ମର୍ଯ୍ୟାଦାଜନକ ପ୍ରାଣନାଥ ସମ୍ମାନ ମେଜର କ୍ଷିରୋଦ ପ୍ରସାଦ ମହାନ୍ତି ଏବଂ ମଞ୍ଜରି ଦେବୀ ସାହିତ୍ୟ ପୁରସ୍କାର ଦାସ ବେନହୁର ଙ୍କୁ ପ୍ରଦାନ
ଖୋର୍ଦ୍ଧା:-୨୮/୨୬- ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ୬୭ ତମ ସାମ୍ବତ୍ସରିକ ଉତ୍ସବ ପାଳିତ ହୋଇଯାଇଛି ।ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା ଖୋର୍ଦ୍ଧା ର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାତ ମିତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଖୋର୍ଦ୍ଧାବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ, ପ୍ରାଣନାଥ ମହାବିଦ୍ୟାଳୟ ର ପ୍ରାଣପ୍ରତିଷ୍ଠାତା ପ୍ରାଣନାଥ ପଟ୍ଟନାୟକଙ୍କର ରାଜନୈତିକ ଜୀବନ ଓ ଉତ୍ସର୍ଗିକୃତ ସେବାର ଭୂୟଅଶୀ ପ୍ରଶଂସା କରିଥିଲେ। ମୂଖ୍ୟ ବକ୍ତା ଭାବରେ ଖୋର୍ଦ୍ଧାର ଜିଲ୍ଲାପାଳ ଅମ୍ରିତ ଋତୁରାଜ ଯୋଗଦେଇ ,ରଣରଙ୍କା ପାଇକ ମାଟି ଖୋର୍ଦ୍ଧାର ଇତିହାସ ଉପରେ ଆଲୋକ ପାତ କରିବା ସହ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ପ୍ରାଣନାଥ ପଟ୍ଟନାୟକ ଙ୍କ ର ସ୍ଵାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ସମ୍ପର୍କ ରେ ଆଲୋକପାତ କରିବା ସହ
ଶିକ୍ଷାର ଉନ୍ନତିରେ ଦେଶର ପ୍ରଗତି ହୋଇଥାଏ ବୋଲି ଭାବି ଯେଉଁ ମହାବିଦ୍ୟାଳୟ ସେ ପ୍ରତିଷ୍ଠା କରିଥିଲେ ତାହା ଆଜି ଏକ ମହାଦ୍ରୁମ ରେ ପରିଣତ ହୋଇଛି । ସମ୍ମାନିତ ଅତିଥି ଭାବେ ପ୍ରାଣନାଥ ପଟ୍ଟନାୟକ ଙ୍କ ପୁତ୍ର ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ନିଜର ଅଭିଭାଷଣରେ ନିଜପିତାଙ୍କର ଗରିମାମୟ ଇତିହାସ କୁ ବର୍ଣ୍ଣନା କରିବା ସହ ପିଲାଟି ବେଳରୁ ସମସ୍ତ ସୁଖ ସୁବିଧାକୁ ଜଳାଞ୍ଜଳି ଦେଇ ସେ ସ୍ଵାଧୀନତା ସଂଗ୍ରାମରେ ନିଜକୁ ସାମିଲ କରି ନିଜ ମାତୃଭୂମିର ହକ ପାଇଁ ଅହରହ ସଂଗ୍ରାମ କରି ପ୍ରାଣ ଉତ୍ସର୍ଗ କରିଥିଲେ ବୋଲି କହିଥିଲେ । ଉତ୍ତର ଓଡିଶାର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ପ୍ରାଣନାଥ ବାବୁଙ୍କ ଜୀବନର ଅନେକ ସଂଘର୍ଷମୟ କାହାଣୀ ଉପରେ ଆଲୋକ ପାତ କରିଥିଲେ । ପୁରୀ ସ୍ବୟଂଶାସିତ
ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ସାହିତ୍ୟିକ ଦାସ ବେନହୁର
ନିଜର ଅଭିଭାଷଣରେ କହିଥିଲେ ପ୍ରାଣନାଥ ବାବୁ ଦେଖୁଥିବା ସ୍ଵପ୍ନକୁ ସାକାର କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଦରକାର । କଲେଜର ଅଧ୍ୟକ୍ଷା ଡ. ବିନ୍ଦୁଶ୍ରୀ ମିଶ୍ର ପ୍ରାଣନାଥ କଲେଜ ବିଷୟରେ ବିସ୍ତୃତ ଭାବରେ ବିବରଣୀ
ପ୍ରଦାନ କରିଥିଲେ ।

ସଭାପତି ଶ୍ରୀଯୁକ୍ତ ମିତ୍ର ନିଜର ପ୍ରାରମ୍ଭିକ ଭାଷଣରେ ମହାବିଦ୍ୟାଳୟ ବିଷୟରେ ଅନେକ ତଥ୍ୟ ଉପସ୍ଥାପନ କରିବା ସହ ଏହି ମହାବିଦ୍ୟାଳୟ ର ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ବିଶ୍ଵବିଦ୍ୟାଳୟ ହୋଇନପାରିବ ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଦୁଃଖ ପ୍ରକାଶ କରିଥିଲେ । ମହାବିଦ୍ୟାଳୟ ର ପୂର୍ବତନ ଦୁଇଜଣ ଅଧ୍ଯକ୍ଷ ଓ ଅଧ୍ଯକ୍ଷା
ଡ.ପ୍ରଣବ କୁମାର ମହାନ୍ତି ଓ ଡ. ବିନୋଦିନୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ପୁରାତନ ଛାତ୍ର ସଂସଦର ଆଠ ଜଣ ଛାତ୍ରଙ୍କୁ ତଥା ବରିଷ୍ଠ ସିନେ ସାମ୍ବାଦିକ ଦିଲ୍ଲିପ ହାଲିଙ୍କୁ ସମ୍ବଦ୍ଧିତ କରା ଯାଇଥିଲା ।

ଅତିଥିମାନେ ଶ୍ରେଷ୍ଠ ସ୍ନାତକ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ କଳା, ବିଜ୍ଞାନ ଓ ବାଣିଜ୍ୟରେ ଶ୍ରେଷ୍ଠ ସ୍ନାତକ ମାନଙ୍କୁ ସ୍ପର୍ଶ ପଦକ ପ୍ରଦାନ କରଯାଇଥିଲା । ମହାବିଦ୍ୟାଳୟ ର ଯେଉଁ କର୍ମଚାରୀ ତାଙ୍କ ବୃତ୍ତି ର ୨୫ ବର୍ଷ ପୁରଣ କରିଛନ୍ତ ତାଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଏ ବର୍ଷ ର ମର୍ଯ୍ୟାଦାଜନକ ପ୍ରାଣନାଥ ସମ୍ମାନ ମେଜର କ୍ଷିରୋଦ ପ୍ରସାଦ ମହାନ୍ତି ଏବଂ ମଞ୍ଜରି ଦେବୀ ସାହିତ୍ୟ ପୁରସ୍କାର ଦାସ ବେନହୁର ଙ୍କୁ ପ୍ରଦାନ କରାଯାଇଥିଲା l
ମହାବିଦ୍ୟାଳୟ ର ଉପାଧ୍ୟକ୍ଷ ପ୍ରତାପ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ କୁ ଏନ.ସି.ସି, ଏନ.ଏସ.ଏସ., ରୋଭର ରେଞ୍ଜର, ଓ
ରେଡକ୍ରସ ର ଛାତ୍ର, ଛାତ୍ରୀମାନେ ପରିଚାଳନା କରିଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now