ବୋଲଗଡ ଟେଣ୍ଡର ରେ ସରକାର ଙ୍କ ନିର୍ଦ୍ଧାରିତ ଦର କୁ ସମ୍ମାନ : ଲେସ କୁ ବିରୋଧ
ଖୋର୍ଦ୍ଧା, (୦୩/୧୨)ଆଜି ଅପରାହ୍ନ ରେ ବୋଲଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବୋଲଗଡ ଠିକାଦାର ସଂଘ ର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ ରେ ସମସ୍ତେ ଆଗାମୀ ଟେଣ୍ଡର ଗୁଡ଼ିକ ରେ ସରକାର ଙ୍କ ନିର୍ଦ୍ଧାରିତ ମୂଲ୍ୟ (Schedule) ରେ ପକାଇବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଗଲା ।ଏହି ବୈଠକ ରେ ମଧ୍ୟ କିଛି ଠିକାଦାର ବନ୍ଧୁ ଆଗରୁ ଲେସ ରେ ପକାଇଥିଲେ ସେମାନେ ମଧ୍ୟ ଉପସ୍ଥିତ ଥିଲେ ଓ ଯେଉଁ ଭାଇମାନେ ଉପସ୍ଥିତ ନ ଥିଲେ ସେମାନଙ୍କୁ ଫୋନ ମାଧ୍ୟମ ରେ ଯୋଗାଯୋଗ କରାଯାଇ ଲେସ ରେ ନ ପକାଇବା ପାଇଁ କୁହାଯାଇଛି ।

ସମସ୍ତ ଠିକାଦାର ବନ୍ଧୁ ମାନଙ୍କୁ ଏହି ସୂଚନା ମାଧ୍ୟମ ରେ ଜଣାଇ ଦିଆଯାଉଛି କି ସମସ୍ତେ ଏହି ସୂଚନା ଆଧାର ରେ ବେଗୁନିଆ ବୋଲଗଡ ସହ ଅନ୍ୟାନ୍ୟ ଅଞ୍ଚଳ ର ବନ୍ଧୁ ମାନେ ଏହାକୁ ଗ୍ରହଣ କରିବାକୁ କମିଟି ନିଷ୍ପତି ନେଇଛି । ଏହା ହେଲେ ନିଜ ର ଉନ୍ନତି ସହ ଅଞ୍ଚଳ ର ସ୍ୱାର୍ଥ ଦୃଷ୍ଟି ରୁ ଏ ନିଷ୍ପତି ନିଆଯାଇଛି ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now