ବଦଳିଲେ ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ
ଦୁଇ ଅଧିକାରୀ ନିଲମ୍ବିତ
ମୃତକ ପରିବାର କୁ ୨୫ ଲକ୍ଷ ସହାୟତା ରାଶି ଘୋଷଣା କଲେ ସରକାର ।
ଭୁବନେଶ୍ଵର : – ଦଳାଚକଟା ରେ ମୃତୁ ବରଣ ଘଟଣା ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର ।ପୁରୀ ଜିଲ୍ଲାପାଳ ଓ ଏସ ପି ଙ୍କୁ ବଦଳି କରିଛନ୍ତି ସରକାର । ପୁରୀ ଜିଲ୍ଲାପାଳ ଭାବେ ଖୋରଧା ଜିଲ୍ଲାପାଳ ଚଞ୍ଚଳ ର।ଣା ଙ୍କୁ ବଦଳି କରାଯାଇଥିବା ବେଳେ ଏସ ପି ଭାବେ ପିନାକ ମିଶ୍ର ତୁରନ୍ତ ଦାୟିତ୍ବ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଦୁଇ ଅଧିକାରୀ ବିଷ୍ଣୁ ପତି ଓ ଅଜୟ ପାଢ଼ୀ ଙ୍କୁ ନିଲମ୍ବିତ କରାଯାଇଛି ।ମୃତକ ପରିବାର କୁ ୨୫ ଲକ୍ଷ ସହାୟତା ରାଶି ଘୋଷଣା କଲେ ସରକାର । ଉନ୍ନୟନ କମିଶନର ଙ୍କୁ ପ୍ରଶାସନିକ ତଦନ୍ତ ଦାୟିତ୍ୱ । ଆଇ ଏ ଏସ ଅରବିନ୍ଦ ଅଗ୍ରୱାଲ ଙ୍କୁ ରଥ ଯାତ୍ରା ପରିଚାଳନା ର ଦାୟୀତ୍ୱ ଦେଇଛନ୍ତି ସରକାର ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
