ଲଭ, ସେକ୍ସ, ଧୋକାର ନଗ୍ନ ଚିତ୍ର, ପରିବାର ପକ୍ଷରୁ ବିଷ ପିଆଈ ହତ୍ୟା କରିଥିବା ଅଭିଯୋଗ

୧୦୮ ଆମ୍ବୁଲାନ୍ସ ଖରାପ ଯୋଗୁ ଜୀବନ ଯିବା ନେଇ ଚର୍ଚ୍ଚା

ଶବ ହସ୍ପିଟାଲରେ ପକେଇ ପରିବାର ଲୋକେ ଏ ଥାନାରୁ ସେ ଥାନାକୁ ଦୌଡିବାକୁ ପଡିଛି

Advertisement

ଖୋର୍ଦ୍ଧା, (୨୩/୧୧):-  ପୁଣି ବାଘମାରୀ ଥାନା ଅଞ୍ଚଳରୁ ଆସିଲା ଲଭ, ସେକ୍ସ ଓ ଧୋକାର ନଗ୍ନ ଚିତ୍ର । ପୁରୁଷ ବନ୍ଧୁ ପାଇଁ ବିଷ ପିଇ ଜୀବନ ହାରିଛନ୍ତି ନା ହତ୍ୟା କରାଯାଇଛି ଘଟଣା ଏବେ ସନ୍ଦେହ ଘେରରେ ଡି.ଆଇ.ଇ.ଟିର ଛାତ୍ରୀର ମୃତ୍ୟୁ ଏବେ ସମସ୍ତଙ୍କୁ ଚକିତ କରିବା ସହ ବାଘମାରୀ ଅଟଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମୃତ୍ୟୁବରଣ କରିଥିବା ଛାତ୍ରୀ ଜଣକ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଡିଆଇଇଟି ( ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କେନ୍ଦ୍ରର ପ୍ରଥମ ବର୍ଷର ଛାତ୍ରୀ ଶୁଭଲକ୍ଷ୍ମୀ ଦାସ (ସାଇନା) ତାଙ୍କର ଘର ବାଙ୍କୀ ଥାନା ପଥୁରୀପଡା ହୋଇଥିବା ବେଳେ ସେ ରାଜସୁନାଖଳା ଶିକ୍ଷା ପ୍ରତିଷ୍ଠାନର ହଷ୍ଟେଲରେ ରହି ପାଠ ପଢୁଥିଲେ । ରବିବାର ଛୁଟି ଦର୍ଶାଇ ଗାଁ କୁ ଯିବା କହି ଶନିବାର ତାଙ୍କର ପୁରୁଷ ବନ୍ଧୁଙ୍କ ସହ ହଷ୍ଟେଲରୁ ଆସିଥିବା ଜଣାପଡିଛି। ସୂଚନା ମୁତାବକ ଛାତ୍ରୀ ଜଣକ ପୁରୁଷ ବନ୍ଧୁଙ୍କ ସହ ଆସି ପୁରୁଷ ବନ୍ଧୁଙ୍କ ମାଆଙ୍କ ନିକଟକୁ ଯାଇଥିଲେ ସେଠାରେ କିଛି ଯୁକ୍ତିତର୍କ ହେବା ପରେ ଛାତ୍ରୀ ଜଣକ ଏବଂ ତାଙ୍କର ପୁରୁଷ ବନ୍ଧୁ ଉଭୟ ଓଡି-୦୫ ବିଡି ୮୭୭୨ ପଲସର ବାଇକରେ ଆସି ବିଭିନ୍ନ ସ୍ଥାନ ବାଇକ ମାଧ୍ୟମରେ ବୁଲାବୁଲି କରିଥିଲେ। ଛାତ୍ରୀ ଜଣକ ଓସ୍ତପୁର ପାଣିକୋରଡ଼ ରାସ୍ତାରେ ଓଷ୍ଟପୁର ନୂଆ ବଜାର ନିକଟରେ ମୁର୍ମୁଷୁ ଅବସ୍ଥା ଦେଖିଥିଲେ ପାଖରେ ଥିଲେ ବାଇକି ଧାରି ଯୁବକ ବୋଲି ପ୍ରତ୍ୟକ୍ଷଦର୍ଶି କହିଛନ୍ତି । ସେ ଝିଅ ର ଫୋନ ଖୋଲି ଥିଲେ ଓ ପଚାରିବାରୁ କହିଥିଲେ ମୁଁ ଲିଫ୍ଟରେ ତାଙ୍କୁ ନେଉଥିଲି । ସନ୍ଦେହ ହେଲା ଯଦି ଅଜଣା ତେବେ ଫୋନ ର ଲକ୍ ଖୋଲିଲେ କେମିତି ..ପଡିଥିବା ଦେଖ୍ ସ୍ଥାନୀୟ ଲୋକେ ମୋବାଇଲ ମାଧ୍ୟମରେ ତାଙ୍କର ଭିଣେଇ ଙ୍କୁ ଖବର ଦେଇଥିଲେ। ସେହି ସମୟରେ ଯୁବକ ଜଣକ ଖସି ଯାଇଥିଲେ ।ଖବର ପାଇଁ ବଡ ଭିଣେଇ ରବୀନ୍ଦ୍ର କୁମାର ଖଟେଇ ଘଟଣା ସ୍ଥଳରେ ପହଁଚି ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବେଳେ ଅଧାବାଟରେ ସିମୋର ଛକରେ ଆମ୍ବୁଲାନ୍ସଟି ଖରାପ ହୋଇଥିଲା। ଏହା ହିଁ ହେଉଛି ଦୁର୍ଭାଗ୍ୟ ..ଆମ୍ବୁଲାନ୍ସ ଖରାପ ହେବା । ଏବେ ଏହି ଅଞ୍ଚଳରେ ଖାଲି ନୁହେଁ ରକ୍ଷଣାବେକ୍ଷଣ ଅଭାବ ସୃଷ୍ଟି ହେଉଛି ଏହି ଅଭାବନୀୟ ପରିସ୍ଥିତି । ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ବାଟରେ ଅଣ୍ଠା।ଉଛି  ଆମ୍ବୁଲାନ୍ସ ଯାହାଦ୍ଵାରା ବିଳମ୍ବ ହେବା ସହ ଅନ୍ୟ ଏକ ଆମ୍ବୁଲାନ୍ସ ଆସି ମେଡିକାଲରେ ପହଁଚିବା ବେଳକୁ ଛାତ୍ରୀ ଜଣକ ପ୍ରାଣବାୟୁ ଉଡି ଯାଇଥିଲା I ଡାକ୍ତର ତାଙ୍କୁ  ମୁତ୍ୟୁ ଘୋଷଣା କରିଥିଲେ।

