ଭୁବନେଶ୍ଵର,(୨୪/୦୧): – ବିଜୁ ଜନତା ଦଳର ଲେଟର ହେଡ଼ ବ୍ୟବହାର କରି ମିଥ୍ୟା ନିଲମ୍ବନ ପତ୍ର ଜାରି କରି ଗୁଜବ ପ୍ରସାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି।

ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରସାର ହେଉଥିବା ସିମୁଳିଆର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନିଲମ୍ବନ ପତ୍ର ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ଏନେଇ ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ.ପ୍ରିୟବ୍ରତ ମାଝି ସାଇବର ଥାନା ରେ ଅଭିଯୋଗ କରିଛନ୍ତି । ସାମାଜିକ ଗଣ ମାଧ୍ୟମ ଏ ମିଥ୍ୟା ଅପ ପ୍ରଚାର କରୁଥିବା ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
