ବାଲୁଗାଁ ରୁ ବାଣପୁର ବିଶାଳ ଏକତା ପଦଯାତ୍ରା ଅନୁଷ୍ଠିତ
ଖୋର୍ଦ୍ଧା,(୨୪/୧୧):- : ବ୍ରିଟିଶ ଶାସନ ସମୟ ରେ ସେମାନଙ୍କ କୁ ଚକ୍ରାନ୍ତ ଦ୍ଵାରା ଭାରତ ବିଖଣ୍ଡିତ ହୋଇଥିଲା l ଏହିସମୟରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ବଳିଷ୍ଠ ତ୍ୟାଗ ଓ ନେତୃତ୍ଵ ବଳରେ ବିଖଣ୍ଡିତ ଭାରତକୁ ଅଖଣ୍ଡ ଭାରତ ନିର୍ମାଣ କରି ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ କୁ ଅକ୍ଷୁର୍ଣ୍ଣ ରଖିବା ରେ ତାଙ୍କର ଯେଉଁ ଅତୁଳନୀୟ ଅବଦାନ ସର୍ଦ୍ଧାର ପଟେଲଙ୍କୁ ଚୀର ସ୍ମରଣୀୟ କରି ରଖିବ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଆଇନ, ପୂର୍ତ୍ତ ଓ ଅବକାରୀ ପୃଥିବୀ ରାଜ ହରିଚନ୍ଦନ ବାଲୁଗାଁ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ବାଣପୁର ଶିଶୁ ମନ୍ଦିର ପର୍ଯ୍ୟନ୍ତ ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଂକ ୧୫୦ ତମ ଜୟନ୍ତୀ ଏକତା ପଦଯାତ୍ରା ପତାକା ଦେଖାଇ ଶୁଭାରମ୍ଭ କରି ନିଜର ଅଭିଭାଷଣ ପ୍ରଦାନ କରିଥିଲେ l

ସେହି ପରି ସମ୍ମାନିତ ଅତିଥି ଭାବେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ କହିଲେ ତତ୍କାଳୀନ ୫୬୨ ଗୋଟି ଛୋଟ ଛୋଟ ଗଡ଼ଜାତ ଅଞ୍ଚଳକୁ ଏକାଠି କରି ଭାରତ କୁ ଏକ ଅଖଣ୍ଡ ଭାରତ କରିବାରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନ ଅତୁଳନୀୟ ଅଟେ l ସର୍ଦ୍ଧାର ପଟେଲ ଙ୍କୁ ଏକତା ମାନବ ବୋଲି କୁହାଯାଏ l ସେ ଭାରତର ପ୍ରଥମ ଉପ ପ୍ରଧାନ ମନ୍ତ୍ରୀ ଓ ପ୍ରଥମ ଗୃହ ମନ୍ତ୍ରୀ ଭାବେ ଅତି ସୁନ୍ଦର ଭାବରେ ଶାସନ ଭାର ସମ୍ଭାଳି ଥିଲେ l ଜମ୍ମୁ କାଶ୍ମୀର, ଜୁନାଗଡ଼ ଓ ହାଇଦରାବାଦ ଭାରତ ମିଶ୍ରଣରେ ତାଙ୍କର ଗୁରୁତ୍ଵ ପୂର୍ଣ୍ଣ ଓ ଶ୍ରେଷ୍ଠ ଯୋଗଦାନ ଥିଲା l ଏଣୁ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଉପଲକ୍ଷେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଏକ ଭାରତ, ଆତ୍ମନିର୍ଭରଶୀଳ ଭାରତ, ସ୍ୱଦେଶୀ ଆପଣେଇ ଭାରତକୁ ଆତ୍ମ ନିର୍ଭର କରି ଗଢିତୋଳିବା ଓ ଭାରତର ଏକତା, ଅଖଣ୍ଡତା ବଜାୟ ରଖିବା ପାଇଁ ସମସ୍ତେ ଶପଥ ନେବାକୁ ଡାକ୍ତର ପାତ୍ର ଆହ୍ଵାନ ଦେଇଥିଲେ l
ପଦଯାତ୍ରା ରାଲିରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ ଲ ପଦଯାତ୍ରା ରାସ୍ତାରେ ସମସ୍ତ ଜନସାଧାରଙ୍କ ପକ୍ଷରୁ ଉଛସ୍ଵିତ ସମ୍ବର୍ଦ୍ଧନା, ହୁଳହୁଳି, ବନ୍ଦାପନା ମାନ୍ୟବର ମନ୍ତ୍ରୀ ଓ ସାଂସଦ ଙ୍କୁ କରାଯାଇଥିଲା l
ଛାତ୍ରଛାତ୍ରୀ ମାନେ, ଭାରତ ମାତାର ଜୟ ଜୟ ଧ୍ୱନି, ବନ୍ଦେ ମାତରଂ ସ୍ଲୋଗାନ ଦେଇ ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ବାଣପୁର ଶିଶୁ ମନ୍ଦିର ଠାରେ ପହଞ୍ଚିଥିଲେ l ଶେଷରେ ଉପ ଜିଲ୍ଲା ପାଳ କିଶୋର କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ l

ପଦଯାତ୍ରାରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା,ବାଣପୁର ପଂଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ,ବି ଡି ଓ, ବିକାଶ କୁମାର ମହାନ୍ତି, ତହସିଲଦାର ପଦ୍ମନାଭ ଡୋରା, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ବାଣପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ, ଚିଲିକା ପଂଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତ୍ସ୍ନା ରାଣୀ ବେହେରା, ତହସିଲଦାର କାନ୍ନୁ ଚରଣ ଘଡ଼ାଇ, ବାଲୁଗାଁ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସ୍ଵାଧୀନା ମଞ୍ଜରୀ ବେହେରା ,ବି ଡି ଓ ପୁନମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ l ପୋଲିସ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା ସେବା ଯୋଗାଇ ଦିଆଯାଇଥିଲା l ଜିଲ୍ଲା ସଂସ୍କୃତି ବିଭାଗ,ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ପଦଯାତ୍ରା ସମାପନ ହୋଇଥିଲା l ପଦଯାତ୍ରା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ପାରମ୍ପାରିକ ପାଇକ ଆଖଡ଼ା ନୃତ୍ୟ, ଦେଶଭକ୍ତି ନୃତ୍ୟ ସଙ୍ଗୀତ, ବନ୍ଦେ ମାତରଂ ଗାନ କରାଯାଇଥିଲା l
Subha Khabar is now on Whatsapp
Join and get latest news update delivered to you via whatsapp
Join Now