ଖୋର୍ଦ୍ଧା ,(୨୦/୧୦):- ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ଖେଳ ପଡିଆ ଠାରେ ଅନୁଷ୍ଠିତ ପ୍ରଥମ ନୀଳକଣ୍ଠ ମେମୋରିଆଲ ଗୁରୁଜଙ୍ଗ କ୍ରିକେଟ ଟୁର୍ନାମେଣ୍ଟ ଗୁରୁଜଙ୍ଗ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ତୃତୀୟ ଦିବସ ଖେଳର ପ୍ରଥମ ମ୍ୟାଚ ପଳାସପୁର ଏବଂ କଲ୍ୟାଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ ରେ ଜିତି ପଳାସପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭର ରେ ୫ ୱିକେଟ ହରାଇ ୨୧୬ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ବସନ୍ତ ସାହୁ ୪୬ ରନ ଓ ଅଭୟ ନାୟକ ୪୪ ସଂଗ୍ରହ କରିଥିଲେ।କଲ୍ୟାଣପୁର ଦଳର ସୁଭାଶିଷ ଦାସ ୩ ଟି ୱିକେଟ ଅକ୍ତିଆର କରିଥିଲେ। ଜବାବରେ କଲ୍ୟାଣପୁର ଦଳ ୧୬ ଓଭର ରୁ ୬ ୱିକେଟ ହରାଇ ୧୭୫ ରନ ରେ ସୀମିତ ରହିଥିଲା। ଦଳର ଜଗତପ୍ରିୟ ୭୦ ରନ କରିଥିଲେ।ଏହି ମ୍ୟାଚ କୁ ପଳାସପୁର ଦଳ ୪୧ ରନ ରେ ଜିତି ନେଇଥିଲା।ଏହି ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ବସନ୍ତ ସାହୁ ଙ୍କୁ ଅଲ ରାଉଣ୍ଡର ପ୍ରଦର୍ଶନ ପାଇଁ ଅତିଥି ଲିନା ସ୍ୱାଇଁ ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ଦ୍ଵିତୀୟ ମ୍ୟାଚ ରେ ମେଣ୍ଢାଶାଳ ଓ କୁମାରବସ୍ତ ପରସ୍ପର କୁ ଭେଟିଥିଲେ।ମେଣ୍ଢାଶାଳ ଟସ ରେ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୩ ୱିକେଟ ହରାଇ ୧୯୨ ରନ କରିଥିଲେ। ଦଳ ର ପଙ୍କଜ ଜେନା ୫୭ ରନ କରିଥିଲେ। ଜବାବରେ କୁମାରବସ୍ତ ଦଳ ୭ ହରାଇ ୧୭୦ ରନରେ ସୀମିତ ରହି ୨୨ ରନ ରେ ପରାଜିତ ହୋଇଥିଲେ। ଦଳର ଶ୍ରଦ୍ଧାକାର ପାତ୍ର ୪୮ ରନ କରିଥିଲେ। ମେଣ୍ଢାଶାଳ ଦଳର କୈବଲ୍ୟ ବାରିକ ଅଲ ରାଉଣ୍ଡର ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଅତିଥି ରଞ୍ଜନ ନନ୍ଦ ଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ପ୍ରଶାନ୍ତ ପଟ୍ଟଯୋଶୀ,ତୁଷାରକାନ୍ତ ସୁନ୍ଦରାୟ ,ଦେବିଶଙ୍କର ପଣ୍ଡା, ଅସିତ ପରିଡା, ପ୍ରଶାନ୍ତ ବେହେରା ଓ ପ୍ରକାଶ ସାହୁ ଖେଳକୁ ପରିଚାଳନା କରିଥିବାବେଳେ ସଂଜୀବ ବରାଳ ଓ ମନୋଜ ମିଶ୍ର ଖେଳକୁ ସଂଯୋଜନା କରିଥିଲେ। ୨୧/୧୦/୨୫ ତାରିଖ ମଙ୍ଗଳବାର ଦିନ ପ୍ରଥମ ମ୍ୟାଚ ଶୁଆଙ୍ଗ ବନାମ ଭାଲିଆବାଡ଼ି ଓ ଦ୍ଵିତୀୟ ମ୍ୟାଚ ଗୁରୁଜଙ୍ଗ ବନାମ ପୋଲିସ ଟିମ (ଆଇ ଆର ବି) ମଧ୍ୟରେ ଅନୁଷ୍ଠିତ ହେବବୋଲି ମ୍ୟାଚ ରେଫରି ଅମିତ ପରିଡା ଓ ଅମିତ ବେହେରା ଜଣାଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now