ଖୋର୍ଦ୍ଧା-୨୨/୧୨- କେନ୍ଦ୍ର ସରକାର ନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ବାଦ ଦେବା ପ୍ରତିବାଦରେ ଅଖିଳ ଭାରତ କଂଗ୍ରେସ କମିଟି ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ରାଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ବ ରେ ଏକ ପ୍ରତିବାଦ ସଭା ସମବାୟ ବ୍ୟାଙ୍କ ଛକ ଠାରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିଛବି ନିକଟରେ ଅନୁଷ୍ଠିତ ହୋଇଯାଇଛି ।

ଉପସ୍ଥିତ ନେତୃମଣ୍ଡଳୀ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ବକ୍ତବ୍ୟ ରେ କହିଥିଲେ,କେନ୍ଦ୍ର ସରକାର ଚକ୍ରାନ୍ତକରି ଉପରୋକ୍ତ ନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ବାଦ ଦେଇ ଭାରତର କୋଟି କୋଟି ଜନସାଧାରଣଙ୍କ ଭାବାବେଗ ପ୍ରତି ଆଘାତ ପହଞ୍ଚାଇଛନ୍ତି ଏବଂ ହିତାଧିକାରୀଙ୍କ ଅଧିକାରକୁ ସଂକୁଚିତ କରିଛନ୍ତି । ଫଳରେ ଲାଭବାନ ହେଉଥିବା ଗରିବ ଲୋକମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ନିଷ୍ପତ୍ତି ର ଖୁବଶୀଘ୍ର ପୂର୍ନବିଚାର କରାଯାଇ ଏହି ଆଇନକୁ ପୂର୍ବଭଳି ଅକ୍ଷୁର୍ଣ୍ଣ ରଖିବାକୁ ସେ ଦାବି କରିଥିଲେ ।

ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ବେଗୁନିଆ ବିଧାୟକ ପ୍ରାର୍ଥୀ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ଚିଲିକା ବିଧାୟକ ପ୍ରାର୍ଥୀ ପ୍ରଦୀପ ସ୍ୱାଇଁ,ସ୍ୱାଗତିକା ପଟ୍ଟନାୟକ, ଶିଶିର ପରିଡ଼ା,ରଞ୍ଜିତ ମହାପାତ୍ର,ବେଣୁ ଭୋଇ,ଅଶୋକ ମଙ୍ଗରାଜ,ଅମିତ୍ ମହାନ୍ତି,ସାଇଲେନ୍ଦୁ ଦାସ,ଜୟନ୍ତ ଭୋଇ, ସଦାଶିବ ମହାପାତ୍ର,ଜୟଶ୍ରୀ ପଟ୍ଟନାୟକ,ତାପସ ମିଶ୍ର,ବଟକୃଷ୍ଣ ରାଉତରାୟ,ସୌମ୍ୟ ବରାଳ, ମନ ୱର ହୁସେନ,ସୌମ୍ୟ ପଟ୍ଟନାୟକ,ରମେଶ ପଟ୍ଟନାୟକ, ସଞ୍ଜୟ ସୁବୁଦ୍ଧି,ପ୍ରଦୋଷ ହରିଚନ୍ଦନ,ଜିତେନ୍ଦ୍ର ଚମ୍ପତି,ଶିବୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now