ଖୋର୍ଦ୍ଧା,(୦୨/୦୧): – ଖୋର୍ଦ୍ଧାର ଇଂରାଜୀ ସାହିତ୍ୟର ଜଣେ କିମ୍ବଦନ୍ତୀ ପୁରୁଷ ଥିଲେ ପ୍ରଫେସର ସନାତନ ମିଶ୍ର। ଜଣେ ଅମାୟିକ ବ୍ୟକ୍ତିତ୍ୱ ଭାବରେ ସମଗ୍ର ଛାତ୍ର ସମାଜ ତଥା ସହକର୍ମୀ ମେଳରେ ସେ ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ। ଆଜକୁ ବର୍ଷକ ତଳେ ସେ ଇହଲୀଳା ସମ୍ବରଣ କରିଥିଲେ। ଆଜି ସ୍ଥାନୀୟ ଗୀତା ଭଵନ ପରିସରରେ ତାଙ୍କର ସ୍ମୃତି ଚାରଣ ସଭା ବିଶିଷ୍ଟ ଗବେଷକ ତଥା ବରିଷ୍ଠ ଆଇନଜୀବୀ ଶିବ ସୁନ୍ଦର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସ୍ମୃତି ଚାରଣ ସଭାରେ ସମ୍ମାନିତ ଅତିଥି ଭାବେ ପ୍ରଫେସର ରାଧା ବିନୋଦ ଦାସ କାନୁନଗୋ, ପ୍ରାଧ୍ୟାପକ ଗୋପାଳ କୃଷ୍ଣ ଦାସ, ଶ୍ରୀ ଚୈତନ୍ୟ ଗବେଷଣା କେନ୍ଦ୍ରର ପ୍ରତିଷ୍ଠାତା ତଥା ଗବେଷକ ଜାନକୀବଲ୍ଲଭ ପଟ୍ଟନାୟକ, ସ୍ତମାକାର ତଥା ମାର୍ଗଦର୍ଶୀ ର ସମ୍ପାଦକ, ଉମା ଶଙ୍କର ପ୍ରସାଦ, ରାଜଧାନୀ ଆଇନ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ଡ଼.ବୃନ୍ଦାବନ ପଣ୍ଡା, ବରିଷ୍ଠ ଆଇନଜୀବି ତଥା ଗୀତାଭଵନ, ଖୋର୍ଦ୍ଧା ର ସଭାପତି ଶକ୍ତି ଶଙ୍କର ମିଶ୍ର ନିଜ ନିଜ ବକ୍ତବ୍ୟରେ ପ୍ରଫେସର ମିଶ୍ରଙ୍କର ବିଭିନ୍ନ ଦିଗକୁ ନେଇ ସ୍ମୃତି ଚାରଣ କରିଥିଲେ।

ସଭାପତି ତାଙ୍କର ବକ୍ତବ୍ୟରେ ସନାତନ ବାବୁଙ୍କ ଜୀବନର ଅନେକ ଘଟଣା ବଳୀ ଆଲୋଚନା କରିଥିଲେ। ପ୍ରାରମ୍ଭ ରେ ତ୍ରିକଳିଙ୍ଗ ର ସମ୍ପାଦକ ତଥା ଇତିହାସ ଗବେଷକ ସମ୍ବିତ ପଟ୍ଟନାୟକ ଏହିକାର୍ଯ୍ୟ କ୍ରମକୁ ପରିଚଳନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମଂଚାସୀନ ଅତିଥି ତଥା ଉପସ୍ଥିତ ମିଶ୍ରଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ପ୍ରଫେସର ମିଶ୍ରଙ୍କ ଫଟୋ ଚିତ୍ର ରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ l ପ୍ରଫେସର ମିଶ୍ରଙ୍କ ସ୍ମୃତି ଉଦେଶ୍ୟ ରେ “କୁସୁମାଞ୍ଜଳି ” ନାମକ ଏକ ସ୍ମରଣୀକା କୁ ମଂଚାସୀନ ଅତିଥିମାନେ ଉନ୍ମୋଚନ କରିଥିଲେ l ଶେଷରେ ପ୍ରଫେସର ମିଶ୍ରଙ୍କ କନିଷ୍ଠ ପୁତ୍ର ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now