ଖୋର୍ଦ୍ଧା,(୧୯/୧୨): – ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ମୁଧୁସୁଦନ ପାଢ଼ୀ ଖୋର୍ଦ୍ଧା ଜିଲ୍ଲା ଗସ୍ତକରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଆଗାମୀ ଦିନରେ ହେବାକୁ ଯାଉଥିବା ସାଧାରଣ ପୌରସଂସ୍ଥା ଓ ପଂଚାୟତ ନିର୍ବାଚନ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରି ବିଭାଗୀୟ ଅଧିକାରୀ ଏବଂ ସମସ୍ତ ବି ଡି ଓ ତହସିଲଦାର , ପୌର ନିର୍ବାହୀ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଥିଲେ
ବୈଠକରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅମ୍ରିତ୍ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ରୁଦ୍ର ନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ,ଖୋର୍ଦ୍ଧା, କିଶୋର କୁମାର ପଣ୍ଡା, ଭୁବନେଶ୍ୱର ଡ. ମନୋରଞ୍ଜନ ସାହୁ ଯୋଗଦେଇଥିଲେ l ଜିଲ୍ଲା ପଂଚାୟତ ଅଧିକାରୀ, ଖୋର୍ଦ୍ଧା ଶ୍ୟାମଳେନ୍ଦୁ ନାୟକ ପୂର୍ବ ସାଧାରଣ ପୌର ଓ ପଂଚାୟତ ନିର୍ବାଚନ ୨୦୨୨ର ପରିଚାଳନା ତଥା ପ୍ରିସାଇଡିଂ ଓ ପୋଲିଂ ଅଧିକାରୀ ନିୟୋଜନ ଠାରୁ ଆରମ୍ଭ କରି ବୁଥ ରେ ସର୍ବନିମ୍ନ ସୁବିଧା ଉପଲବ୍ଧ ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ l

ସେହିପରି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ନିର୍ବାଚନ ସମୟରେ ଉପୁଜୁଥିବା ବିଭିନ୍ନ ପ୍ରକାର ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ବି ଡି ଓ ଏବଂ ନିର୍ବାହୀ ଅଧିକାରୀ ମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ l
ପ୍ରକାଶ ଥାଉକି ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଏକ ଗୋଟି ଲୋକସଭା ଆସନ ଅଧୀନ ଆଠ ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ କମିଶନଙ୍କ ଅନୁମୋଦନ କ୍ରମେ ମୋଟ ୨୪୩୪ ଗୋଟି ମତଦାନ କେନ୍ଦ୍ର ମାଧ୍ୟମରେ ଆଗାମୀ ସାଧାରଣ ପୌର ପରିଷଦ ଓ ପଂଚାୟତ ନିର୍ବାଚନ ପରିଚାଳନା କରାଯିବା ସୂଚନା ମିଳିଛି l ଶେଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଧନ୍ୟବାଦ ପ୍ରଦାନ କରିଥିଲେ l
Subha Khabar is now on Whatsapp
Join and get latest news update delivered to you via whatsapp
Join Now