ଖୋର୍ଦ୍ଧା, (୦୮ା୦୧) : – ଜମି କୁ ବିକ୍ରୀ କରିବା ଲାଗି ଜଣେ କ୍ରେତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ଦଲାଲ ଫେରାର ହୋଇଛି । ଟଙ୍କା ଫେରସ୍ତପାଇଁ ଉକ୍ତ ବ୍ୟକ୍ତି ଦୌଡି ଦୌଡି ନିରାଶ ହେବା ପରେ ଥାନାରେ କରିଛନ୍ତି ଅଭିଯୋଗ । ଅଭିଯୋଗ ଉପରେ ପୁଲିସ ବିଏନ୍ଏସ୍ ୩୧୮ (୪), ୩୧୮ (୨), ୩୩୬ (୩) ଓ ୩୪୦(୨) ରେ ୧୫/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ବେଗୁନିଆ ତହସିଲ ଗୋବିନ୍ଦପୁର ମୌଜାରେ ଅଭିଯୋଗକାରୀଙ୍କ ପତ୍ନୀଙ୍କ ସମେତ ଅନ୍ୟ ୨ଜଣଙ୍କ ନାଁରେ ଜମି ରହିଥିବାବେଳେ ତନ୍ମଧ୍ୟରେ ସଦର ଥାନା ଅନ୍ତର୍ଗତ ଦେଉଳଟାଙ୍ଗି ଗ୍ରାମର ସୁବାସ ବେହେରା ଜମିର ଗୋଟିଏ ଅଂଶ ମାଲିକ ଥିଲେ । ତାଙ୍କ ଅଂଶ କୁ ଅନ୍ୟଜଣେ ମାଲିକଙ୍କୁ ଦେବା ଲାଗି ନିଷ୍ପତି ନେଇ ପ୍ରତିଶୃତି ଦେବା ସହ ତାଙ୍କ ସ୍ୱାମୀ ପ୍ରକାଶ କୁମାର ହାତୀଙ୍କ ଠାରୁ ବିଭିନ୍ନ ସମୟରେ ଏବାବଦରେ ପ୍ରାୟ ୭ଲକ୍ଷ ୨୫ହଜାର ଟଙ୍କା ନେଇଥିଲେ । ମାତ୍ର ଶ୍ରୀ ହାତୀଙ୍କୁ ଜମି ନଦେଇ ସୁବାସ ଉକ୍ତ ଜମି କୁ ୩ଜଣ ମାଲିକାନା ଅଂଶ ସତ୍ୱେ ଦୁଇଜଣଙ୍କ ଠାରୁ ମଞ୍ଜୁର ନନେଇ ଉପନିବନ୍ଧକ ବେଗୁନିଆ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀଙ୍କୁ ହାତ କରି ଚଂଚକତା କରି ଅନ୍ୟଜଣେ କ୍ରେତା ଶ୍ରୀକାନ୍ତ ମହାନ୍ତିଙ୍କୁ ଗତ ଅଗଷ୍ଟ ମାସ ୧୨ ତାରିଖରେ ବିକ୍ରୀ କରିଥିବା ଜାଣିବାକୁ ମିଳିଛି।
ଜମି କିଣିବା ଲାଗି ଟଙ୍କା ଦେଇଥିବା ଶ୍ରୀ ହାତୀ ଜମି ପଞ୍ଜିକରଣ ଲାଗି ସୁବାସ କୁ କହୁଥିଲେ ମଧ୍ୟ ସେ ଜମି ବିକ୍ରୀ ସମ୍ପର୍କରେ ନକହିବା ଏବଂ ଉକ୍ତ ଟଙ୍କା ନଦେବା ଆଳରେ ଧରାଛୁଆଁ ଦେଉନଥିଲା । ଏନେଇ ଶ୍ରୀ ହାତୀ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଉଭୟଙ୍କୁ ଗତ ସେପ୍ଟେମ୍ବର ମାସ ୨୯ ତାରିଖରେ ଥାନାକୁ ଡାକି ପଚରାଉଚରା ସମୟରେ ସୁବାସ ଟଙ୍କ ନେବା ସମ୍ପର୍କାରେ ମାନିବା ସହ ଉକ୍ତ ସମୟରେ ଶ୍ରୀ ହାତୀଙ୍କୁ ୪୦ହଜାର ଟଙ୍କା ପୁଲିସ ଉପସ୍ଥିତିରେ ଫେରାଇଥିଲେ । ଅବଶିଷ୍ଟ ଟଙ୍କା ସବୁ ଏକ ମାସ ମଧ୍ୟରେ ଦେବା ଲାଗି ଥାନା ଅଧିକାରୀଙ୍କ ଆଗରେ ପ୍ରକାଶ କରିଥିଲେ । ମାତ୍ର ସମୟ ପରେ ସମୟ ଗଡି ଚାଲିଥିଲେ ମଧ୍ୟ ସୁବାସ ଏନେଇ ପୁଲିସ ର କୌଣସି ଫୋନ୍ ର ପ୍ରତିତ୍ୟୁର ଦେଇନଥିଲେ। ବରଂ ଲକ୍ଷାଧିକ ଟଙ୍କା ନେଇ ଦଲାଲ ସୁବାସ ଗାଁ ରେ ନରହି କେଉଁଆଡେ ଫେରାର ହୋଇଯାଇଥିବା ପୁଲିସ ଜାଣିବାକୁ ପାଇଛି ।
ଅନ୍ୟପକ୍ଷରେ ଏହା ଗୋଟିଏ ଘଟଣା ନୁହେଁ ବରଂ ସୁବାସ ନାଁରେ ବିଭିନ୍ନ ସମୟରେ ଜମି ହେରଫେର ନେଇ ଅଭିଯୋଗ ହେଉଛି । କେତେବେଳେ ଜଗନ୍ନାଥ ମହାପ୍ରଭୁ ବିଜେଙ୍କ ଜମି କୁ ଜଗନ୍ନାଥ ବେହେରା କରି ବିକିଲେଣି ତ ଆଉକେତେବେଳେ ମୃତବ୍ୟକ୍ତିଙ୍କ ଜମିକୁ ଚଂଚକତା କରି ବିକ୍ରୀ କଲେଣି । ଯାହା ଦେଉଳଟାଙ୍ଗି ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
