ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା

ରାଜସ୍ବ ଗ୍ରାମର ମାନ୍ୟତା ପରେ ୨୮ ବର୍ଷ ବିତିଯାଇଥିଲେ ମଧ୍ୟ ମିଳୁନି ପରିଚୟ

ଗଣମାଧ୍ୟମ କୁ ଏକ ମାସ ଭିତରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଙ୍କ ସ୍ପଷ୍ଟୀକରଣ ପରେ ବିତିଗଲାଣି ଦୁଇମାସ

ପୁଣି ବାରମ୍ବାର ପ୍ରଶାସନ କୁ ଭେଟିଥିବା ଅଭିଯୋଗ ଆଣିଲେ ନବକିଶୋର ଓ ଗ୍ରାମବାସୀ


ଯଦି ୧୫ ଦିନ ମଧ୍ୟ ରେ ସରକାରୀ ନଥିପତ୍ର ରେ କାଚରା ଗ୍ରାମବାସୀ ଙ୍କୁ ପରିଚୟ ନ ମିଳେ ପୁଣି ହାଇକୋର୍ଟ ଯିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।


ଖୋର୍ଦ୍ଧା,(୨୯/୦୧):- ଖୋରଧା ଜିଲ୍ଲା ବେଗୁନିଆ ତହସିଲ ଅନ୍ତର୍ଗତ କଣ୍ଟାବାଡ  ଗ୍ରାମ ପଞ୍ଚାୟତ ର କାଚରା ଗ୍ରାମ କୁ ୧୯୯୮ ମସିହା ମିଳିଲା ନୂତନ ରାଜସ୍ବ ଗ୍ରାମ ର ମାନ୍ୟତା । ଖୁସିରେ ବିଭୋର ହେଲେ କାଚାରା ବାସୀ ମିଳିବ ସ୍ଵତନ୍ତ୍ର ସୁବିଧା ।ବନ୍ଦୋବସ୍ତ ରେ ସଂଶୋଧନ ହେଲା ମୌଜା। ମୂଳ ଗ୍ରାମ କଣ୍ଟାବାଡ ବଦଳ ରେ ଲେଖା ହେଲା କାଚରା । ରାଜସ୍ବ ଗ୍ରାମର ମାନ୍ୟତା ପରେ ୨୮ ବର୍ଷ ବିତିଯାଇଥିଲେ ମଧ୍ୟ ମିଳୁନି ଗ୍ରାମବାସୀ ଙ୍କୁ ପ୍ରକୃତ ପରିଚୟ । ରାଜସ୍ବ ବିଭାଗ ବ୍ୟତୀତ ଆଉ କୌଣସି ବିଭାଗ ରେ ନାହିଁ କାଚରା ର ନାମ ବୋଲି ଜଣାପଡିଛି । ଏପରିକି ସେମାନଙ୍କର ରାସନ୍ କାର୍ଡ, ଜବ କାର୍ଡ, କୃଷି ପରିଚୟ ପତ୍ର , ସ୍ବାସ୍ଥ୍ୟ କାର୍ଡ ଆଦି ରେ ରହିଛି କାଚରା ପରିବର୍ତ୍ତେ ମୂଳ ଗ୍ରାମ କଣ୍ଟାବାଡ ର ନା ।ସେଥିପାଇଁ ନାହିଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ ।ବାରମ୍ବାର ପ୍ରଶାସନ ର ଦ୍ବାରସ୍ଥ ହେଲେ ମଧ୍ୟ ମିଳୁନାହିଁ ସୁଫଳ ।



ଗ୍ରାମବାସୀ ଙ୍କ ର ଭୋଟ ପରିଚୟ ପତ୍ର ଓ ଆଧାର କାର୍ଡ ରେ ରହିଛି ନିଜ ଗ୍ରାମ କାଚରାର ନାମ । ୨୦୧୪ ସାଧାରଣ ନିର୍ବାଚନ ରେ କାଚରା କୁ ମିଳିଲା ସ୍ଵତନ୍ତ୍ର ନିର୍ବାଚନ ବୁଥ ।ନିଜ ଗ୍ରାମରେ ନିଜ ର ମତ ସାବ୍ୟସ୍ତ କଲେ ଗ୍ରାମ ବାସୀ, ବାଛିଲେ ନିର୍ବାଚିତ ପ୍ରତିନିଧି, ଖୁସି କହିଲେ ନସରେ । ମାତ୍ର ଗ୍ରାମବାସୀ ମାନଙ୍କର ନିଜସ୍ଵ ପରିଚୟ ଭୋଟ ପ୍ରମାଣପତ୍ର ବ୍ୟତୀତ ସବୁ ସେହି ମୂଳ ଗ୍ରାମ  କଣ୍ଟାବାଡ ନାମରେ ।

Advertisement



ଏହି ଗ୍ରାମରେ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର, କୋଠଘର, ରାସ୍ତା ରେ ଲାଗିଥିବା ନାମ ଫଳକ କାଚରା ନାମରେ ଥିବା ଦେଖିବାକୁ ମିଳୁଛି ।

ରାଜସ୍ବ ବିଭାଗ ର ସମସ୍ତ ନଥିପତ୍ର, ଭୁଲେଖ ମ୍ୟାପ ଆଦିରେ କାଚରା ଥିବା ସତ୍ତ୍ବେ କାହିଁକି ମିଳୁନି ଗ୍ରାମବାସୀ ଙ୍କୁ ପ୍ରକୃତ ପରିଚୟ । ପ୍ରଶାସନ ର ବାରମ୍ବାର ଦ୍ବାରସ୍ଥ ହେବା ସତ୍ତ୍ୱେ ବିଫଳତା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହୋଇଥିଲେ ନବ କିଶୋର ସାହୁ । ପରିଚୟ ପାଇଁ ଦାୟର କଲେ କେସ। ନ୍ୟାୟ ପାଇଁ ପକ୍ଷ କଲେ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଅତିରିକ୍ତ ନିର୍ଦ୍ଦେଶକ, ରାଜସ୍ବ ପରିଷଦ,କଟକ, ରାଜସ୍ବ ଆୟୁକ୍ତ, କଟକ, ଜିଲ୍ଲାପାଳ, ଖୋରଧା ଓ ତହସିଲଦାର, ବେଗୁନିଆ । ୧୯ ଅଗଷ୍ଟ ୨୦୨୫ ରେ ପ୍ରକାଶ ପାଇଲା ରାୟ । ଗ୍ରାମବାସୀଙ୍କ ପିଟିସନ ଆଧାରରେ ଜିଲ୍ଲାପାଳ ଖୋର୍ଦ୍ଧା ଙ୍କୁ ନିର୍ଦ୍ଦେଶ ଦେଲେ ମାନ୍ୟବର କୋର୍ଟ ,ରାୟ ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାତ୍ର ଇତି ମଧ୍ୟରେ ୧୬୦ଦିନ ବିତିଯାଇଥିଲେ ମଧ୍ୟ ହୋଇନି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ କି ଆବେଦନକାରୀ ଙ୍କୁ ସୂଚନା ଦେବାପାଇଁ ନିର୍ଦ୍ଦେଶ ରେ ଉଲ୍ଲେଖ ଥିବାବେଳେ କୌଣସି ସୂଚନା ଦିଆଯାଇନାହିଁ ନବକିଶୋର ଙ୍କୁ । ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ ମିଳୁନି ସନ୍ତୋଷଜନକ ଉତ୍ତର ବୋଲି କହିଛନ୍ତି ନବକିଶୋର ।



ଏନେଇ ନଭେମ୍ବର ୩୦ ରେ ବହୁ ମୁଦ୍ରିତ ଗଣମାଧ୍ୟମ ଓ ଟିଭି ରେ ପ୍ରସାରଣ ପରେ ଗଣମାଧ୍ୟମ କୁ ଏକ ମାସ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଜିଲ୍ଲାପାଳ ସ୍ପଷ୍ଟୀକରଣ ରଖିଥିଲେ ।

ନନ୍ଦିଘୋଷ କୁ ଜିଲ୍ଲାପାଳ ଙ୍କ ସ୍ପଷ୍ଟୀକରଣ

ମାତ୍ର ଦୁଇ ମାସ ବିତି ଯାଇଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି କହିଛନ୍ତି ନବ କିଶୋର ।ପୁଣି ବାରମ୍ବାର ପ୍ରଶାସନ କୁ ଭେଟି ଅଭିଯୋଗ ଆଣିଲେ ନବକିଶୋର ଓ ଗ୍ରାମବାସୀ ମିଳୁଛି ଖାଲି ପ୍ରତିଶ୍ରୁତି । ଆଜି ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଜି ଜିଲ୍ଲାପାଳ ଅଭିଯୋଗ ଦେଖି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଧିଷ୍ଟ ବିଭାଗ କୁ ପ୍ରେରଣ କରିଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।



ଯଦି ୧୫ ଦିନ ମଧ୍ୟ ରେ ସରକାରୀ ନଥିପତ୍ର ରେ କାଚରା ଗ୍ରାମବାସୀ ଙ୍କୁ ପରିଚୟ ନ ମିଳେ ପୁଣି ହାଇକୋର୍ଟ ଯିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *