ଖୋର୍ଦ୍ଧା,(୮/୨):- ଭାରତୀୟ ସ୍ଥଳ ସେନା ର ଅବସରପ୍ରାପ୍ତ ଜୁନିୟର କମିସନଣ୍ଡ ଅଫିସର ଭୁବନେଶ୍ୱର ରାଉତରାୟ ଙ୍କ ର ୮୪ ବର୍ଷ ବୟସ ରେ ପରଲୋକ ହୋଇଯାଇଛି l ଦୀର୍ଘ ୨୫ ବର୍ଷ ଧରି ଭାରତୀୟ ସ୍ଥଳ ସେନା ରେ ସଫଳତା ର ସହିତ କାର୍ଯ୍ୟ କରି ଅବସର ନେବା ପରେ ପଲ୍ଲା ହନୁମାନ ମନ୍ଦୀର ସ୍ଥିତ ତାଙ୍କ ବଡପୁଅ ଙ୍କ ପାଖରେ ରହୁଥିଲେ ।

ତାଙ୍କ ବିୟୋଗ ଖବର ପାଇବା ପରେ ଖୋର୍ଦ୍ଧା ସହର ଏବଂ ଏହାର ଆଖ ପାଖ ଅଞ୍ଚଳରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କର ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ବୋହୁ, ଝିଅ, ଜ୍ବାଇଁ, ନାତି, ନାତୁଣୀ ଉପସ୍ଥିତ ଥିଲେ l ପୁରୀ ସ୍ବର୍ଗଦ୍ବାର ରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା l ବଡପୁଅ ଅବସପ୍ରାପ୍ତ କର୍ଣ୍ଣେଲ ଅରୁଣ କୁମାର ରାଉତାୟ ମୁଖାଗ୍ନି ଦେଇଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now