ବେଗୁନିଆ ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ମେଳା
ବେଗୁନିଆ,(୧୯/୧୧):- ବିଜ୍ଞାନ ବଳରେ ମଣିଷ ବଳିଆନ l ବିଜ୍ଞାନକୁ ନେଇ ଆସନ୍ତା କାଲି ବୈଜ୍ଞାନିକମାନେ ନୂତନ ଦିଗଦର୍ଶନ ଦେବେ ବୋଲି ଅତିଥିମାନେ ପ୍ରଶଂସା କରି କହିଥିଲେ l ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ତଥା ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଆୟୋଜନରେ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳସ୍ତରିୟ ବାଲ ବୈଜ୍ଞାନିକ ମେଳା ଓ ପ୍ରକଳ୍ପ ପ୍ରଦର୍ଶନୀ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।

ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସବ -ରେଜିଷ୍ଟର ଅମିତ୍ ସେଠୀ, ସମ୍ମାନିତ ଅତିଥି ଭାବେ ବି ଆର୍ ସି ସି କୈଳାସ ଚନ୍ଦ୍ର ସେଠୀ, ଏ ବି ଇ ଓ ନଳିନୀ ପ୍ରଭା ଦେବୀ, ଶିକ୍ଷକ ରବିନ୍ଦ୍ର କୁମାର ମହାପାତ୍ର,,ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶିବ ମୁନି , ବିଜ୍ଞାନ ଶିକ୍ଷକ ଗଣେଶ୍ୱର ମିଶ୍ର, ପ୍ରମୁଖ ଉପସ୍ଥିତ ରହି ବିଜ୍ଞାନ ଓ ବୈଜ୍ଞାନିକ ମନୋଭାବ ସମ୍ଵନ୍ଧରେ ଆଲୋକପାତ କରିଥିଲେ ।

ଏହି ମେଳାରେ ୧୭୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l ଶିକ୍ଷକ ସୁଧାକର ସେଠୀ ଓ ଗଣେଶ କୁମାର ସାହୁ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନେ ସହଯୋଗ କରିଥିଲେ l ବିଚାରକ ଭାବେ ଶିକ୍ଷାବିତ୍ ଉପେନ୍ଦ୍ର ନାଥ ଦାଶ, ଅଧ୍ୟାପକ ମନୋରଞ୍ଜନ ଷଡ଼ଙ୍ଗୀ, ଅଧ୍ୟାପକ ସୁଧାଂଶୁ ପରିଡ଼ା, ଓ ଏ ଭି ଅଧ୍ୟକ୍ଷ ତାପସ ଦ୍ବିବେଦୀ, ଗୁରୁ ପ୍ରାସାଦ ଶର୍ମା, ଶୁଭେନ୍ଦୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l

ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ତହସିଲଦାର ତାପସ ବିଶି, ମୁଖ୍ୟ ବକ୍ତା ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହି ଏହି ଶିଶୁମାନଙ୍କ ମଧ୍ୟରୁ ଆସନ୍ତା କାଲି କେତେ ବୈଜ୍ଞାନିକ ଏ ସମାଜକୁ ଆଗେଇ ନେବେ ବୋଲି ମତ ଦେଇଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
