ଖୋର୍ଦ୍ଧା,(୧୭/୧୦):- ଜିଲ୍ଲା ସଦର ମହକୁମା ହାବେଳୀ ପଡିଆଠାରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଜିଲ୍ଲା ପ୍ରଶାସନ, ଓରମାସ,ଖୋର୍ଦ୍ଧା ମିଳିତ ଆନୁକୁଲ୍ୟରେ ପବିତ୍ର ଆଲୋକର ପର୍ବ ଦୀପାବଳୀ -୨୦୨୫ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପାବଳୀ (ଦୀୱାଲୀ) ଷ୍ଟଲ କୁ ଉଦ୍ଘାଟନ କରିଛନ୍ତି ।

ଉକ୍ତ ଦୀପାବଳୀ ଷ୍ଟଲ ରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ମୁଖ୍ୟତଃ ଦୀପାବଳୀ ପାଇଁ ବିଭିନ୍ନ ପ୍ରକାରର ମାଟି ନିର୍ମିତ ଦୀପ, ଲଣ୍ଠନ, ଝାଡୁ, ତେଲ ଓ ମହମବତୀ ଇତ୍ୟାଦି ବିକ୍ରି କରାଯାଉଅଛି l ଏହାକୁ ପରିଚାଳନା କରିବା ପାଇଁ ସାଇବାବା ଉତ୍ପାଦକ ଗୋଷ୍ଠୀ, ଗୋଡ଼ିପଡ଼ା, ଖୋର୍ଦ୍ଧାଙ୍କୁ ଦାୟିତ୍ବ ଦିଆଯାଇଅଛି l

ଏହି ଷ୍ଟଲ ଗୁଡ଼ିକ ଆସନ୍ତା ଦୀପାବଳୀ ପର୍ଯ୍ୟନ୍ତ ଚାଲୁ ରହିବ l ଆଜିର ଏହି ଦୀପାବଳୀ (ଦୀୱାଲୀ) ଷ୍ଟଲ ର ଉଦ୍ଘାଟନୀ ସମୟରେ ଓର୍ମାସ୍, ଖୋର୍ଦ୍ଧାର ଯୁଗ୍ମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନୀଳକଣ୍ଠ ରଥ ଓ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ l

Subha Khabar is now on Whatsapp
Join and get latest news update delivered to you via whatsapp
Join Now