ଖୋର୍ଦ୍ଧା ବିଜେବି ହାଇସ୍କୁଲ ୨୦୦୫ ବ୍ୟାଚ ବନ୍ଧୁମିଳନ

ଗରିବ ଛାତ୍ର ଛାତ୍ରୀ ଙ୍କୁ ଆର୍ଥିକ ପ୍ରୋତ୍ସାହନ ଓ ପରିବେଶ କୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ନେଲେ ଶପଥ


ଖୋର୍ଦ୍ଧା,(ଶୁଭ ଖବର)  :-  ଖୋର୍ଦ୍ଧା ବରୁଣେଇପୀଠ ରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ୨୦୦୫ ମସିହା ବ୍ୟାଚ ର ୧୦୦ ରୁ ଉର୍ଦ୍ଧ ଛାତ୍ର ଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଉଛି। ଏହା ବନ୍ଧୁ ମିଳନ ର ଦ୍ଵିତୀୟ ବର୍ଷ। ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ବହୁ ଛାତ୍ର ବିଗତ ଦିନରେ ଛାତ୍ରବସ୍ଥା ରେ ଘଟିଯାଇଥିବା ଘଟଣା ର ସ୍ମୃତି ଚାରଣ କରିଥିଲେ।

ଏଠାରେ ଏକ ସଭା ହୋଇଥିଲ ଏ ସଭାରେ ସମସ୍ତେ ମିଶି କିଭଳି ଏ ପରିବେଶ କୁ ପ୍ଲାଷ୍ଟିକ ମୁକ୍ତ କରିବେ ସେ ବିଷୟ ରେ ଚର୍ଚ୍ଚା କରିବା ସହ ଆଗାମୀ ଦିନରେ ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରୋତ୍ସାହିତ କରାଯିବ ବୋଲି ନିଷ୍ପତି ସର୍ବ ସମ୍ମତି କ୍ରମେ ଗ୍ରହଣ କରାଗଲା।

ଆୟୋଜକ ରେ ସତ୍ୟପ୍ରକାଶ ସାହୁ,ଧରଣୀଧର ବେହେରା, ରାକେଶ ସ୍ୱାଇଁ,  ବିଶ୍ୱରଂଜନ ବେହେରା, ବିପ୍ରକେତନ ନନ୍ଦ, ସାଇଫୁଦିନ ଖାନ, ସଚିକାନ୍ତ ପାହାଡ଼ସିଂ, ଦୀପକ ନାଥ, ସୁବାଶିଷ ପରିଡା,ସୁଶାନ୍ତ ବେହେରା, ସୌମ୍ୟ ରଞ୍ଜନ ପ୍ରଧାନ, ଆଶିଷ ମହାପାତ୍ର, ସମସୁଲ ଆରିଫିନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *