ପୁରୀ : (ଶୁଭ ଖବର) : -ଷଷ୍ଠ ଓଡ଼ିଶା ବାଟାଲିୟନ ଏନ ସି ସି ପକ୍ଷରୁ ଦ୍ୱିତୀୟ ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ୪ଟି ଜିଲ୍ଲାର ପ୍ରାୟ ୬ ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ । ବାଟାଲିୟନ କମାଣ୍ଡ ଅଧିକାରୀ କର୍ଣ୍ଣେଲ ସୁଦୀପ୍ତ ସିହ୍ନା ତତ୍ୱାଵଧାନରେ ୨୦ ଜଣ ଆର୍ମି କମାଣ୍ଡର ଓ ୧୧ ଜଣ ଏନ୍ ଏ ସି ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ପୁରୀରେ ଆୟୋଜିତ ଶିବିରରେ ପ୍ରଥମେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କର ଯାଞ୍ଚ କରାଯିବା ପରେ ମୁଖ୍ୟ ଉଦ୍ଦେଶ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି ଦ୍ବିତୀୟ ଦିବସ ଅଧିବେସନରେ କର୍ଣଲ୍ ଶ୍ରୀ ସିହ୍ନା ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ । ନିଜର ବକ୍ତବ୍ୟରେ ସେ ଏନ୍ ସି ସି ର ଉଦ୍ଦେଶ୍ୟ ଏବଂ ମୂଳ ଲକ୍ଷ୍ୟ ସମ୍ଵନ୍ଧରେ କହିବା ସହିତ କ୍ୟାଡେଟ୍ ମାନଙ୍କୁ ଭବିଷ୍ୟତର ସିପାହୀ ବୋଲି ସମ୍ବର୍ଦ୍ଧିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବାଟାଲିୟନର ପ୍ରଶାସନିକ ଅଧିକାରୀ କର୍ଣ୍ଣଲ ଜେ ବି ସିଂହ ଉପସ୍ଥିତ ରହି କ୍ୟାଡେଟ୍ ମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥି ମାନଙ୍କୁ ପ୍ୟାରେଡ , ବନ୍ଧୁକ ଚାଳନା, ପ୍ରତିବନ୍ଧକ ଦୌଡ଼ , ମାନଚିତ୍ର ର ପରିଭାଷା ଇତ୍ୟାଦି ଭାରତୀୟ ଆର୍ମି ସମ୍ବନ୍ଧୀୟ ବିଷୟ ଶିକ୍ଷା ଦିଆଯାଇଥିଲା ।ଏହା ବ୍ୟତୀତ ପ୍ରଶିକ୍ଷାର୍ଥି ମାନଙ୍କୁ ସଡ଼କ ସୁରକ୍ଷା , ସମାଜ ସେବା , ଆଶୁ ଚିକିତ୍ସା , ଆତ୍ମରକ୍ଷା କୌଶଳ , ନିଆଁ ଲିଭା କୌଶଳ ପ୍ରଭୁତି ଶିକ୍ଷା ଦିଆଯାଇଥିଲା । ସେହିପରି ପ୍ରଶିକ୍ଷାର୍ଥି ମାନଙ୍କୁ ଆଇ ଆଇ ଟି ପୁରୀ ଭ୍ରମଣରେ ନିଆଯାଇଥିଲା ।ସେଠାରେ ସେମାନଙ୍କୁ ଶ୍ଳିପ ତାଲିମ ସମ୍ବନ୍ଧୀୟ ଜ୍ଞାନ କୌଶଳ ଶିକ୍ଷା ମଧ୍ୟ ଦିଆଯାଇଥିଲା । ଏହା ବ୍ୟତୀତ ଅଗ୍ନିବୀରରେ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପ୍ରଶିକ୍ଷାର୍ଥି ମାନଙ୍କୁ ପ୍ରଦାନ କରାଯାଇଥିଲା ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now