ଉଦଘାଟିତ ହେଲା ସପ୍ତମ ରାଜସୁନାଖଳା ମହୋତ୍ସବ “କାଉଁରୀ- ୨୦୨୫”

ରାଜସୁନାଖଳା,(୦୮/୧୨) :- ସପ୍ତମ ରାଜସୁନାଖଳା ମହୋତ୍ସବ କାଉଁରୀ -୨୦୨୫ ସୋମବାର ମହୋତ୍ସବ ପଡ଼ିଆରେ ଉଦଘାଟିତ ହୋଇଯାଇଛି। ବୋଲଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁଲାଶ ପ୍ରଧାନ ଉଦଘାଟକ ଭାବେ ଯୋଗଦେଇ ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ ପ୍ରଭୁ ଜଗନ୍ନାଥ ଓ ମା କାଉଁରୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଛନ୍ତି।



ଏହି ଅବସରରେ ସାଧାରଣ ସଭାରେ ସ୍ଥାନୀୟ ଯୁବ ସରପଞ୍ଚ ତଥା ମହୋତ୍ସବ ପ୍ରତିଷ୍ଠାତା ଓ ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା  ଅତିରିକ୍ତ ଏସପି ସୁବାଷ ଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ। ସେହିପରି ମୁଖ୍ୟ ବକ୍ତା ଭାବେ ରଣପୁର ତହସିଲଦାର ଡ଼ଃ ଅର୍ଯ୍ୟ କୁମାର ସର୍ବଦମନ , ସମ୍ମାନିତ ଅତିଥି ଭାବେ ବିଡ଼ିଓ ମନୋଜ ନାୟକ,  ନୟାଗଡ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ଏସ ଡି ପି ଓ ଦୀପ୍ତିକାନ୍ତ ସାହୁ, ଆଇ ଆଇ ସି ଆଶିଷ ଦେବ ସାହୁ, ସମାଜ ସେବୀ ସୂର୍ଣ୍ଣପ୍ରକାଶ ରାଉତ ରାୟ, ଶିଳ୍ପପତି ସମ୍ବିଦ କୁମାର ସାହୁ,ସାମ୍ବାଦିକ ଶିବରାମ ମହାପାତ୍ର, ଆବାହକ ତଥା ମହୋତ୍ସବ କମିଟି ସମ୍ପାଦକ , ଯୁବ ସାମ୍ବାଦିକ ଜୟନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ ।



କାର୍ଯ୍ୟକ୍ରମରେ ପୂର୍ବାହ୍ନରେ ମା କାଉଁରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ବିରାଟ ପଟୁଆରରେ ମହୋତ୍ସବ ସ୍ଥଳୀ କୁ ଆଣି ଆସ୍ଥାନ କରିଥିଲେ । ଏହି ମହୋତ୍ସବ ସ୍ଥାନୀୟ ଲୋକ କଳା, ପରମ୍ପରା, ପ୍ରତିଭା ଆଦି ବିଭିନ୍ନ ବ୍ୟବସ୍ଥାକୁ ଲୋକ ଲୋଚନକୁ ଆଣିବା ନିମନ୍ତେ ରାଜ ସୁନାଖଳା ମହୋତ୍ସବକୁ ସ୍ଥାନୀୟ ସରପଞ୍ଚ ତଥା ପ୍ରତିଷ୍ଠାତା  ଶ୍ରୀ ପ୍ରଧାନଙ୍କ ସହ ରାଜ ସୁନାଖଳାର ଯୁବକ, ଗୁଣି ଜ୍ଞାନୀ , ବିଦ୍ୱାନ ମଣ୍ଡଳୀ, ବ୍ୟବସାୟୀ , ସ୍ଥାନୀୟ ଜନ ସାଧାରଣଙ୍କ ସହଯୋଗରେ ସପ୍ତମ ବର୍ଷରେ ମହୋତ୍ସବ ପଦାର୍ପଣ  କରିଛି । ବିଭିନ ପ୍ରକାର ର ଖାଦ୍ୟ ଷ୍ଟଲ୍, ଘରୋଇ ଉପକରଣ, ବିଭିନ୍ନ ବିଭାଗ ଦ୍ଵାରା ପ୍ରଦର୍ଶିତ ଷ୍ଟଲ ,ଦୋଳି  ଆଦି ଉତ୍ସବକୁ ଅତି ମନୋହର କରିବା ସହ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଛି ! ଆରମ୍ଭରୁ ଛାତ୍ର ଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବା ଓ ଜ୍ଞାନ ପରୀକ୍ଷା ନିମିତ୍ତ ଶିକ୍ଷକ ବଲଭ ପ୍ରଧାନଙ୍କ ପ୍ରାୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ ସଠିକ୍ ଉତ୍ତର ପ୍ରଦାନକାରୀଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଖଞ୍ଜଣି ବାଦ୍ୟ ସହ ଭଜନ କୀର୍ତ୍ତନ, ପାଲା ,  ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ କୁଳାସର, ଆଦର୍ଶ ବିଦ୍ୟାଳୟ ପିଚୁକୁଳି ଆଦି ଅନେକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶୀତ କରାଯାଇଥିଲା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *