ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଓ ହୃଦୟ ବିଦାରକ: ନବୀନ ପଟ୍ଟନାୟକ
ପୀଡ଼ିତାଙ୍କ ପରିବାର କୁ ଭେଟିବା ସହ ନ୍ୟାୟ ପାଇଁ ଏସ ପି ଙ୍କ ଦ୍ବାରସ୍ଥ ହେଲେ କଂଗ୍ରେସ ପ୍ରତିନିଧି ମଣ୍ଡଳୀ
ଖୋର୍ଦ୍ଧା,(୨୩/୧୧):- ଗୋପାଳପୁର, ବ୍ରହ୍ମଗିରି ଦୁଷ୍କର୍ମ ଘଟଣା ମନରୁ ନ ଯାଉଣୁ ଖୋର୍ଦ୍ଧାରୁ ଆସିଛି ଛାତି ଥରାଇ ଦେବା ଭଳି ଘଟଣା। ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇ କ୍ୟାପିଟାଲ ହସ୍ପିଟାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ।

କୁଶ୍ଚିତ..ବିଭତ୍ସ… ଅମାନୁସିକ…ଖୋର୍ଦ୍ଧା ନାବାଳିକାଙ୍କୁ ଦୁଷ୍କର୍ମ ନୁହେଁ, ହୋଇଛି ଗଣ ଦୁଷ୍କର୍ମ। ଖୋର୍ଦ୍ଧାରେ ଦୁଷ୍କର୍ମ ପରେ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସଖୀ ସେଣ୍ଟର ବେଡରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ପୀଡିତା । ବାଘମାରି ପୁଲିସ ଭୁବନେଶ୍ୱର ପହଞ୍ଚି ପୀଡିତାଙ୍କ ବୟାନ ରେକର୍ଡ ବେଳେ, ସାମାନକୁ ଆସିଛି ସାଙ୍ଘାତିକ ସତ ।
କେମିତି ଘଟିଲା ଏ ଲୋମଟାଙ୍କୁରା କାହାଣୀ। ଗୋଟି ଗୋଟି କରି କହିଛନ୍ତି ପୀଡିତା ।ବୟାନ ରେକର୍ଡ ବେଳେ, ଏହି ବର୍ବରୋଚିତ କାହାଣୀ ସାମାନକୁ ଆସିଛି ।

ପ୍ରେମରେ ବିଫଳ ହେବା ପରେ, ହତାଶ ପ୍ରେମିକ ନେଇଛି ପ୍ରତିଶୋଧ । ଭୁଲେଇ ଭାଲେଇ ନାବାଳିକାଙ୍କୁ ଖୋର୍ଦ୍ଧା ନୁଆ ବସଷ୍ଟାଣ୍ଡ ପାଖକୁ ଡାକିଥିଲା । କାରରେ ବସିବାକୁ କହି ରୁମାଲରେ ନିଶା ଦେଇ ଅଚେତ କରିଥିଲା । ପୀଡିତା ଆଖି ଖୋଲି ଦେଖିବା ବେଳକୁ ତାଙ୍କ ହାତ ଗୋଡ ବନ୍ଧା ଯାଇଥିବା ବେଳେ,ସେ ଉଲଗ୍ନ ଅବସ୍ଥାରେ ଏକ ଘର ଭିତରେ ନିଜକୁ ପାଇଥିଲେ । ଚିତ୍କାର କରିବାରୁ ପୁଣି ଥରେ ଅଚେତ୍ କରାଇ ଦେଇଥିଲେ ଦୁଷ୍କର୍ମକାରୀ ।
ଖୋର୍ଦ୍ଧାର ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ..

ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଓ ହୃଦୟ ବିଦାରକ ବୋଲି ନିଜ X ଆକାଉଣ୍ଟ ଓ ଫେସବୁକ୍ ରେ ପୋଷ୍ଟ କରିଛନ୍ତି ନବୀନ ପଟ୍ଟନାୟକ ଓ ଫେସବୁକ୍ ଲାଇଭ କରିଛନ୍ତି ବିଜେଡି ନେତ୍ରୀ ଇପ୍ସିତା ସାହୁ ।

ପିଡ଼ିତାଙ୍କ ପରିବାର କୁ ଭେଟିଛି ଜିଲ୍ଲା କଂଗ୍ରେସ ପ୍ରତିନିଧି ଦଳ । ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇ ଅଭିଯୁକ୍ତଙ୍କ ଗିରଫ କରି ଦାବି କରିଛନ୍ତି ।
ସେପଟେ ଖୋର୍ଦ୍ଧା ଏସପି ଏହି ଘଟଣାର ତଦାରଖ କରୁଛନ୍ତି । ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛି । ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି । ସିସିଟିଭି ଯାଞ୍ଚ୍ ସହ ତଥ୍ୟ, ପ୍ରମାଣକୁ ଏକାଠି କରି ୬ ଜଣଙ୍କୁ ଅଟକ ରଖାଯାଇଛି । ତେବେ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ, ପୁରା ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ଆଶା କରାଯାଉଛି ।
ଝିଅ କୁ ଉପଯୁକ୍ତ ନ୍ୟାୟ ଦାବି କରିଛନ୍ତି ପୀଡ଼ିତା ଙ୍କ ମା ବାପା ଓ ଅଞ୍ଚଳବାସୀ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now