କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ

ଖୋରଧା, (୧୪/୧୦):-  କାଇପଦର ଓ ବଙ୍ଗିଦା ପଞ୍ଚାୟତ ଅଧୀନରେ ଥିବା ଆଠ ଗୋଟି ବିଦ୍ୟାଳୟ ଓ ଦୁଇଟି ମହା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଇପଦର ମାଳିସାହି ଠାରେ କାଇପଦର କ୍ଲଷ୍ଟର ସ୍ତରୀୟ ସୁରଭି,୨୦୨୫ ଶିଶୁ ମହୋତ୍ସବ ସିଆରସିସି  ବାଗେଶ୍ରୀ ମହାପାତ୍ର ଙ୍କ ଅଧକ୍ଷତାରେ ଯଥାରିତି ଅନୁଷ୍ଠିତ ହୋଇଯାଇଛି ।



ଉକ୍ତ ମହୋତ୍ସବ ରେ କାଇପଦର ପଞ୍ଚାୟତ ର ସରପଞ୍ଚଙ୍କ ପ୍ରତିନିଧି  ବିଜୟ କୁମାର ବରିସଲ ମୁଖ୍ୟ ଅତିଥି ତଥା ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ର କାର୍ଯ୍ୟରତ ଅଧକ୍ଷ  ଉମେଶ କୁମାର ସାହୁ, ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ ପ୍ରତାପ କିଶୋର ଛୋଟରାୟ, ସମାଜ ସେବୀ ଭିକାରୀ ଚରଣ ବଳିୟାର ସିଂହ, ଶିକ୍ଷାବିତ  ରଜନୀକାନ୍ତ ରାଉତରାୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସଭା ଉଦଘାଟନ କରିଥିଲେ ଓ ପ୍ରତି ଯୋଗିତା ପରିଚାଳନା କରିଥିଲେ । ଚିତ୍ରାଙ୍କନ, ବକ୍ତୃତା, ସାଧାରଣ ଜ୍ଞାନ, ସଂଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ବାରଟି ବିଭାଗ ତଥା ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ମଧ୍ୟ ଅନୁରୂପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଦ୍ଵିତୀୟାର୍ଦ୍ଧ ରେ ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟ ଆଡଖଣ୍ଡିଆ ର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଟୁନୀ ଦେଈ,  ତ୍ରିଲୋଚନ ବେହେରା, ମୁଖ୍ୟମନ୍ତ୍ରୀ ପୁର ସ୍କାର ପ୍ରାପ୍ତ  ଆଶିଷ କୁମାର ରାୟ, ପ୍ରାଥମିକ ଶିକ୍ଷକ ସଙ୍ଘ ର ଉପ ସଭା ପତି  ଅଗାଧୁ ସେଠୀ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ରବୀନ୍ଦ୍ର ନାଥ ସାହୁ, ମନୋରମା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଂକୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ

Advertisement



ଯେଉଁ ପିଲାମାନେ କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ବ୍ଲକ ସୁରଭି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବେ ବୋଲି ସିଆର ସିସି ସୂଚନା ପ୍ରଦାନ କରିଥିଲେ ।ପରିଶେଷରେ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ  ନବ କିଶୋର ମଲ୍ଲିକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *