ଦଳମତ ନିର୍ବିଶେଷରେ ବୋଲଗଡ ର ସ୍ୱାଭିମାନ ପାଇଁ ଏକାଠି ହେଲେ ଜନତା ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ
ବିଡ଼ିଓ ଙ୍କ ନିଲମ୍ବନ ଓ ବଦଳି ଦାବୀ ରେ ପ୍ରତିବାଦ ଶୋଭାଯାତ୍ରା ଓ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଖୋର୍ଦ୍ଧା, (୨୮/୦୧):- ବୋଲଗଡ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଥିବା ୭୭ତମ ସାଧାରଣତନ୍ତ୍ର ଦିବସରେ ବୋଲଗଡ଼ ବିଡ଼ିଓ ସୁମନ ସୁଦ୍ଧା କୁଣ୍ଡୁଙ୍କ ଅନୁପସ୍ଥିତି ଏବଂ ବ୍ଲକପ୍ରଶାସନ ପକ୍ଷରୁ ଅସହଯୋଗ ହୋଇଥିବାର ଅଭିଯୋଗ ହେଉଥିବା ସହିତ ସାଧାରଣ ରେ ଅସନ୍ତୋଷ ଦେଖୁବାକୁ ମିଳିଛି l ଏଥି ନେଇ ବିଡ଼ିଓଙ୍କ ବିରୋଧରେ ଆଜି ବୋଲଗଡ଼ ରେ ସ୍ଥାନୀୟ ସିଭିଲସୋସାଇଟିର ଜନସାଧାରଣ ମାନେ ଏକ ବିଡ଼ିଓ ଙ୍କ ନିଲମ୍ବନ ଓ ବଦଳି ଦାବୀ ରେ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ସ୍ଥାନୀୟ ତହସିଲଦାର ଙ୍କୁ ପ୍ରଦାନ କରିଛନ୍ତି

ପ୍ରକାଶ ଥାଉ କି ,ଏହି ପ୍ରତିବାଦ ଶୋଭାଯାତ୍ରା ବୋଲଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବାହାରି ବିଡ଼ିଓ ଙ୍କ ମନମାନି କାର୍ଯ୍ୟ ପାଇଁ ନିଲମ୍ବନ ଓ ବଦଳି ଦାବୀ ରେ ନାରାବାଜି ଓ ପ୍ଲାକାର୍ଡ ପ୍ରଦର୍ଶନ କରି ବ୍ଲକ ଛକ ଦେଇ ୫୭ନଂ ଜାତୀୟ ରାଜପଥରେ ତହସିଲ କାର୍ଯ୍ୟଳୟ ଠାରେ ପହଁଚିଥିଲା l ପରେ ବିଡ଼ିଓଙ୍କର ଏପରି କାର୍ଯ୍ୟ ର ପ୍ରତିବାଦ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଦ୍ୟରେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ବିଜୟ କୁମାର ସେଠୀ ଙ୍କୁ ସିଭିଲସୋସାଇଟି ପକ୍ଷରୁ ପ୍ରତିନିଧିମଣ୍ଡଳୀ ପ୍ରଦାନ କରିଥିଲେ ।

ସୁଚନା ଅନୁସାରେ ବୋଲଗଡ଼ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ଠାରେ ଦୀର୍ଘ ବର୍ଷ ଧରି ପ୍ରତି ବର୍ଷ ପାଳିତ ବ୍ଲକ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ଏବଂ ସ୍ଵାଧୀନତା ଦିବସ ପାଳିତ ହୋଇଆସୁଛି l ଏହି ବ୍ଲକ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଇଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି ହୋଇଥାଏ l ମାତ୍ର ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଆୟୋଜନ ପାଇଁ ପୂର୍ବ ପ୍ରସ୍ତୁତି କରାନଯାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ସାମ୍ବାଦିକ ଏବଂ ଅତିଥିମାନଙ୍କ ସମେତ ଅନ୍ୟ ମାନଙ୍କୁ ବିଡ଼ିଓ ପତ୍ର ମାଧ୍ୟମରେ ଜଣାଇଥିଲେ । ମାତ୍ର କୌଣସି ବୈଠକ କିମ୍ବା ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇନାହାନ୍ତି ବିଡ଼ିଓ ।

ଏପରିକି ବାମନ ଉଚ୍ଚ ବିଦ୍ୟାଳୟ ଠାରେ ସାଧାରଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମ ରେ ବିଡ଼ିଓ ଅନୁପସ୍ଥିତ ରହିବା ସହିତ ବ୍ଲକ କାର୍ଯ୍ୟଳୟ ର କୌଣସି ଅଧିକାରୀ ମଧ୍ୟ ଉପସ୍ଥିତ ନଥିଲେ l ମୁଖ୍ୟ ଅତିଥି ବିଧାୟକ ଅପେକ୍ଷା କରି ଶେଷ ରେ ପତାକା ଉତ୍ତୋଳନ କରି ଥିଲେ । ବର୍ଷ ବର୍ଷ ର ପରମ୍ପରା ଙ୍କୁ ଭଙ୍ଗ କରିବା ଓ ବୋଲଗଡ ମାଟି କୁ ଅସମ୍ମାନ କରିବା ଅତ୍ୟନ୍ତ ନିନ୍ଦନୀୟ ।ଅନ୍ୟପକ୍ଷରେ ଉକ୍ତ କାର୍ଯ୍ୟକ୍ରମ କୁ ସ୍ଥାନୀୟ ଅଞ୍ଚଳରୁ ବିଭିର୍ଣ୍ଣ ଶିକ୍ଷାନୁଷ୍ଠାନ ରୁ ମିଳିତ ପ୍ୟାରେଡ ପାଇଁ ଛାତ୍ର ଛାତ୍ରୀ ମାନେ ଆସୁଥିଲା ବେଳେ ଚଳିତ ବର୍ଷ ପୂର୍ବ ପ୍ରସ୍ତୁତି ଅଭାବ ରୁ ଏହି କାର୍ଯ୍ୟକ୍ରମ କୁ ଅନ୍ୟ ବିଦ୍ୟାଳୟଗୁଡିକ ରୁ ମିଳିତ ପ୍ୟାରେଡ ପାଇଁ ଛାତ୍ର ଛାତ୍ରୀ ଆସିପାରିଲେ ନାହିଁ l ଫଳରେ ଏଠାରେ ବିଭିର୍ଣ୍ଣ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମିଳିତ ପ୍ୟାରେଡ ହୋଇପାରିଲା ନାହିଁ l ଏଥି ନେଇ ବୋଲଗଡ଼ ରେ ଅସନ୍ତୋଷ ପ୍ରକାଶ ପାଇଥିଲା l ଏହା ବ୍ଲକ କାର୍ଯ୍ୟାଳୟର ଅସହଯୋଗ ଏବଂ ବିଡ଼ିଓ ଙ୍କ ମନମାନି ଯୋଗୁଁ ହେଲା ବୋଲି ଦାୟୀ କରି ପ୍ରତିବାଦରେ ସ୍ଥାନୀୟ ବୁଦ୍ଧିଜୀବୀ, ସମାଜସେଵୀ ଏବଂ ସାଧାରଣ ନାଗରିକ ଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି l

ଏଥି ନେଇ କାର୍ଯ୍ୟାନୁଷ୍ଠାନ ଦାବୀ ରେ ଆଜି ବିଡ଼ିଓ ଙ୍କ ବିରୋଧରେ ପ୍ରତିବାଦ ଶୋଭାଯାତ୍ରା ଏବଂ ପ୍ରତିବାଦ ପତ୍ର ପ୍ରଦାନ କରାଯାଇଥିବାର ପ୍ରକାଶ l

ଏହି ଅବସର ରେ ଆଜି ବୋଲଗଡ଼ ଠାରେ ବିଜେପି ର ମଣ୍ଡଳ ସଭାପତି ଦୀପନ ବିଶ୍ୱାଳ, ପୂର୍ବତନ ମଣ୍ଡଳ ସଭାପତି ସଂଜୟ କୁମର ବେହେରା ଏବଂ କର୍ମୀ ଅଜିତ ପଟନାୟକ ଏକ ସାମ୍ବାଦିକ ସମିଳନୀ ଆହ୍ୱାନ କରି ବିଡ଼ିଓ ବ୍ଲକ ରେ ମନମାନି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ଆଣିଵା ସହିତ ତାଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି l
Subha Khabar is now on Whatsapp
Join and get latest news update delivered to you via whatsapp
Join Now
