ଖୋର୍ଦ୍ଧା ,(୦୯/୧୧):- ଓଡିଶା କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ କ୍ରିକେଟ ଆସୋସିଏସନ୍ ଅଫ୍ ଦି ଡିଷ୍ଟ୍ରିକ୍ ଖୋର୍ଦ୍ଧା ଦ୍ଵାରା ପରିଚାଳିତ ଖୋର୍ଦ୍ଧା ଜିଲ୍ଲା ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭରେ ଆସୋସିଏସନର ଯୁଗ୍ମ ସମ୍ପାଦକ ସମୀର ବଳିୟାରସିଂହ ଏବଂ କୋଷାଧ୍ୟକ୍ଷ ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ କରିଥିଲେ। ଉଦଘାଟନୀ ମ୍ୟାଚରେ ଖୋର୍ଦ୍ଧା ସ୍କୁଲ ସମୁହ ଗ୍ରୀନ ଦଳ , ବ୍ଲୁ ଦଳକୁ କ୍ରିକେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।

ବ୍ଲୁ ଦଳ ପ୍ରଥମେ ବ୍ୟାଟିଂ କରି ଇନ୍ଦୁରୁ ବର୍ଦ୍ଧନଙ୍କ ୫୮ ରନ ଏବଂ କୈଶିକ ମହାନ୍ତି ଙ୍କ ୨୨ ରନ ସହାୟତାରେ ୪୦ ଓଭରରେ ସମସ୍ତ ୱ୍ବିକେଟ ହରାଇ ୧୭୬ ରନ ସଂଗ୍ରହ କରିଥିଲେ। ଗ୍ରୀନ ପକ୍ଷରୁ ଜଗନ୍ନାଥ ବେହେରା ହ୍ୟାଟ୍ରିକ ୱ୍ବିକେଟ ସହିତ ୩୪ ରନର ବିଜୟରେ ସର୍ବାଧିକ ୪ଟି ଏବଂ ଓମ୍ ପ୍ରକାଶ ସାହୁ ୧୪ ରନରେ ୩ଟି ୱ୍ବିକେଟ ଅକ୍ତିଆର କରିଥିଲେ। ପ୍ରତ୍ୟୁତ୍ତରରେ ଦେବାଶୁଂ ଜେନାଙ୍କ ୬୨ ରନ ସାଇ ସ୍ମୃତି ଙ୍କ ୨୯ ରନ ୩୩.୧ ଓଭରରେ ୪ ଟି ୱିକେଟ ହରାଇ ସଂଗ୍ରହ କରି ନେଇଥିଲେ। ଖେଳ ଟିକୁ ପରିଚାଳନା କରୁଥିଲେ ଚନ୍ଦ୍ର ମୋହନ ବରାଳ ଏବଂ ଅବଦୁଲ ରହିମ୍ ଖାଁ ସ୍କୋରର ଦାୟିତ୍ଵରେ ସୁଶିଲ ସୁନ୍ଦରାୟ ଏବଂ ମ୍ୟାଚ ରେଫରୀ ଦାୟିତ୍ଵ ସରୋଜ ପାତ୍ର ତୁଲାଇଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
