ଖୋର୍ଦ୍ଧା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ “ସୁରଭି” ୨୦୨୫ ଅନୁଷ୍ଠିତ ।

ଖୋର୍ଦ୍ଧା : ବଣମଲ୍ଲି ବଣରେ ଫୁଟିଲେ ମଧ୍ୟ ଯେପରି ଚତୁର୍ଦ୍ଦିଗ ବାସ୍ନାହେବ, ସେହି ଛୋଟିଆ ଉଦ୍ୟମ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ,ଖୋର୍ଦ୍ଧାଙ୍କ ତରଫରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ “ସୁରଭି” କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି।

ଏହି କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଯାଜ୍ଞସେନି ସାହୁଙ୍କ ସଭାପତିତ୍ୱରେ ସଭା ପରିଚାଳିତ ହେବା ସହିତ ମୁଖ୍ୟ ଅତିଥି ଭାବରେ ରୂପଶ୍ରୀ ରାଣୀ ଗୁମାନସିଂହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଖୋର୍ଦ୍ଧା,ମୁଖ୍ୟ ବକ୍ତା ଭାବରେ ଡ଼. ତାପସ କୁମାର ନାୟକ ଅଧ୍ୟକ୍ଷ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖୋର୍ଦ୍ଧା, ସମ୍ମାନିତ ଅତିଥି ଭାବରେ ଶ୍ରୀ ବିଜୟ ବେହେରା, ଡ଼. ପ୍ରଜ୍ଞାପରମିତା ଜେନା, ଶ୍ରୀମତୀ ରଶ୍ମିବାଳା ପରିଡ଼ା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଖୋର୍ଦ୍ଧା,ପ୍ରଶାନ୍ତ କୁମାର ରଥ ପ୍ରଧାନ ଶିକ୍ଷକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖୋର୍ଦ୍ଧା,ଶ୍ରୀମତୀ ସନ୍ଧ୍ୟାବତୀ ଲେଙ୍କା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଖୋର୍ଦ୍ଧା,ଶ୍ରୀଯୁକ୍ତ ଭରତ ଚନ୍ଦ୍ର ପ୍ରଧାନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଖୋର୍ଦ୍ଧା ନିଜ ନିଜର ବକ୍ତବ୍ୟରେ ଶିଶୁ ମାନଙ୍କର ଅନ୍ତଃନିର୍ହିତ ଗୁଣାବଳୀର ବିକାଶ ଦିଗରେ ମତ ରଖିଥିଲେ।ଖୋର୍ଦ୍ଧା ବ୍ଲକର ୧୩ଟି କ୍ଲଷ୍ଟରରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଅପରାହ୍ନରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ନିଜର ଓଜସ୍ଵିନୀ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ ଯେ ପିଲାମାନଙ୍କ ପାଇଁ  ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ନିମନ୍ତେ ସୁରଭି ହେଉଛି ଉପଯୁକ୍ତ ସୁଯୋଗ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାମନ୍ତରାୟ , ଉପାଧ୍ୟକ୍ଷ ପଞ୍ଚାୟତ ସମିତି ଖୋର୍ଦ୍ଧା ଯୋଗଦେଇ ପିଲାମାନଙ୍କ ସର୍ବାଙ୍ଗୀନ ବିକାଶ ନିମିତ୍ତ ସରକାରଙ୍କ ଦ୍ଵାରା ଆୟୋଜିତ ଏହି  ସୁରଭି କାର୍ଯ୍ୟକ୍ରମର ବିଶେଷ ପ୍ରଶଂସା କରିଥିଲେ। ଦିଲ୍ଲୀପ କୁମାର ହୋତା କହିଥିଲେ ମୁଁ ସମାଜ ପାଇଁ କଣ କରୁଛି ବା ଦେଶ ପ୍ରତି ମୋର ଅବଦାନ କଣ ରହିଛି ସେ ବିଷୟରେ ତର୍ଜମା କରିଲେ ପିଲାମାନେ ଭବିଷ୍ୟତରେ ଉଚ୍ଚ ସଫଳତା ହାସଲ କରି ପାରିବେ।ରାଜ୍ୟ ସଭାପତି ପି ଟି ଆସୋସିଏସନ୍ ନିକୁଞ୍ଜ ପଟ୍ଟନାୟକ ନିଜର ଅଭିଭାଷଣରେ କହିଥିଲେ ଯେ ଶିଶୁ ତଥା ଯୁବପିଢି ଙ୍କୁ ଏହିଭଳି ସୁଯୋଗ ମିଳିଲେ ଆମ ଓଡ଼ିଶା ବିଶ୍ଵଦରବାର ରେ ନିଶ୍ଚିତ ଭାବେ ସଫଳତା ହାସଲ କରି ପାରିବ ।ଏଥିରେ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବରେ ଭାଗ ନେବାର ସୁଯୋଗ ପାଇବେ ।ଏହି କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ବ୍ଲକର ସମସ୍ତ CRCC, ଅଫିସ ଷ୍ଟାଫ,ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଖୋର୍ଦ୍ଧା ବ୍ଲକର ସମସ୍ତ ଗାଇଡ଼ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହଯୋଗ ରହିଥିଲା।ପରିଶେଷରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀମତୀ ସନ୍ଧ୍ୟାବତୀ ଲେଙ୍କା ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଯାଇଥିଲା।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *