କଣ୍ଟାମଣି – ବଡ଼ବେରଣା ରାସ୍ତାରେ ପଡ଼ିଛି ପୁଳାପୁଳା ସରକାରୀ ଔଷଧ

ଖୋର୍ଦ୍ଧା: – (ଶୁଭ ଖବର)ବେଗୁନିଆ ବ୍ଲକ ଅନ୍ତର୍ଗତ ବଡବେରଣା- କଣ୍ଟାମଳିମ ରାସ୍ତା ପାର୍ଶ୍ବ ଜଙ୍ଗଲରୁ  ପୁଳାପୁଳା ଔଷଧ ପଡିଥିବାର ଦେଖିବାକୁ ମିଳିଥିଲା। ଏହି ମେଡିସିନ ସବୁ ସରକାରୀ ଚିକିତ୍ସାଳୟକୁ ଯୋଗାଇ ଦିଆ ଯାଇଥିବା ବେଳେ କିଏ କାହିଁକି ରୋଗୀଙ୍କୁ ଦିଆ ନ ଯାଇ ଏତେ ପରିମାଣର ଔଷଧ ଗୁଡ଼ିକୁ ଏଠାରେ ଫୋପାଡି ଦେଇଛନ୍ତି ତାହା ସମସ୍ତଙ୍କୁ ବିସ୍ମିତ କରିଛି । ତେବେ କିଛି ଲୋକ କାରରେ ଆସି  ଔଷଧ ପେଟି ସବୁ ଫୋପାଡି ପଳାଇଲେ ବୋଲି ଶୁଣିବାକୁ ମିଳୁଛି। ଏ ନେଇ ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦେବାଶିଷ ଆଚାର୍ଯ୍ୟଙ୍କୁ ପଚାରିବାରେ ଏହା ଆମ ଅଞ୍ଚଳର ଔଷଧ ନୁହେଁ ବୋଲି କହିବା ସହ କର୍ମଚାରୀ ପଠାଇ ଘଟଣାର ସତ୍ୟତା ନିରୀକ୍ଷଣ କରୁଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *