ ତରଫରୁ ସରକାରଙ୍କୁ ନିବେଦନ କରିଛନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ବୋଲଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁଲାଶ ପ୍ରଧାନ, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ , ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଛୋଟରାୟ, ସୁବାସ ଚନ୍ଦ୍ର ରାୟଗୁରୁ, ସୁନନ୍ଦିତା ସାହୁ, ବ୍ଲକ ବିଜେଡି ସଭାପତି ବାନାମ୍ୱର ମାଝି, ପୂର୍ବତନ ଜିଲ୍ଲା ପରିଷଦ ଅଶ୍ଵିନୀ ପଟ୍ଟନାୟକ,ଆଇନଜୀବୀ ବିର ଦାସ,ଗୌରୀ ଦେବୀ, ବଇଂଶିଧର ସାହୁ ଙ୍କ ସମେତ ବହୁ ସାମାଜିକ ଅନୁଷ୍ଠାନ ର କର୍ମକର୍ତ୍ତା , ବିଭିନ୍ନ ପଞ୍ଚାୟତ ର ୩୪ ରୁ ଉର୍ଦ୍ଧ ସରପଞ୍ଚ ,ସମିତି ସଭ୍ୟ/ ସଭ୍ୟା ଯୋଗଦେଇ ନିଜ ନିଜ ଅଭିଭାଷଣ ରେ ବିଡ଼ିଓ ବିରୋଧ ରେ ବର୍ଷିଥିଲେ ଓ ଏହି ଗଣ ଧାରଣା ଚାଲୁ ରହିବ ଯେ ପର୍ଯ୍ୟନ୍ତ ବିଡ଼ିଓ ଙ୍କ ବିରୋଧ ରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ବଦଳି କିମ୍ବା ନିଲମ୍ବିତ ନ କରିଛନ୍ତି ବୋଲି କହିଛନ୍ତି ।

ସେପଟେ ନିଜେ ବିଡିଓ ସୁମନ ସୁଦ୍ଧା କୁଣ୍ଡୁ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ତାଙ୍କର କୌଣସି ଭୁଲ ନାହିଁ । ସାଧାରଣତନ୍ତ୍ର ଦିବସ ଦିନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିଲା ବୋଲି ପ୍ରତିକ୍ରିୟା ରଖିଛନ୍ତି। ମାତ୍ର ଉକ୍ତ ଦିନ ବିଡିଓ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିବା ଜନପ୍ରତିନିଧିମାନେ ଅଭିଯୋଗ ବାଢିଛନ୍ତି। ସେପଟେ ଜନପ୍ରତିନିଧି ମାନେ ଧାରଣାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ବସି ରହିବାର ଚେତାବନୀ ଦେଇଛନ୍ତି। ବୋଲଗଡ ଜନସାଧାରଣ ଓ ନିର୍ବାଚିତ ପ୍ରତିନିଧିଙ୍କ ପକ୍ଷରୁ ଚାଲିଥିବା ଏହି ଆନ୍ଦୋଳନକୁ ଭାଜପା ନେତା ଅଜିତ ପଟ୍ଟନାୟକ, ଭାଜପା ମଣ୍ଡଳ ସଭାପତି ଦିପକ ବିଶ୍ବାଳ ପ୍ରମୁଖ ସମର୍ଥନ ଜଣାଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now