ରାଜ୍ୟ ଉପ ସଭାପତି ତାଲିକା ର ସର୍ବାଗ୍ରେ ଯତୀନ
ଖୋର୍ଦ୍ଧା,(୧୬/୧୦):- ବିଜେପି ର ରାଜ୍ୟ ସଭାପତି ମନମୋହନ ସାମଲ ଗଠନ କରିଛନ୍ତି ନୂଆ ଟିମ୍ ।ଏହି ଟିମ୍ ଥିବା ୧୦ ଜଣିଆ ଉପ ସଭାପତି ତାଲିକା ର ସର୍ବାଗ୍ରେ ଅଛନ୍ତି ବେଗୁନିଆ ବୋଲଗଡ ଅଞ୍ଚଳର ବିଜେପି ର ଟାଣୁଆ ନେତା ଡଃ ଯତୀନ ମହାନ୍ତି ।

୨୦୧୪ ସାଧାରଣ ନିର୍ବାଚନ ରେ ବେଗୁନିଆ ବୋଲଗଡ ର ବିଜେପି ପ୍ରାର୍ଥୀ ଥିଲେ ଯତୀନ । ତାଙ୍କ ନେତୃତ୍ଵରେ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ରେ ଦଳ ଭଲ ପ୍ରଦର୍ଶନ କରିଥିଲା, ଏପରିକି ନିର୍ବାଚନ ମଣ୍ଡଳୀ ର ୬ଗୋଟି ଜିଲ୍ଲା ପରିଷଦ ରୁ ୩ଗୋଟି ଜିଲ୍ଲା ପରିଷଦ ହାତେଇ ଥିଲା ଦଳ।ଏବେ ୨୦୨୪ ସାଧାରଣ ନିର୍ବାଚନ ପରେ ଏହି ନିର୍ବାଚନ ମଣ୍ଡଳୀ ର ସାଂଗଠନିକ କାର୍ଯ୍ୟକ୍ରମ ରେ ସେ ସକ୍ରିୟ ଭୂମିକା ଗ୍ରହଣ କରିବା ଦେଖିବାକୁ ମିଳୁଛି । ଯତୀନ ଙ୍କୁ ରାଜ୍ୟ ର ଉପ ସଭାପତି ରୂପେ ଚୟନ କରିଥିବାରୁ ବିଜେପି କର୍ମୀ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିଜେପି କର୍ମୀ ମାନେ ଶୁଭେଚ୍ଛା ଜଣାଇଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now