ଶିଶୁ ଏ ସମାଜର ଆଗାମୀ ଭବିଷ୍ୟତ

ବେଗୁନିଆ,(୧୪/୧୧): – ଶିଶୁ ହସିଲେ ଏ ଦୁନିଆ ହସିବ l ଆମେ ସେମାନଙ୍କୁ ଯେମିତି ଗଢ଼ିବା ସେମାନେ ସେମିତି ହେବେ l ସେମାନଙ୍କୁ ନେଇ ଏ ଜାତି ଅନେକ କିଛି ଆଶା କରେ ବୋଲି ବିଶିଷ୍ଟ ଅତିଥି ରମାକାନ୍ତ ଜେନା ମତବ୍ୟକ୍ତ କରିଥିଲେ l ବେଗୁନିଆ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଅୟୋଜନ ଓ ଶିଶୁ ବିକାଶ ପାଣ୍ଠି ସୌଜନ୍ୟତାରେ ବାଘମାରୀ ଅଟ୍ରି ସ୍ଥିତ ଶ୍ରୀ ହଟ୍ଟକେଶ୍ୱର ମହାଦେବଙ୍କ ସମ୍ମିଳନୀ କକ୍ଷରେ ଶିଶୁ ଉତ୍ସବ – ୨୦୨୫ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି l

Advertisement

ସଭାପତି ଅଶୋକ କୁମାର ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ମୁଖ୍ୟ ବକ୍ତା ସଂଗଠକ ଶିକ୍ଷାବିତ୍ ରାଜକିଶୋର ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଷ୍ଟାର ହେଲଥ ର ରମାକାନ୍ତ ଜେନା, ସମ୍ମାନିତ ଅତିଥି ସାହିତ୍ୟିକ ସୁବାସ ଚନ୍ଦ୍ର ମହାପାତ୍ର,ସମାଜସେବୀ ପ୍ରତିମା ପ୍ରଧାନ, କବି ଜମ୍ବେଶ୍ଵର ମଙ୍ଗରାଜ, ଗୋଲଖ ସାହୁ, ଶିକ୍ଷକ ଉମାକାନ୍ତ ନାୟକ ଓ  ଏସ ବି ଆଇ ମ୍ୟାନେଜର ବିମଳରାମ ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ l

ବ୍ଲକ୍ ର ୩୦ ଜଣ ଛାତ୍ର ଛାତ୍ରୀଙ୍କୁ ମେଧାବୀ ସମ୍ମାନ,୧୭ ଜଣ ଛାତ୍ର ଛାତ୍ରୀଙ୍କୁ ବୃତ୍ତି ସମ୍ମାନ, ରାଧେଶ୍ୟାମ ସ୍ମୃତି ସମ୍ମାନ, ଜେମାମଣି ସ୍ମୃତି ସମ୍ମାନ ପ୍ରଦାନ ସହିତ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ସମ୍ପାଦକ ରବୀନ୍ଦ୍ର ନାଥ ସାହୁ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ଅଖିଳେଶ ମହାପାତ୍ର ପରିଚାଳନା କରିଥିଲେ l ଶିକ୍ଷୟିତ୍ରୀ ଅର୍ଚ୍ଚନା ମହାପାତ୍ର, ଝୁନୁବାଳା ପୃଷ୍ଟି, ଶୁଭଲକ୍ଷ୍ମି ଷଡ଼ଙ୍ଗୀ, ନିରଞ୍ଜନ ମାଟି, ପ୍ରଭାକର ମହାପାତ୍ର ଓ ସି ଆର ସି ସି ମାନେ ସହଯୋଗ କରିଥିଲେ l ଶିକ୍ଷୟିତ୍ରୀ ସୁଜାତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

ନୂତନ ଭାବେ ବେଗୁନିଆ ବ୍ଲକ୍ କୁ ଆସିଥିବା ବା ବଦଳି ହୋଇ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସହିତ ନିକଟ ଭବିଷ୍ୟତରେ ଅବସର ନେବାକୁ ଥିବା ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *