ଖୋର୍ଦ୍ଧା, (୨୯/୧୧)ଖୋରଧା ଉପକଣ୍ଠ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଳିପଡା ଠାରେ ପ୍ରଧାନ ଶିକ୍ଷୟତ୍ରୀ ରଜନୀ କୁମାରୀ ନାୟକ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଶିକ୍ଷକ ନେତା ସୁରେଶ ଚନ୍ଦ୍ର ବିଶ୍ୱାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ କମ୍ପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ସୋନାଲି ଶ୍ରୀଚନ୍ଦନ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ସଂଯୁକ୍ତା ସାହୁ, ସମାଜସେବୀ କାଳୁ ଖଣ୍ଡେଇତରାୟ, ଓଷ୍ଟା ଖୋର୍ଦ୍ଧା ବ୍ଲକ ସଂପାଦକ ମୃତ୍ୟୁଞ୍ଜୟ ମହାପାତ୍ର, ରାଜ୍ୟ ସଂଘ ର ଯୁଗ୍ମ ସଧାରଣ ସଂପାଦକ ଅଗାଧୁ ସେଠୀ, ବିଆରସିସି ସନ୍ଧ୍ୟାବତୀ ଲେଙ୍କା ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ମଣ୍ଡଳ ଶିକ୍ଷା ଅଧିକାରୀ ଯାଜ୍ଞସେନୀ ସାହୁ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ।

ପ୍ରାୟ ୧୦ ଜଣ ଛାତ୍ର ଛାତ୍ରୀ ଓ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଶ୍ରୀମତୀ ନାୟକ କିପରି ଜଣେ ଆଦର୍ଶ ଶିକ୍ଷୟତ୍ରୀ ଥିଲେ ବର୍ଣ୍ଣନା କରିଥିଲେ।ବିଦ୍ୟାଳୟର ଏସ ଏମ ସି ଚେୟାରମେନ ତ୍ରିଲୋଚନ ନିଶଙ୍କ, ପଞ୍ଚସଖା ସେତୁ ସଭାପତି ପ୍ରମୋଦ ପ୍ରତାପ ସିଂହ, ପୂର୍ବତନ ଶିକ୍ଷକ ପ୍ରତାପ ଚମ୍ପତିରାୟ ବିଦାୟୀ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ କିପରି ନିଜର ପୁତ୍ର କନ୍ୟା ପରି ଦେଖୁଥିଲେ ସେ ବିଷୟ ପ୍ରକାଶ କରିଥଲେ।ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶଙ୍କର ବଳିଆର ସିଂହ ଓ ଗୋପୀନାଥ ବଳିଆର ସିଂହ, ପ୍ରହଲ୍ଲାଦ ବାରିକ,ଜଗନ୍ନାଥ ସିଂ, ଶୈଳ ଦେଈ ଙ୍କୁ ଇତ୍ୟବସରେ ସମ୍ବର୍ଦ୍ଧିତ କରଯାଇଥିଲା।

ସିଆରସିସି ସଂଯୁକ୍ତା ପ୍ରଧାନ , ସରୋଜିନୀ ସାହୁ ପ୍ରମୁଖ ରଜନୀ ଗୁରୁମା ଜଣେ ଆଦର୍ଶ ଶିକ୍ଷୟତ୍ରୀ ଥିଲେ ବୋଲି ପରିପ୍ରକାଶ କରିଥିଲେ। ଏହି ସଭାରେ ଶିକ୍ଷକ ପ୍ରମୋଦ ଭୁଜବଳ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ ମହରଥା ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ଶିକ୍ଷକ ସଂଘ, ଛାତ୍ର ଛାତ୍ରୀ, ଗ୍ରାମବାସୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଦ୍ଵାରା ବିଦାୟୀ ଶିକ୍ଷୟତ୍ରୀ ଙ୍କୁ ମାନପତ୍ର , ଉପଢୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ଶେଷରେ ବିଦାୟୀ ଶିକ୍ଷୟିତ୍ରୀ ନିଜର ୪୦ ବର୍ଷର ଅନୁଭୂତି ବଖାଣି ଥଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
