ଖୋର୍ଦ୍ଧା , (୦୧/୧୧):- ବୋଲଗଡ ଠାରେ ଆଜି ଅପରାହ୍ନରେ ବିଶାଖା ନାମକ ଦୂରଗାମୀ ଯାତ୍ରୀବାହୀ ବସର ଚାଳକ ହୃଦଘାତ ର ଶିକାର ହୋଇଥିଲେ. ଚାଳକ ତୁରନ୍ତ ବସକୁ ଅଟକାଇ ଟଳିପଡିଥିଲେ ।

ତୁରନ୍ତ କିଛି ଯାତ୍ରୀ ଓ ସ୍ଥାନୀୟ ଲୋକ ତାଙ୍କୁ ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ. ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି. ।ଚାଳକ ଜଣକ ବୋଲଗଡ ବ୍ଲକ ସାଗରଗାଁ ପଞ୍ଚାୟତ ଗୋଡ଼ିଆଳି ଗ୍ରାମର ଶରତ ଚନ୍ଦ୍ର ମାର୍ଥା (୫୫)ବର୍ଷ ।

ଗାଡିଟି ଭୁବନେଶ୍ୱର ରୁ ଭଞ୍ଜନଗର ଯାଉଥିଲା. ବସରେ ପ୍ରାୟ ୧୫୦ଜଣ ଯାତ୍ରୀ ଥିଲେ.. ଖବର ପାଇଁ ତାଙ୍କର ପରିବାର ବର୍ଗ ବୋଲଗଡରେ ପହଂଚିଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now