
ଖୋର୍ଦ୍ଧା,(୨୭/୦୧):- ବେଗୁନିଆ ସଦର ମହକୁମାସ୍ଥିତ ପି ଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୁଲ୍ୟରେ ବ୍ଲକ୍ ସ୍ତରୀୟ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।
ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆୟୋଜନରେ ବ୍ଲକ୍ ର ସମସ୍ତ ବିଦ୍ୟାଳୟରୁ ପ୍ରତିଯୋଗୀମାନେ ଆସି ଅଂଶଗ୍ରହଣ କରିଥିଲେ l ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ କୈଳାଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ସମାଜସେବୀ ଅକ୍ଷୟ ରଥ, ପ୍ରଧାନ ଶିକ୍ଷକ ଗଣେଶ୍ୱର ମିଶ୍ର,ପରିଚାଳନା କମିଟି ଅଧକ୍ଷା ପୁଷ୍ପଲତା ସିଂହ, ପଞ୍ଚସଖା ଶିକ୍ଷା ସେତୁ ଅଧ୍ୟକ୍ଷ ମାୟାଧର ମାର୍ଥା, ପ୍ରଧାନ ଶିକ୍ଷକ ତଥା ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ଵାଇଁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀ ପ୍ରଭା ଦେବୀ, ସି ଆର ସି ସି ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ ।

ଶିକ୍ଷକ ଅଖିଳେଶ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗଣେଶ କୁମାର ସାହୁ ସ୍ୱାଗତ ଭାଷଣ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ l ସମସ୍ତ ସି ଆର ସି ସି ମାନେ ସହଯୋଗ କରିଥିବା ବେଳେ ବ୍ଲକ୍ ର ୧୯୭ ଜଣ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ସମସ୍ତ ପ୍ରତିଯୋଗୀଙ୍କୁ ସୌଜନ୍ୟମୂଳକ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