ମୃତ୍ୟୁ ପୂର୍ବରୁ ମୃତା ଛାତ୍ରୀଙ୍କର ମରିବା ନେଇ ସମ୍ପର୍କିୟଙ୍କୁ ଏକ ଫୋନ୍ କଲ ର ଅଡିଓ ଭାଇରାଲ ହେଉଥିବା ଶୁଣିବାକୁ ମିଳୁଛି।

ଏ ସମ୍ପର୍କ ରେ ଛାତ୍ରୀର ଭିଣୋଇ, ଥାନାରେ ଲିଖୂତ ଅଭିଯୋଗ କରିବାକୁ ଆସିଥିବା ବେଳେ ଏଭଳି ସମ୍ବେଦନଶୀଳ ଘଟଣାରେ ବାଘମାରୀ ପୁଲିସ ନିଜ ମୁଣ୍ଡରୁ ଦୋଷ ଖସାଇ ଏହା ଆମ ଅଟଳର ଘଟଣା ନୁହଁ ଏହା ବାଙ୍କୀ ଅଙଳର ବୋଲି ସଫେଇ ଦେଇ ଘଟଣାକୁ ହାଲୁକା ଭାବେ ନେଉ ପରିବାର ଲୋକଙ୍କୁ ଫେରାଇ ଦେଇଛି। ପରିବାର ଲୋକେ ବାଙ୍କି ଥାନାକୁ ଯାଇଛନ୍ତି I ଥାନା ଦୁଇଟିର ର ଖାମଖୁଆଲ ନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ପୁଲିସର ଦାୟିତ୍ବହିନତା ପଦାରେ ପକାଇଛି | ବାଇକ ନମ୍ବର ଆଧାରରେ ପୁଲିସ ପୁରୁଷ ବନ୍ଧୁଙ୍କୁ ଧରିବା ପରିବର୍ତେ ଆମ ଅଚଂଳର ନୁହେଁ କହି ନିଜ ଉପରୁ ଦାୟିତ୍ବ ଖସାଇ ଦେଇଛି  ପୁଲିସ | ଅନ୍ୟପଟେ ଛାତ୍ରୀର ଶବ ଖୋର୍ଦ୍ଧା ହସ୍ପିଟାଲରେ ପଡିରହିଛି ପରିବାର ଲୋକେ ଏ ଥାନାରୁ ସେ ଥାନାକୁ ଦୌଡିବାକୁ ପଡିଛି। ଏଘଟଣା ସମ୍ପର୍କରେ ଖୋର୍ଦ୍ଧା ଉପଖଣ୍ଡ ଆରକ୍ଷୀ ଅଧୂକାରୀ ନିହାର ରଞ୍ଜନ ପ୍ରଧାନ କହିଛନ୍ତି ପୁଅ ଓ ଝିଅ ଘର ବାଙ୍କି ଥାନା ଅଂଚଳରେ ଘଟଣା ଆରମ୍ଭ ହୋଇଛି ସେଠାରୁ ତେଣୁ ତାଙ୍କ ସୁବିଧା ପାଇଁ ବାଙ୍କି ଥାନାକୁ ପଠାଇଦିଆଯାଇଛି। ଶେଷ ରେ ବାଘମାରି ଥାନା ଅଧିକାରୀ ମାମଲା ରୁଜୁ କରି ତଦନ୍ତ କରି ଜଣକୁ ଅଟକ ରଖିଥିବା ସୂଚନା ମିଳିଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *