ଆମେ ମିଳିମିଶି ନୂଆପଡ଼ାକୁ ଶ୍ରେଷ୍ଠ ଜିଲ୍ଲା କରିବା : ସ୍ନେହାଙ୍ଗିନୀ

ସମରସିଂହ ପଞ୍ଚାୟତରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କୁ ଭବ୍ୟ ସ୍ବାଗତ

ପ୍ରତି ସଭାରେ ବିପୁଳ ଜନ ସମାଗମ

Advertisement

ଭୁବନେଶ୍ବର,( ୨୬/୧୦): -ନୂଆପଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶ ସ୍ନେହାଙ୍ଗିନୀ ଛୁରିଆଙ୍କୁ ସବୁଆଡୁ ମିଳୁଛି ଅକୁଣ୍ଠ ସମର୍ଥନ। ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାମକୁ ନୂଆପଡ଼ାବାସୀ ଦେଉଛନ୍ତି ସ୍ୱୀକୃତି। ରବିବାର ପୂର୍ବାହ୍ନରେ କୋମନା ବ୍ଲକ ଅନ୍ତର୍ଗତ ସମରସିଂହ ଗ୍ରାମପଞ୍ଚାୟତର ଜନସାଧାରଣ ବେଶ ଉତ୍ସାହର ସହ ବିଜେଡି ପ୍ରାର୍ଥୀ ଶ୍ରୀମତୀ ଛୁରିଆଙ୍କୁ ସ୍ବାଗତ କରି ବିଜେଡି ପ୍ରତି ଥିବା ଅନୁରକ୍ତି ପ୍ରକାଶ କରିଥିଲେ। ଫୁଲମାଳ ପକାଇ ପାରମ୍ପରିକ ନୃତ୍ୟର ତାଳେ ତାଳେ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ, ମହିଳା, ଗୁରୁଜନ, କୃଷକ, ଦଳୀୟ କର୍ମକର୍ତ୍ତା ଶ୍ରୀମତୀ ଛୁରିଆଙ୍କୁ ସମ୍ବଦ୍ଧନା ଜଣାଇ ପାଛୋଟି ନେଇଥିଲେ।

ଆଜି ଆୟୋଜିତ ବିଜେଡିର ପ୍ରଚାର ଶୋଭାଯାତ୍ରାରେ ବିପୁଳ ଜନସମାଗମ ସମସ୍ତଙ୍କର ଉତ୍ସାହ ବୃଦ୍ଧି କରିଥିଲା। ସବୁ ରହଣି ସମୟରେ ଲୋକଙ୍କ ଭିଡ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ବର୍ଷିତ ସମର୍ଥନ ଓ ବିଜେଡିର ଲୋକପ୍ରିୟତା ପ୍ରତିପାଦିତ କରୁଥିଲା। ଏହି ଅବସରରେ ଶ୍ରୀମତୀ ଛୁରିଆ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ନବୀନ ସରକାର ଅମଳରେ ଯାହା ସବୁ ବିକାଶ ମୂଳକ କାମ ହୋଇଛି ତାକୁ ଆମେ ସମସ୍ତେ ଆଗକୁ ନେବା । ନୂଆପଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ମୁଁ ସଂଗ୍ରାମ ଜାରି ରଖୁବି।  ନବୀନ ପଟ୍ଟନାୟକ ସର୍ବଦା ଆଦର୍ଶଗତ ରାଜନୀତିକୁ ପ୍ରାଧାନ୍ୟ ଦେଇଛନ୍ତି। ତାଙ୍କରି ନିର୍ଦ୍ଦେଶରେ ନୂଆପଡ଼ାର ଜନସାଧାରଣଙ୍କ ଉନ୍ନତି ପାଇଁ ଲଢେଇ କରିବାରେ ମୁଁ ଅବହେଳା କରିବି ନାହିଁ। ପୂର୍ବଭଳି ଶଙ୍ଖ ଚିହ୍ନକୁ ପୁନଃ ଆଶୀର୍ବାଦ ଦିଅନ୍ତୁ । ଗ୍ରାମ୍ୟ ଭିଭିଭୂମିର ବିକାଶ ଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣ, ଜୀବନ ଜୀବିକା, ଶିକ୍ଷା, କୃଷି ସବୁ କ୍ଷେତ୍ରରେ ଆମ ନୂଆପଡ଼ା ଆହୁରି ଆଗକୁ ଯିବ। ମୁଁ ନିଜେ ପ୍ରତ୍ୟେକ ପରିବାର ପାଖକୁ ଯିବି, ଲୋକଙ୍କ ସମସ୍ୟା ଶୁଣିବି ବୋଲି ଶ୍ରୀମତୀ ଛୁରିଆ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ମିଶନ ଶକ୍ତି ଏବଂ ଅନେକ ସ୍ଵାବଲମ୍ବୀ ଯୋଜନାରେ ଭାଗ ନେବା ପାଇଁ ଉପସ୍ଥିତ ମହିଳା ଓ ଯୁବ ସମାଜକୁ ପରାମର୍ଶ ଦେଇଥିଲେ।



ଏହି ଅବସରରେ ସମରସିଂହ ପଞ୍ଚାୟତର ବାସିନ୍ଦା ଦୁଇ ଦଶନ୍ଧି ଧରି ବିଜେଡି ସରକାରଙ୍କ ଲୋକପ୍ରିୟ କାର୍ଯ୍ୟ ପାଇଁ  ନବୀନ ପଟ୍ଟନାୟକଙ୍କ ପ୍ରତି ଅଭାର ବ୍ୟକ୍ତ କରିବା ସହ ଶ୍ରୀମତୀ ଛୁରିଆଙ୍କ ପାର୍ଥିତ୍ଵକୁ ସ୍ୱୀକୃତି ଦେଇଥିଲେ । ବିଜେଡିର ଏହି ପ୍ରଚାର ଶୋଭାଯାତ୍ରାରେ ନୂଆପଡ଼ା ଜିଲ୍ଲା ସଭାପତି  ଅବନୀ ରଞ୍ଜନ ଯୋଶୀ, ଭୁବନେଶ୍ଵର (ଉତ୍ତର) ବିଧାୟକ  ସୁଶାନ୍ତ ରାଉତ ସାମିଲ ହୋଇଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *