କେନ୍ଦ୍ରାଞ୍ଚଳ ଡି ଆଇ ଜି ଙ୍କ ସାମ୍ବାଦିକ ସମ୍ମିଳନୀ : ଗୋଟିଏ ପରିବାର ର ମା, ପୁଅ ଓ ଜ୍ବାଇଁ ଗିରଫ

୬୫ଲକ୍ଷ ମୂଲ୍ୟର ବ୍ରାଉନସୁଗର ସହ ୧୭୫ ବୋତଲ କଫସିରପ୍ , ବାଇକ୍, ୱେଟ ମେସିନ୍, ପ୍ୟକିଂ ଜାରି, ୩ମୋବାଇଲ, ସ୍କୁଟି ଜବତ

ଅପରେସନ ଥଣ୍ଡର ମିଳିଛି ସଫଳତା : କେନ୍ଦ୍ରାଞ୍ଚଳ ଡି ଆଇ ଜି

Advertisement

ଖୋର୍ଦ୍ଧା,(୨ା୧୨):-  ଖୋର୍ଦ୍ଧା ଜିଲ୍ଲା, ପାଲଟିଛି ବ୍ରାଉନସୁଗାର୍ ହବ୍ ।ସହର ଠାରୁ ଗାଁ ପର୍ଯ୍ୟନ୍ତ ପୋଲିସ ହେଉ କି ଅବକାରୀ ବିଭାଗ ହେଉ ପ୍ରତିଦିନ ବିଭିନ୍ନ ସ୍ଥାନ ରେ ଚଢ଼ାଉ ଜାରି ରଖିଛନ୍ତି ଓ ନିଶା ମାଫିଆ ଙ୍କୁ ଗିରଫ କରାଯାଇ ଜେଲ ପଠାଯାଉଛି । ତଥାପି ଏହା ଥମିବାର ନା ଧରୁନି ବରଂ ଦିନକୁ ଦିନ ବଢି ଚାଲିଛି । ଯେତେ ଧରପଗଡ ହେଉଛି, ସେତେ ବଢୁଛି ।

ଆଜି ଆଦର୍ଶ ଥାନା ଅନ୍ତର୍ଗତ ନୂଆ ସୁନ୍ଦରାସାହି ଅଂଚଳ ରେ ପୋଲିସ ଟିମ୍ ଏକ ବଡ଼ ଧରଣ ର ଚଢ଼ାଉ କରି ୬୫୦ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି । ଯାହାର ମୂଲ୍ୟ ୬୫ଲକ୍ଷ ଟଙ୍କା ହେବ । ଏଥିସହିତ ୧୭୫ ବୋତଲ କଫ୍ ଶିରପ ,ପ୍ୟାକିଂ ଜରି, ଓଜନ ମେସିନ୍, ତିନୋଟି ମୋବାଇଲ୍ ବାଇକୀ ଓ ସ୍କୁଟି ଜବତ କରିଛି ପୁଲିସ।



ଏହି ଘଟଣାରେ ମାଆ ପୁଅ ଓ ଜ୍ବାଇଁ ତିନି ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ନୂଆ ସୁନ୍ଦରାସାହି ଅଭିଜିତ୍ ଜେନା ଓରଫ୍ ବାବୁଲ (୨୦) ଓ ତାଙ୍କ ମାଆ ବିଷ୍ଣୁପ୍ରିୟା ଜେନା (୪୨) ଏବଂ ଉପରସାହି ର ଦେବାଶିଷ ପଟ୍ଟନାୟକ ଓରଫ ଜୁଡୁ (୨୩) ବୋଲି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଂଚଳ ଡିଆଇଜି ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି ।



   ସୂଚନା ଅନୁସାରେ, ବିପୁଳ ପରିମାଣର ଧଳା ଜହର ଆଣି ଗୋଟେ ପରିବାର ଲୋକ ଖୋର୍ଦ୍ଧାର ବିଭିନ୍ନ ସ୍ଥାନ ରେ କାରବାର କରି ଆସୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ସେମାନଙ୍କୁ ଧରିବା ଲାଗି ଖୋର୍ଦ୍ଧା ଏସ ପି ବିବେକାନନ୍ଦ ଶର୍ମା ଙ୍କ ନିର୍ଦ୍ଦେଶ ରେ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଏ ସମ୍ପର୍କ ରେ ସୂଚନା ପାଇ ତିକ୍ଷ୍ଣ ନଜର ରଖିଥିଲେ । ଅଭିଜିତ୍ ଓ ଦେବାଶିଷ ଉପରେ ପୁଲିସ ନଜର ରଖିଥିବାବେଳେ କାଲି ରାତିରେ ବ୍ରାଉନସୁଗର ବିକ୍ରି କରିବାକୁ  ଯୋଜନା କରିଥିବା ପୁଲିସ ଖବର ପାଇଥିଲା ।  ସେମାନଙ୍କୁ ଧରିବାକୁ ଏସଡିପିଓ ନିହାର ରଞ୍ଜନ ପ୍ରଧାନ ଓ ଥାନା ଅଧିକାରୀ ସଞ୍ଜୟ ନାୟକଙ୍କ ତତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା । ଏସ୍ଆଇ ଦିନେଶ ପିଙ୍ଗୁଆଙ୍କ ନେତୃତ୍ୱରେ ଏହି ଟିମ୍ ଓ ପୁଲିସ ସ୍ୱତନ୍ତ୍ର ସ୍କ୍ୱାର୍ଡ ସହ ଚଢଉ କରିଥିଲା । ଚଢଉ ବେଳେ ମା ଓ ପୁଅକୁ ଗିରଫ କରିବା ସହ ସେମାନଙ୍କ ଠାରୁ ବ୍ରାଉନସୁଗର ଓ ଅନ୍ୟ ସାମଗ୍ରୀ ଜବତ କରିଥିଲା । ତାଙ୍କ ବୟାନ ମୁତାବକ ଦେବାଶିଷ କୁ ଗିରଫ କରିଥିଲା ପୁଲିସ ।



ଏତେ ପରିମାଣ ର ବ୍ରାଉନ ସୁଗାର କୋଉଠୁ ଆସିଛି  । ସେ ସମ୍ପର୍କ ରେ ତଦନ୍ତ ଚାଲିଛି ବୋଲି ଡିଆଇଜି କହିଛନ୍ତି ।

  ଗତ ବର୍ଷକ ମଧ୍ୟ ରେ ୫କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟ ର ଧଳା ଜହର ଜବତ ହୋଇଛି । ଏହା ରାଜ୍ୟ ରେ ପ୍ରଥମ ବୋଲି ଡି ଆଇ ଜି ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି ।


ସେହିପରି ରାଜ୍ୟରେ ଅପରେସନ୍ ଥଣ୍ଡର ନଭେମ୍ବର ୧୫ ରୁ ୩୦ଚାଲିଥିଲା ।  ଏଥିରେ କେନ୍ଦ୍ରାଂଚଳର ୭ଟି ଜିଲ୍ଲା ପୁଲିସ ବେଆଇନ ଅସ୍ତ୍ରଶସ୍ତ୍ର, ବେଆଇନ ନିଶା ବେପାର, ପେଶାଦାର ଅପରାଧି, ବେଆଇନ ଗୋଚାଲାଣ, ନାକା ଚେକିଂ ପ୍ରଭୃତି କରାଯାଇଛି ।



ତେବେ ବ୍ରାଉନସୁଗର ଧରପଗଡରେ ଖୋର୍ଦ୍ଧା ଜିଲ୍ଲା ଦ୍ୱତୀୟ ସ୍ଥାନରେ ରହିଛି । ଏହି ସମୟ ଭିତରେ ଜିଲ୍ଲାରେ  ୭୨.୩ ଗ୍ରାମ ବ୍ରାଉନସୁଗର ଏବଂ ୨୮କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ସେହିପରି ୪ଜଣ ଅଭ୍ୟାସଗତ ଅପରାଧିଙ୍କ ନାମରେ ମାମଲା ରୁଜୁ କରାଯାଇଛି ଏବଂ ଜଣକ ନାମରେ ଏନ୍ଏସ୍ଏ ରେ ରିପୋର୍ଟ ହୋଇଛି । ଏଥିସହିତ ବେଆଇନ୍ ଗୋଚାଲାଣ ରୋକିବାରେ ଖୋର୍ଦ୍ଧା ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି । ଜିଲ୍ଲାର ୬ଟି ମାମଲାରେ ୬୦ଗୋରୁ ଏବଂ ୨୧ଟି ମଇଁଷି ଉଦ୍ଧାର ହୋଇଛନ୍ତି । ୬ଟି ଗାଡି ଜବତ ହୋଇଥିବାବେଳେ ୧୦ଜଣ ଗିରଫ ହୋଇଛନ୍ତି । ସେହିପରି ନାକା ଚେକିଂ ରେ ଖୋର୍ଦ୍ଧା ଜିଲ୍ଲା ରେ ସର୍ବାଧିକ ୬୩, ୭୩, ୫୨୦ଟଙ୍କା ଜୋରିମନା ଆଦାୟ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଡିଆଇଜି କେନ୍ଦ୍ରାଂଚଳ ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି ।

  ଅନ୍ୟପକ୍ଷରେ ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା ଏହି ସମ୍ମିଳନୀରେ ସୂଚନା ଦେଇ କହିଲେ ଯେ ଖୋର୍ଦ୍ଧା ଜିଲ୍ଲାରେ ନିଶା କାରବାର କୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଡ୍ରାଇଭ୍ ଚାଲୁଛି । ତାହାର ସଫଳତା ଯୋଗୁ ଏତେ ପରିମାଣ ର ବ୍ରାଉନ ସୁଗାର ଜବତ ହେଉଛି ଓ ଆଗାମୀ ଦିନରେ ନିଶା ମାଫିଆ ଙ୍କୁ ସାବାଡ଼ କରାଯିବ ।

ଏହି ସାମ୍ବାଦିକ ସମ୍ମିଳନୀ ରେ ଡି ଏସ ପି ଶ୍ରୀନିବାସ ମହାନ୍ତି, ଡି ଏସ ପି ଅନିଲ ମହାନ୍ତି,ଏସଡ଼ିପିଓ ନିହାର ରଞ୍ଜନ ପ୍ରଧାନ, ଥାନା ଅଧିକାରୀ ସଞ୍ଜୟ ନାୟକ,ଏସ ଆଇ ଦିନେଶ ପିଙ୍ଗୁଆ, ଏସ ଆଇ ସସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *